ନିଜ ବୃଦ୍ଧ ପତ୍ନୀଙ୍କ ସହ ଆରମ୍ଭ କଲେ ହେୟାର ଅଏଲ କମ୍ପାନୀ, ନୂଆ ଗାଡ଼ି କିଣି ୫୮ ବର୍ଷ ବୟସରେ ‘ନାନାଜୀ’ ପୂରଣ କଲେ ସ୍ୱପ୍ନ

ଆଜି ଆପଣଙ୍କୁ ଏମିତି ଜଣେ ବୃଦ୍ଧଙ୍କ ବିଷୟରେ କହିବାକୁ ଯାଉଛୁ ହୁଏତ ତାଙ୍କ କାହାଣୀ ଶୁଣିବା ପରେ ଆପଣ ମଧ୍ୟ ନିଜର ଅନେକ କିଛି ରହି ଯାଇଥିବା କାମକୁ ସାକାର କରିବା ପାଇଁ ଇଚ୍ଛା ପ୍ରକାଶ କରିବେ। କିଛି ଲୋକ ବଡ଼ ସ୍ୱପ୍ନ ଦେଖନ୍ତି ଏବଂ କିଛି ଲୋକ ଅଛନ୍ତି ଯେଉଁମାନେ ଛୋଟ ସ୍ୱପ୍ନ ଦେଖିବା ପରେ ସେ ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରନ୍ତି। ଯାହାର ଏକ ବଡ଼ ଉଦାହରଣ ହେଉଛନ୍ତି ଗୁଜରାଟର ଜଣେ ବୃଦ୍ଧ। ସେ ୮୫ ବର୍ଷ ବୟସରେ ତାଙ୍କର ସ୍ୱପ୍ନ ପୁରାଣ କରିଛନ୍ତି। କଥାରେ ଅଛି ପରିଶ୍ରମ ଓ ସଫଳତା ପାଖରେ ହାର୍ ମାନେ ବୟସ। ଯେମିତି ଗୁଜରାଟର ଜଣେ ବୃଦ୍ଧ ତାଙ୍କ ସ୍ୱପ୍ନକୁ ସାକାର କରିଛନ୍ତି।

ସେ ତାଙ୍କ ପତ୍ନୀଙ୍କ ସହ ଏକ ଷ୍ଟାର୍ଟଅପ୍ କମ୍ପାନୀ ଖୋଲିଥିଲେ ଏବଂ ଯେତେବେଳେ ସେ ଏଥିରେ ସଫଳତା ପାଇଲେ, ତାଙ୍କୁ ୮୫ ବର୍ଷ ହୋଇ ଯାଇଛି। ଜୀବନରେ ପ୍ରଥମ ଥର ପାଇଁ ଏକ କାର କିଣି ତାଙ୍କ ସ୍ୱପ୍ନକୁ ପୂରଣ କରି ଲୋକଙ୍କ ସାମ୍ନାରେ ଖୁସି ବ୍ୟକ୍ତ କରିଥିଲେ। ସମସ୍ତଙ୍କ ପାଇଁ ଏହା ଏକ ବଡ଼ ଉଦାହରଣ, ଯେଉଁମାନେ ଭାବନ୍ତି ଯେ ସ୍ୱପ୍ନ ଦେଖିବା ପୁଣି ତାକୁ ସାକାର କରିବା କଷ୍ଟକର। ଖାସ କରି ତାଙ୍କ ପାଇଁ ଏହି ବୃଦ୍ଧ ବ୍ୟକ୍ତି ହେଉଛନ୍ତି ଏକ ବଡ଼ ଉଦାହରଣ।

