ଭାଗ୍ୟ ବଦଳାଇବ ୨୦ ଟଙ୍କିଆ ପୁରୁଣା ନୋଟ, ଘରେ ବସି କମାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା

ସତରେ ଧନୀ ହେବାକୁ କାହାର ବା ଇଚ୍ଛା ନଥାଏ । ସମସ୍ତେ ଟଙ୍କା ରୋଜଗାର କରି ସୁଖରେ ଚଳିବାକୁ ଚାହାନ୍ତି । କିଏ ବ୍ୟବସାୟ କରି ଟଙ୍କା ରୋଜଗାର କରେ ତ କିଏ ଚାକିରି କରି ନିଜ ଅର୍ଥାଭାବକୁ ଦୂର କରେ । କିନ୍ତୁ ଧନୀ ହେବା ପାଇଁ ଅନେକ ଲୋକ ଦିନ ରାତି ପରିଶ୍ରମ କରନ୍ତି । ଆଉ ଏହି ସଂଘର୍ଷରେ କିଛି ଲୋକ ହିଁ ସଫଳତା ପାଇ ଟଙ୍କା ଗଦିରେ ଶୁଅନ୍ତି । ଆଉ କିଛି ବିନା ପରିଶ୍ରମରେ ମଧ୍ୟ ଅଧିକ ଟଙ୍କା ରୋଜଗାର କରିବାର ବାଟ ଖୋଜନ୍ତି ।

ଟଙ୍କା ରୋଜଗାର କରିବା ପାଇଁ ବହୁତ ଉପାୟ ଅଛି । କିନ୍ତୁ ପୁରୁଣା ଟଙ୍କା ବଦଳାଇ ମୋଟା ଅଙ୍କର ଅର୍ଥ ପାଇବା କଥା ହୁଏତ ଆପଣ କେବେ ଶୁଣି ନଥିବେ । ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ୍ ଅଛି ତେବେ ଆପଣ ସେହି ଟଙ୍କାକୁ ବଦଳାଇ ଲକ୍ଷ ଲକ୍ଷ ରୋଜଗାର କରି ପାରିବେ ।

ଆପଣ ଧନୀ ହେବାକୁ ଚାହୁଁଥିଲେ ଏହି ଖବର ଆପଣଙ୍କ ପାଇଁ । ଆମେ ଆଜି ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଯଦି ଆପଣଙ୍କ ପାଖରେ ୨୦ ଟଙ୍କିଆ ପୁରୁଣା ନୋଟ୍ ଅଛି ତେବେ ଆପଣ ହୋଇ ପାରିବେ ଲକ୍ଷପତି । ତେବେ ଆସନ୍ତୁ ଜାଣିବା କେମିତି ପୁରୁଣା ଟଙ୍କା ବଦଳାଇ ଆପଣ ଅଧିକ ଟଙ୍କା ରୋଜଗାର କରିପାରିବେ ।

ଅନଲାଇନରେ ଏମିତି କିଛି ନିର୍ଦ୍ଦିଷ୍ଟ ୱେବସାଇଟ୍ ଅଛି ଯେଉଁଠାରେ ଆପଣ ପୁରୁଣା ନୋଟକୁ ବଦଳାଇ ଅଧିକ ଟଙ୍କା ରୋଜଗାର କରିପାରିବେ । ମାତ୍ର ୨୦ ଟଙ୍କା ବିକ୍ରି କରି ଆପଣ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ । କିନ୍ତୁ ଏହି ଟଙ୍କା ବଦଳାଇବାର କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି । ଯେଉଁ ନିୟମକୁ ପାଳନ କଲେ ହିଁ ଆପଣଙ୍କୁ ଏ ବାବଦରେ ଅଧିକ ଟଙ୍କା ମିଳିବ । ଅନ୍ତର୍ଜାତୀୟ ବଜାରରେ ପୁରୁଣା ନୋଟ ବିକ୍ରି କରିବା ପାଇଁ କିଛି ଜରୁରୀ ନିୟମ ରହିଛି । ପୁରୁଣା ୨୦ ଟଙ୍କିଆ ନୋଟର ଆଗ ଭାଗରେ ସିରିଏଲ୍ ନମ୍ବର ୭୮୬ ରହିଥିବା ଆବଶ୍ୟକ । ଏହା ବ୍ୟତୀତ ନୋଟର ରଙ୍ଗ ଗୋଲାପୀ ହେବା ମଧ୍ୟ ଜରୁରୀ ।

ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ସିରିଏଲ୍ ନମ୍ବରରେ ଏମିତି କଣ ଖାସ୍ ରହିଛି ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କିଛି ଲୋକ ସିରିଏଲ୍ ନମ୍ବର ୭୮୬କୁ ଖୁବ୍ ଭାଗ୍ୟଶାଳୀ ଓ ପବିତ୍ର ମାନନ୍ତି । ଏହି ନୋଟକୁ କିଣି ଘରେ ରଖିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ବୋଲି କିଛି ଲୋକଙ୍କ ବିଶ୍ବାସ ରହିଛି । ତେଣୁ ୭୮୬ ନମ୍ବର ଥିବା ନୋଟକୁ ହିଁ ସେମାନେ ଅଧିକ ମୂଲ୍ୟ ଦେଇ କିଣିବାକୁ ପଛାନ୍ତି ନାହିଁ । ତେଣୁ ଏହି ଟଙ୍କାକୁ ବିକ୍ରି କଲେ ଆପଣ ଲକ୍ଷପତି ହୋଇ ପାରିବେ ।

୨୦ ଟଙ୍କିଆ ପୁରୁଣା ନୋଟ ବିକ୍ରି କରିବାରେ ଆପଣଙ୍କୁ କିଛି ଅସୁବିଧା ହେବ ନାହିଁ । ଆପଣ ଘରେ ବସି ଏହି ନୋଟକୁ ବିକ୍ରି କରିପାରିବେ । ଏଥିପାଇଁ ଆପଣଙ୍କୁ ମୋବାଇଲ କିମ୍ବା ଲାପଟପ୍ ଆବଶ୍ୟକ ହେବ । ଆପଣ ଘରେ ବସି ୱେବସାଇଟ୍ କୁ ଯାଇ ଗ୍ଲୋବାଲ୍ ମାର୍କେଟରେ ଏହି ନୋଟକୁ ବିକ୍ରି କରିପାରିବେ । ଆପଣ ଇ-ୱେବସାଇଟକୁ ଯାଇ କ୍ଲିକ୍ କରିବେ । ରେଜିଷ୍ଟର କରିବା ପରେ ହିଁ ଆପଣ ପୁରୁଣା ଟଙ୍କାକୁ ବିକ୍ରି କରିପାରିବେ । ଓଏଲଏକ୍ସରେ ବି ଆପଣ ନିଜ ପାଖରେ ଥିବା ପୁରୁଣା ୨୦ ଟଙ୍କିଆ ନୋଟକୁ ବଦଳାଇ ପାରିବେ । ଓଏଲଏକ୍ସରେ ନିଜ ନାଁ ପଞ୍ଜିକରଣ କରିବା ପରେ ୨୦ ଟଙ୍କିଆ ନୋଟର ଏକ ସ୍ପଷ୍ଟ ଫଟୋ ଚିତ୍ର ଅପଲୋଡ୍ କରିବେ । ଏହା ପରେ ଯେଉଁମାନେ ଆପଣଙ୍କ ଠାରୁ ଟଙ୍କା ନେବାକୁ ଚାହୁଁଥିବେ ଆପଣଙ୍କ ସହିତ ଯୋଗାଯୋଗ କରିବେ ।

ଧ୍ୟାନ ରଖନ୍ତୁ ଏହି ଖବର ମିଡିଆ ରିପୋର୍ଟ ଉପରେ ଆଧାରିତ । କେନ୍ୟୁଜ ଏଥିପାଇଁ କୌଣସି ଭାବରେ ଦାୟୀ ନୁହେଁ । ଆପଣ ଏସମ୍ପର୍କରେ ଆହୁରି ଭଲ ଭାବେ ଯାଞ୍ଚ କରି ଆଗେଇବେ । ନଚେତ ଠକ କମ୍ପାନୀ ହାବୁଡ଼ରେ ମଧ୍ୟ ପଡ଼ି ପାରନ୍ତି । ତେଣୁ ସାବଧାନ ରହିବେ ।

Also Read: ପଦ୍ମଫୁଲ କଲା ଲକ୍ଷପତି: ମାସକୁ ୮୦ ରୁ ୯୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