ପିଲାମାନେ ହାତ ଛାଡ଼ି ଦେଲେ, ଦୁହେଁ ଦୁହିଁଙ୍କ ପାଇଁ ସାହାରା ପାଲଟିଛନ୍ତି ଏଇ ବୁଢ଼ା ମଉସା ମାଉସୀ

ଜନ୍ମ କଲା ସନ୍ତାନ ସିନା ହାତ ଛାଡ଼ି ଦେଲେ । ହେଲେ ବାହା ବେଦୀ ଉପରେ ନେଇଥିବା ଶପଥକୁ ରଖି ଏହି ଦମ୍ପତି ପରସ୍ପରକୁ ଛାଡ଼ି ନାହାନ୍ତି । ଏମାନଙ୍କ ଦାୟିତ୍ୱ ନେବା କଣ ଆମ ସମାଜ ଓ ସରକାରଙ୍କ ଦାୟିତ୍ୱ ନୁହେଁ କି ? ବୃଦ୍ଧାଶ୍ରମ କରିଥିବା କର୍ମକର୍ତ୍ତା ଆଉ ସ୍ୱେଚ୍ଛାସେବୀଙ୍କର ନୁହେଁ କି ? ଆଶା କରୁଛୁ ଏ ଭିଡିଓ ଦେଖିବା ପରେ ଏଇ ବୁଢ଼ା ମଉସା ମାଉସୀଙ୍କ ଶେଷ ଜୀବନ ପାଇଁ କେହି କିଛି ବ୍ୟବସ୍ଥା କରିବେ ।

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱର ରାଜମହଲା ଓଭର ବ୍ରିଜ଼ର ଲୋକଙ୍କ ପାଦ ଚଲା ବାଟ ଦେଇ ଜଣେ ବୟସ୍କ ଲୋକ ଚାଲି ଚାଲି ଯାଉଥାନ୍ତି । ହାତରେ ଗୋଟିଏ ପଲିଥିନ ଆଉ ତା ଭିତରେ ସବୁଜ ହଳଦିଆ କଲରା ଗୁଡ଼ାଏ ଧରିଥାନ୍ତି । ଆଉ ପଛରେ ଜଣେ ବୁଢୀ ମାଉସୀ ନଇଁ ନଇଁ ଆସୁଥାନ୍ତି । ବାମ କାଖରେ ଶୁଖିଲା କାଠ ବିଡାଟିଏ । ଅନ୍ୟ ହାତରେ ଗୋଟିଏ ବ୍ୟାଗ । ତା ଭିତରେ କିଛି ଜିନିଷ ପତ୍ର ଥିଲା। ବୁଢୀ ମାଉସୀ ଜଣକ ଧୀରେ ଚାଲୁ ଚାଲୁ ମଝିରେ ମଝିରେ ରାସ୍ତାରେ ଅଟକି ଯାଉଥାନ୍ତି । ବୟସ ଅନୁସାରେ ବୋଝ ଟିକେ ଅଧିକ ଥିଲା ଭଳି ମନେ ହେଉଥାଏ । ତାଙ୍କୁ ଦେଖି ଲାଗୁଥିବା ଲାଗୁଥିଲା ବୟସ ଥିଲା ବେଳେ ସେ ଅନେକ କଷ୍ଟ କରିଛନ୍ତି । ଏବେ ଅଣ୍ଟା ପଡ଼ି ଯାଇଛି । ବୟସର ଅପରାହ୍ନରେ ସେମାନେ ଘରେ ବସି ନାତି ନାତୁଣୀ ଗହଣରେ ରହି ସମୟ କଟାଇବା କଥା । ହେଲେ ଏତେ ରାତିରେ କୁଆଡେ ଚାଲି ଚାଲି ଯାଉଛନ୍ତି ? ମନେ ହେଉଥିଲା ସେମାନେ ବୋଧେ ଚାଲି ଚାଲି ଆସୁଥିଲେ କୌଣସି କାମ ସାରି । କିଛି ବାଟ ଗଲା ପରେ ବୁଢା ଲୋକ ଜଣଙ୍କ ବୁଢୀ ମାଉସୀର ହାତ ଧରି ବାଟ କଡେଇ ନେଲେ । ଉଭୟ ଚାଲିବାକୁ ଲାଗିଲେ । ସେମାନଙ୍କୁ ଦେଖି ଅନେକ ପ୍ରଶ୍ନ ମନକୁ ଆସିଲା । ଏଭଳି କିଛି ଦୃଶ୍ୟ ଦେଖିଲେ ଆଖି ଜକେଇ ଯାଏ।

