ଅଙ୍ଗୁର… ମନର ଦୁଃଖ କରେ ଦୂର; ଦେଖନ୍ତୁ ଅଙ୍ଗୁର ବିକାଳୀଙ୍କ ଦମ୍‌ଦାର ଭିଡିଓ

ଏବେ ସୋସିଆଲ ମିଡିଆରେ ଗୋଟିଏ ଗୀତ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ତାହା ହେଉଛି କାଚା ବାଦାମ। ଏହି ଗୀତରେ ଏବେ ବଡ଼ ବଡ଼ ସେଲିବ୍ରିଟି ମାନେ ବି ଠୁମ୍‌କା ଲଗାଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଗୀତ ଭାଇରାଲ ହେବା ପରଠାରୁ ଏବେ ଲୋକମାନେ ଏଭଳି କଳା ଥିବା ଅନ୍ୟ ଲୋକଙ୍କ ଭିଡିଓ ବି ସୋସିଆଲ ମିଡିଆରେ ସେୟାର କରୁଥିବା ଦେଖିବାକୁ ମିଳୁଛି। ଏବେ ଜଣେ ଅଙ୍ଗୁର ବିକାଳୀଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ସେ ଯେଉଁ ଢଙ୍ଗରେ ଗୀତ ଗାଇ ଗାଇ ଅଙ୍ଗୁର ବିକ୍ରି କରୁଛନ୍ତି, ଯିଏ ଦେଖିବ ଟିକେ ରହିଯିବ।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ବ୍ୟକ୍ତି ଜଣକ ନିଜ ଠେଲା ଉପରେ ବସିଛନ୍ତି। ତାଙ୍କ ହାତରେ ଏକ ଚା’ କପ୍‌ ରହିଛି ଓ ସାମ୍ନାରେ ବିକ୍ରି ପାଇଁ ରଖାଯାଇଛି ଅଙ୍ଗୁର। ଅଙ୍ଗୁର ବିକିବାକୁ ସେ ଗାଉଛନ୍ତି, ଅଙ୍ଗୁର… କରେ ମନର ଦୁଃଖ ଦୂର, ତମେ ପରିବାର ଲୋକଙ୍କ ଇଚ୍ଛାରେ ଜମା ନୁହେଁ ମଜବୁର, ନିଅ ନିଅ ୧୫ ଟଙ୍କାରେ ଅଙ୍ଗୁର।

ବ୍ୟକ୍ତିଙ୍କର ଅଙ୍ଗୁର ବିକ୍ରି କରିବାର ଏହି ଅନ୍ଦାଜ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି। ତେବେ ଏହି ବ୍ୟକ୍ତି ପୂର୍ବରୁ ବି ପିଜୁଳି ବିକ୍ରି କରୁଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା।

Video Credit: Daily life video

ତାଙ୍କର ଏହି ନିଆରା ଷ୍ଟାଇଲ୍‌ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଆଉ ଏହି ଅନ୍ଦାଜ୍‌ ଯୋଗୁ ତାଙ୍କ ବେପାର ବି ବେଶ୍‌ ଜମୁଥିବା ଦେଖାଯାଇଛି।

Also Read: ବ୍ରିଟିଶ୍‌ ସଂସଦ ଯିବେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ, ଆସିଛି ନିମନ୍ତ୍ରଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.