ଇଣ୍ଟରନେଟରେ ଭାଇରାଲ ହେଉଛି ଅଢ଼େଇ ଟଙ୍କିଆ ସିଙ୍ଗଡା, ଏବେ ଚର୍ଚ୍ଚାରେ ୭୫ ବର୍ଷିୟ ବୃଦ୍ଧଙ୍କ ସମୋସା

ବର୍ତ୍ତମାନର ଦରବୃଦ୍ଧି ସାରା ଦେଶରେ ନୁହେଁ ବରଂ ପୂରା ଦୁନିଆରେ ବୃଦ୍ଧି ପାଇଛି। ମହଙ୍ଗା ମାଡର ପ୍ରଭାବକୁ ନେଇ ଲୋକେ ରାସ୍ତା ଠାରୁ ନେଇ ଦୋକାନ, ବସ୍‌ ଠାରୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ଚାରିଆଡେ ଚିନ୍ତା ପ୍ରକାଶ କରୁଥିବା ନଜର ଆସୁଛି ଯେତେବେଳେ ଦରବୃଦ୍ଧି ହୁଏ ସେତେବେଳେ ଲୋକଙ୍କ ମୁହଁରେ ଗୋଟେ କଥା ଆସେ ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ ବଡ କମ୍ପାନୀ ପର୍ଯ୍ୟନ୍ତ ସମସ୍ତେ କୋଷ୍ଟ କଟିଙ୍ଗ କରିବାକୁ ଲାଗନ୍ତି। ଏମିତିରେ ଅନେକ ଜିନିଷର ଦାମ୍‌ ବଢ଼ିଯାଏ। ଯେଉଁ ଚା’ ୧୦ ଟଙ୍କାରେ ମିଳୁଥିଲା ସେହି ଚା’ ୧୫ ଟଙ୍କା ହୋଇଯାଏ।

ଆଜିକାଲି ଦରବୃଦ୍ଧିରେ ଜଳଖିଆ ପ୍ଲେଟ୍ ୨୦ଟଙ୍କାରୁ କମ୍ ମିଳିବା କଷ୍ଟ। ଆଜିର ବ୍ୟୟବହୁଳ ଦୁନିଆରେ ବି ୨ଟଙ୍କାରେ ମିଳୁଛି ସିଙ୍ଗଡା। ପଞ୍ଜାବ ଅମ୍ରିତସରର ଜଣେ ବ୍ୟବସାୟୀ ୨.୫୦ ଟଙ୍କାରେ ସିଙ୍ଗଡା ବିକ୍ରି କରୁଛନ୍ତି। ୭୫ ବର୍ଷିୟ ବୃଦ୍ଧ ବ୍ୟବସାୟୀଙ୍କ ଏହି ସିଙ୍ଗଡା ଅମ୍ରିତସର ସମୋସା ଭେଣ୍ଡରର ଖୁବ୍ ଚାହିଦା ରହିଛି। ବୃଦ୍ଧଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।

singdaଅମ୍ରିତସର ସମୋସା ଭେଣ୍ଡରର ଏହି ଭିଡିଓ ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀ ସରବଜିତ୍ ସିଂହ ସେୟାର କରିଛନ୍ତି। ଭିଡିଓରେ ଜଣେ ୭୫ ବର୍ଷୀୟ ବୃଦ୍ଧ ଛୋଟ ଦୋକାନରେ ବସି ସିଙ୍ଗଡା ତିଆରି କରିଥିବା ଦେଖିବାକୁ ମିଳିଛି। ଭିଡିଓରେ ବୃଦ୍ଧ ଜଣଙ୍କ ଧଳା କୁର୍ତ୍ତା ପିନ୍ଧି ସିଙ୍ଗଡା ତିଆରି କରୁଛନ୍ତି। ସିଙ୍ଗଡା ସହ ସେ ଲୋକଙ୍କୁ କିଛି ଚଟଣୀ ଖାଇବାକୁ ଦେଉଛନ୍ତି।

କିଛି ବର୍ଷ ପୂର୍ବରୁ ସେ ସିଙ୍ଗଡା ଗୋଟାକୁ ୧ଟଙ୍କା ନେଉଥିଲେ। ତେବେ ଏତେ ବର୍ଷ ଧରି ସେ ମାତ୍ର ଦେଢ଼ ଟଙ୍କା ବଢ଼ାଇଛନ୍ତି, ଯାହାପରେ ଏବେ ସିଙ୍ଗଡାକୁ ସେ ଅଢ଼େଇ ଟଙ୍କାରେ ବିକ୍ରି କରୁଛନ୍ତି। ଅମ୍ରିତସର ସମୋସା ଭେଣ୍ଡରରେ ଲୋକଙ୍କ ଭିଡ ଜମେ। ସକାଳେ ସନ୍ଧାରେ ଏଠାରେ ଜଳଖିଆ ମିଳେ। ଲୋକଙ୍କ କହିବା ଅନୁଯାୟୀ, ସିଙ୍ଗଡାର ସ୍ବାଦ ମଧ୍ୟ ବେଶ୍ ଭଲ। ଚାଚାଙ୍କ ବ୍ୟବହାର ବି ଅତି ସୁନ୍ଦର। ସେଠାକୁ ଆସୁଥିବା ଲୋକଙ୍କୁ ସେ ଅତି ସ୍ନେହର ସହ ଖାଇବାକୁ ଦିଅନ୍ତି। ତେବେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ମିଲିୟନ୍ରୁ ଅଧିକ ଲୋକ ଦେଖିସାରିଲେଣି। ଏହାକୁ ୧୫୩ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି।

 

View this post on Instagram

 

A post shared by Sarabjeet Singh (@mrsinghfoodhunter)

Leave A Reply

Your email address will not be published.