Categories: ସ୍ପେଶାଲ

ତେଲ କଷ୍ଟ ଭାରି କଷ୍ଟ : ଭାଟ୍ ଓ ଜିଏସଟି ଟଣା ଓଟରା ଭିତରେ ପେସି ହେଉଛନ୍ତି ଲୋକେ

ଭୁବନେଶ୍ବର (କେନ୍ୟୁଜ୍ ବ୍ୟୁରୋ) : ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବଢ଼ି ଚାଲିଛି । ଥମିବାର ନାଁ ନେଉନି । ସେପଟେ ସୁନା ମୂଲ୍ୟ ବି ବଢ଼ିବାରେ ଲାଗିଲାଣି । ଆଉ ତଳକୁ ଖସୁଛି ସେୟାର ବଜାର । ଇଏ ହେଉଛି ଭାରତୀୟ ବଜାରର ହାଲ୍ । ସାଧାରଣ ଲୋକଙ୍କ ପାଇଁ ସବୁ କିଛି ଘାଟାରେ ଚାଲିଛି । ତେଲ ଦର ବଢ଼ିବା ଫଳରେ ସବୁ ଜିନିଷପତ୍ରରୁ ଆରମ୍ଭ କରି ପରିବହନ ବାବଦ ଖର୍ଚ୍ଚ ବି ଉପର ମୁହାଁ । ହେଲେ କେନ୍ଦ୍ର ସରକାର କହୁଛନ୍ତି ଅର୍ଥନୀତି ସୁଧୁରୁଛି । ମହଙ୍ଗା ମାଡ଼ରେ ବେହାଲ ହେଉଛନ୍ତି ସାଧାରଣ ଲୋକ ।

ରାଜଧାନୀର ଜଣେ ଅଟୋ ଚାଳକ ସୁଦାମ ଦାସଙ୍କୁ ପଚାରିଲୁ କେମିତି ଅଛ ଭାଇ ? ତାଙ୍କ ଉତ୍ତର ଥିଲା, କଣ କହିବୁ ଆଜ୍ଞା ପ୍ରତିଦିନ ଯଦି ତେଲ ଦାମ୍ ବଢ଼ିବ ଆମେ କଣ ଦୈନିକ ଭଡ଼ା ବି ବଦଳାଇବୁ ? ଲୋକ ଆମକୁ ପିଟିବେନି ?

ବାଣୀବିହାରରେ ପାଠ ପଢୁଥିବା ଛାତ୍ରୀ ଅଞ୍ଜନା ମାହାଲିକ କହିଲେ ପାଠ ପଢ଼ିବା ପାଇଁ ଆମେ ମେସ୍ କରି ରହୁଛୁ । ଅଟୋରିକ୍ସାରେ କଲେଜ ଯିବା ଆସିବା କରୁଛୁ । ପୁଣି ନିଜ ହାତରେ ରୋଷେଇ କରି ଖାଉଛୁ । ଘରୁ ଯେତିକି ଟଙ୍କା ବାପା ମା ପଠାଉଛନ୍ତି ସେଥିରେ ଚଳିବା ମୁସ୍କିଲ । ଏହା ଉପରେ ପୁଣି ପ୍ରତିଦିନ ଦରଦାମ ବଢୁଛି । ଅଟୋରେ ଗଲା ବେଳେ ଚାଳକ କେବ କେବେ ଟଙ୍କେ ଦି ଟଙ୍କା ଛାଡ଼ି ଦେଉଥିଲେ । ହେଲେ ଏବେ ଅଟୋ ଚାଳକ ହେଉ କି ତେଜରାତି ଓ ପରିବା ଦୋକାନୀ କେହି ବି ସେତିକି ଛାଡ଼ିବାକୁ ରାଜି ହେଉ ନାହାନ୍ତି ।

ବାଇକ୍ ହେଉ କି କାର ସମସ୍ତେ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳ । ଗୋଟିଏ ଲିଟର ତେଲ ପକାଇଲେ ଗୋଟିଏ ଦିନ ଯିବା ବି ମୁସ୍କିଲ ହେଉଛି ବୋଲି କହିଛନ୍ତି ସହିଦ ନଗରରେ ଏକ ବେସରକାରୀ କମ୍ପାନୀରେ ଚାକିରି କରିଥିବା ଶୈଳେଶ୍ବର ନନ୍ଦ । ରୁହନ୍ତି ଭୁବନେଶ୍ବର କଳିଙ୍ଗ ନଗରରେ । ସେଠାରୁ ବାଇକ୍ ଧରି ଅଫିସ ପହଞ୍ଚି ପୁଣି ଫେରିଲା ବେଳକୁ ପାଖାପାଖି ଦୁଇ ଲିଟର ତେଲ ଶେଷ । ସେମିତି କାର ଚଳାଉଥିବା ଲୋକ ବି ନୟାନ୍ତ ।

ଅବଶ୍ୟ ଘାଏଁ ଘାଏଁ ରେସିଂ ଓ ଷ୍ଟାଇଲିସ୍ ବାଇକ୍ ଚଲାଉଥିବା ୧୮ରୁ କମ୍ କି ୧୮ରୁ ବେଶି ବୟସ ବର୍ଗର ରକ୍ତ ଗରମ ଥିବା ପିଲାଙ୍କୁ କିଛି ବାଧିବାର ନାହିଁ । କାରଣ ବାପ ପଇସା ସେମାନେ ଶ୍ରାଦ୍ଧ କରି ଆସିଛନ୍ତି ଓ କରୁଥିବେ । ବାଧୁଥିବ ତ ବାପ ମାଆଙ୍କ ପକେଟକୁ ବାଧୁଥିବ । ବଜେଟ୍ ବିଗିଡ଼ି ଯାଉଥିବ । ତେବେ ନା କେବଳ ଏଭଳି ପୁଅର ବାପା ମା କିମ୍ବା ସ୍ବଳ୍ପ ରୋଜଗାରରେ ଚଳୁଥିବା ନିମ୍ନ ମଧ୍ୟବିତ୍ତ ପରିବାର ଲୋକେ ହିନସ୍ତା ହେଉଛନ୍ତି, ରାସ୍ତାକଡ଼ ଉଠା ଦୋକାନୀ, ଦିନ ମଜୁରିଆଠୁ ଆରମ୍ଭ କରି ସିଜିନ୍ ବେପାର କରୁଥିବା ଲୋକ ଏବଂ ମଲ କିମ୍ବା ସୋରୁମରେ ବେପାର କରୁଥିବା ବ୍ୟକ୍ତିଟି ଏବେ ଚିନ୍ତାରେ । କାରଣ ସମସ୍ତଙ୍କୁ ବାଧିଛି ତେଲ ଦର ବୃଦ୍ଧି । ଇଏ କେତୋଟି ଉଦାହରଣ ମାତ୍ର ।

ହେଲେ ତେଲ ଦରକୁ ରୋକି ହେବ କି ? ରାଜନୈତିକ ଦଳ ସିନା ରାଜ୍ୟ ଓ କେନ୍ଦ୍ର ଭିତରେ ଟଣା ଓଟରା ହୋଇ ଜିଏସଟି ଓ ଭାଟ୍ ଭିତରେ ରହିଗଲେ । ତା ଭିତରେ କିନ୍ତୁ ପେସି ହେଉଛନ୍ତି ଭୋଟ୍ ଦେଇଥିବା ଜନସାଧାରଣ ।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago