୨ହଜାର ଟଙ୍କା ପାଇଁ ପିଇଗଲେ ନଳାପାଣି, ଭିଡିଓ ଭାଇରାଲ

ମଧ୍ୟପ୍ରଦେଶ ବିଦିଶାର ଜଣେ ବୃଦ୍ଧଙ୍କ ଭିଡିଓ ସୋସିଆଲ ମିଡିଆରେ ଭାରିମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ବୃଦ୍ଧ ଜଣକ ନଳା ପାଣି ପିଇବାରେ ଲାଗିଛନ୍ତି । ଯାହା ଜଣାପଡୁଛି ବୃଦ୍ଧଜଣକ ସର୍ତ୍ତ ଲଗାଇ ନଳାପାଣି ପିଇଥିଲେ । ଏହି ସର୍ତ୍ତ ପୂର୍ବ ସରପଞ୍ଚଙ୍କ ସ୍ୱାମୀ ଲଗାଇବା ପରେ ବୃଦ୍ଧଜଣକ ପାଣି ପିଇଥିଲେ । ଆଉ ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ଏହାକୁ ମୋବାଇଲରେ ରେକର୍ଡ କରି ଭିଡିଓ ଅପଲୋଡ଼ କରିଥିଲେ । ଯାହା ଫଳରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଲୋକେ ଏହା ଉପରେ ଖୁବ ବର୍ଷିବା ସହ ବୃଦ୍ଧଙ୍କ ମଜବୁରୀ ପାଇଁ ସହାନୁଭୂତି ଦେଖାଇଛନ୍ତି ।

ଘଟଣା ବିଦିଶା ଆନନ୍ଦପୁର ଥାନାକ୍ଷେତ୍ରର ଜାବତୀ ଗାଁର ଅଟେ । ଯେଉଁଠାରେ ୬୦ବର୍ଷିୟ ବୃଦ୍ଧ ପନ୍ନାଲାଲ କୁସବାହ ନଳାର ଖରାପ ପାଣି ପିଉଥିଲେ ଏବଂ ପାଖରେ ତାଙ୍କର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । କିନ୍ତୁ ପୋଲିସର କହିବା କଥା କି ସେଭଳି କିଛି ମାମଲା ଆସିନାହିଁ । ଏପଟେ ବୃଦ୍ଧଜଣକ କହିଛନ୍ତି କି ତାଙ୍କ ସହ କୌଣସି ପ୍ରକାର ଜବରଦସ୍ତି ହୋଇନି କି କେହି ତାଙ୍କୁ ନଳାପାଣି ପିଇବାକୁ ବାଧ୍ୟ କରିନାହାନ୍ତି । ମୋର ସୁପାରି ନଳାପାଣିରେ ପଡିଯାଇଥିଲା । ମୁଁ ତାକୁ ନଳାରୁ ଉଠାଇଥିଲି । ସେହି ସମୟରେ ଲୋକେ ମତେ ପଚାରିଥିଲେ କି ସେଠି କଣ କରୁଥିଲ । ବୃଦ୍ଧଜଣକ ତାଙ୍କ କଥା କହିବା ପରେ ଲୋକେ ତାଙ୍କୁ କହିଥିଲେ କି ନଳାରୁ ଉଠାଇ କାହିଁ ଖାଉଛ । ତେବେ କଣ ନଳାପାଳି ବି ପିଇଯିବ । ବୃଦ୍ଧ ଉତ୍ତର ଦେଇଥିଲେ କି ଏଥିରେ ଲାଜ କଥା କଣ ଅଛି । ନିଜ ହାତରେ ନଳାରୁ ପାଣି ନେଇ ପିଇବାକୁ ଲାଗିଲେ । ଆଉ ସେହି ସମୟରେ ଲୋକେ ତାଙ୍କର ଭିଡିଓ ଉତ୍ତୋଳନ କରିଥିଲେ ।

ଅନ୍ୟପଟେ ଏହାକୁ ନେଇ କୁଶବାହ ସମାଜର ଲୋକେ ମଧ୍ୟ ନିଜ ବିରୋଧ ଜଣାଇବା ସହ କହିଛନ୍ତି କି ଏହା ତାଙ୍କର ବ୍ୟକ୍ତିଗତ କଥା ହୋଇପାରେ । ଏଭଳି କରାଯାଇ ଆମକୁ ବଦନାମ କରାନଯାଉ । ସେ ନିଜେ ଯେତେବେଳେ ନଳାପାଣି ପିଉଥିଲେ ତାଙ୍କୁ କିଛି ଲୋକେ ବିରୋଧ ମଧ୍ୟ କରିଥିଲେ ହେଲେ କେହି ଏହାକୁ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଯାହା ବର୍ତ୍ତମାନ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.