old

ତେବେ ଆମେ ଟିକିଏ ଆପଣାର ଭଳି ପଚାରିଲୁ କଣ କୁଆଡେ ଯାଇଥିଲେ କି । ଅଳ୍ପ ହାଲୁକା ଭୟ ରଖି ବୁଢା ମଉସା ଜଣଙ୍କ କହିଲେ, ଏକ ନମ୍ବର ମାର୍କେଟରୁ ଫେରୁଛୁ । ଏ ବୁଢୀ ମୋ ସ୍ତ୍ରୀ । ବୟସ ଥିଲା ବେଳେ ଖଟି ଖଟି ପୁଅ ଝିଅଙ୍କୁ ଏଡ଼େରୁ ଏଡେଟେ କଲୁ କିନ୍ତୁ ସେମାନେ ଆଜି ପଚାରୁ ନାହାନ୍ତି । ଅନେକ ବର୍ଷ ହେଲା ଭୁବନେଶ୍ୱରରେ ଆସି ରହୁଛୁ । ବୁଢା ମଉସା ଆଗରୁ ଟେଲର କାମ କରୁଥିଲେ ଏବେ ଆଉ ଆଖିକୁ ଦେଖାଯାଉନାହିଁ । ତେଣୁ ଉଭୟ ବୁଢା ବୁଢୀ ଏକ ନମ୍ବର ଯାଇ କାହାର ପିଆଜ ତ କାହାର ଆଳୁ ବାଛି ଦିଅନ୍ତି । ଯିଏ ଯାହା ଦୁଇ ପାଞ୍ଚ ଦେଲା ତାକୁ ଆଶ୍ରା କରି ଚଳନ୍ତି । ନଥିଲା ଦିନ ଓପାସ ତ ଆଉ କେବେ ଚୁଡା ପାଉଁରୁଟିରେ ଜୀବନ ବଞ୍ଚେ । ଫାଳିକିଆ ବସ୍ତିରେ ଭଡାକୁ ରୁହନ୍ତି । ସେଠି ଘର ଭଡ଼ା ହେଉଛି ଦିନକୁ ଦଶ ଟଙ୍କା ।

ତେବେ ଭବିଷ୍ୟତ ଚିନ୍ତା ତ ଏମାନଙ୍କୁ ଘାରିଛି । କାରଣ ଏବେ ସିନା ହାତ ଗୋଡ଼ ଚଳୁଛି । ଅଚଳ ହୋଇଗଲେ କିଏ ବୋହିବ ସେମାନଙ୍କ ବାଦ୍ଧକ୍ୟ ବୋଝ । ତଥାପି ସଂଘର୍ଷ ଜାରି ରଖିଛନ୍ତି ଏଇ ଦମ୍ପତି । ଜଣେ ଜଣକର ବଳ ପାଲଟି ଧୀର ମନ୍ଥର ଗତିରେ ଜୀବନର ପଥ ଚାଲୁଛନ୍ତି । ଜନ୍ମ କଲା ସନ୍ତାନ ସିନା ହାତ ଛାଡ଼ି ଦେଲେ । ହେଲେ ବାହା ବେଦୀ ଉପରେ ନେଇଥିବା ଶପଥକୁ ରଖି ଏହି ଦମ୍ପତି ପରସ୍ପରକୁ ଛାଡ଼ି ନାହାନ୍ତି । ଏମାନଙ୍କ ଦାୟିତ୍ୱ ନେବା କଣ ଆମ ସମାଜ ଓ ସରକାରଙ୍କ ଦାୟିତ୍ୱ ନୁହେଁ କି ? ବୃଦ୍ଧାଶ୍ରମ କରିଥିବା କର୍ମକର୍ତ୍ତା ଆଉ ସ୍ୱେଚ୍ଛାସେବୀଙ୍କର ନୁହେଁ କି ? ଆଶା କରୁଛୁ ଏ ଭିଡିଓ ଦେଖିବା ପରେ ଏଇ ବୁଢ଼ା ମଉସା ମାଉସୀଙ୍କ ଶେଷ ଜୀବନ ପାଇଁ କେହି କିଛି ବ୍ୟବସ୍ଥା କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.