ଗୁଜୁରାଟର ଏହି ବୃଦ୍ଧ ବ୍ୟକ୍ତି ରାଧା କ୍ରିଷନ ଚୌଧୁରୀ ନିଜର ଅବସର ପରେ ସେ ବ୍ୟବସାୟ ଆରମ୍ଭ କରିଥିଲେ। ପୁଣି ସେ କହିଛନ୍ତି ରାତାରାତି ସଫଳତା ହାସଲ କରିଥିଲେ। ଯାହା ପାଇଁ ସେ ନିଜର ପ୍ରଥମ କାର କିଣି ପାରିଲେ। ଜୁନ୍ ୨୦୨୧ ରେ, ରାଧା କ୍ରିଷନ ଚୌଧୁରୀ ଏବଂ ତାଙ୍କ ପତ୍ନୀ ଶକୁନ୍ତଳା ଦେବୀ ଆୟୁର୍ବେଦିକ ହେୟାର କେୟାର କମ୍ପାନୀ ଅଭିମି ହର୍ବାଲ ପ୍ରତିଷ୍ଠା କରିଥିଲେ। ରାଧା କ୍ରିଷନ ଚୌଧୁରୀ ଅବସର ନେବା ପରେ ତାଙ୍କ ଝିଅ ସହିତ ରହିବାକୁ ଲାଗିଲେ।

୫୦ ବର୍ଷରୁ ଅଧିକ ପରିଶ୍ରମ କରିବା ପରେ ଆରାମରେ ବସିବା ପରିବର୍ତ୍ତେ, ସେ ବ୍ୟବସାୟ କରିବାକୁ ଭାବିଲେ। ଏହା ପରେ ସେ ନିଜର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଆରମ୍ଭ କରିଥିଲେ। ଯାହା ପଛର କାରଣ ଥିଲା ତାଙ୍କ ଝିଅର ଅଧିକ କେଶ ଝଡ଼ିବା। ସେଥିପାଇଁ ସେ ଏକ ହେୟାର କେୟାର କମ୍ପାନୀ ଆରମ୍ଭ କରିବାକୁ ଭାବିଲେ। ରାଧା କୃଷ୍ଣ ଚୌଧୁରୀ, ଯାହାଙ୍କୁ ନାନାଜୀ ନାମରେ ପ୍ରାୟ ସମସ୍ତେ ଡାକନ୍ତି, ସେ ପ୍ରଥମେ କେଶ ଝଡିବାର କାରଣ ଓ ଏହାର ଉପଚାର ବିଷୟରେ ଅନୁସନ୍ଧାନ କରିଥିଲେ ଏବଂ କେଶ ତେଲର ବିକାଶ ପାଇଁ ୫୦ ରୁ ଅଧିକ ଆୟୁର୍ବେଦ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରିଥିଲେ।

୮୫ ବର୍ଷୀୟ ବୃଦ୍ଧ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜର ଆଭିମି ହର୍ବାଲ ବିଷୟରେ କହିଛନ୍ତି। ଏହି ଜଡ଼ି ବୁଟି ତେଲ ତିଆରି କରିବା ପାଇଁ ତାଙ୍କୁ ପ୍ରାୟ ଏକ ବର୍ଷ ଧରି ଏହି ବିଷୟରେ ରିସର୍ଚ୍ଚ କରିବାକୁ ପଡ଼ିଥିଲା। ହର୍ବାଲ ତେଲର ଏକ ମିଶ୍ରଣ ତିଆରି କରିବା ପରେ ତାଙ୍କ ଝିଅର କେଶ ଝଡ଼ିବାରେ ତାହା ସାହାଯ୍ୟ କଲା। ଏମିତିକି କେଶ ଜନିତ ସବୁ ସମସ୍ୟା ଦୂର ହେଲା। ଅନ୍ୟ ଏକ ଭିଡିଓରେ, ସେ କହିଥିଲେ ଯେ ତାଙ୍କ ବ୍ୟବସାୟ କିପରି ରାତାରାତି ସଫଳତା ଆଣିଥିଲା, ଯାହା ତାଙ୍କୁ ୮୫ ବର୍ଷ ବୟସରେ ତାଙ୍କ ସ୍ୱପ୍ନର କାର କିଣିବାରେ ସାହାଯ୍ୟ କରିଛି। ତାଙ୍କ ଭିଡିଓ ଇନଷ୍ଟାଗ୍ରାମରେ ୧୮.୫ ମିଲିୟନରୁ ଅଧିକ ଥର ଦେଖାଯାଇଛି। ତେବେ ବର୍ତ୍ତମାନ ତାଙ୍କ ବ୍ୟବସାୟ ଭଲ ଚାଲିଛି। ଦେଶ ବିଦେଶରୁ ମଧ୍ୟ ତାଙ୍କୁ ଅର୍ଡର୍ ଆସେ ଏହି ହେୟାର ଅଏଲ୍ ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.