ଲୁଙ୍ଗି ପିନ୍ଧି ଜିମ୍ ରେ ବ୍ୟାୟାମ କଲେ ବୃଦ୍ଧ, ସମସ୍ତେ ଦେଖି ହୋଇଗଲେ ଚକିତ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ପ୍ରତିଦିନ ହୋଇଥାଏ। ସେଥି ମଧ୍ୟରୁ ଏମିତି କିଛି ଭିଡିଓ ରହିଥାଏ ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ। ଏବେ କିଛି ଦିନ ହେବ ଜଣେ ବୃଦ୍ଧଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାଙ୍କୁ ଦେଖି ଆପଣଙ୍କ ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଯିବ ।

ନୂଆଦିଲ୍ଲୀ: ସାହସ ଏବଂ ଉତ୍ସାହ ଆଗରେ ହାର ମାନିଛି ବୟସ। ଇଚ୍ଛା ଆଗରେ ସବୁ ଅସମର୍ଥ ସମର୍ଥ ସାବ୍ଯସ୍ତ ହୋଇଛି । ଜଣେ ଯେକୌଣସି ବୟସରେ ବି କିଛି କରି ଦେଖାଇ ପାରିବ ଯଦି ତା ମନବଳ ସେତିକି ମଜବୁତ୍ ଥିବ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ବୃଦ୍ଧଙ୍କୁ । ପ୍ରାୟତଃ ଲୋକେ ବୟସ ହୋଇଗଲେ ଘରେ ବସି ରୁହନ୍ତି, ଏବଂ ବିଭିନ୍ନ ଚିନ୍ତା ସେମାନଙ୍କ ମୁଣ୍ଡରେ ଘୁରିବୁଲେ। ହେଲେ ଅଆଜି ଆମେ ଏମିତି ଜରଙ୍କ ସହିତ ଭେଟ କରୁବୁ ଯାହାଙ୍କୁ ଦେଖି ଆପଣ ଚକିତ ହୋଇଯିବେ

ତେବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ପ୍ରତିଦିନ ହୋଇଥାଏ। ସେଥି ମଧ୍ୟରୁ ଏମିତି କିଛି ଭିଡିଓ ରହିଥାଏ ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ। ଏବେ କିଛି ଦିନ ହେବ ଜଣେ ବୃଦ୍ଧଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାଙ୍କୁ ଦେଖି ଆପଣଙ୍କ ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଯିବ ।

ଭିଡିଓରେ ଜଣେ ୮୫ ବର୍ଷିୟ ବୃଦ୍ଧ ଜିମ୍ ରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି। ବୟସ ଅଧିକ ସତ୍ତ୍ୱେ ବୃଦ୍ଧଙ୍କ ଇଚ୍ଛାଶକ୍ତି ସାଙ୍ଗକୁ ତାଙ୍କ ବ୍ୟାୟାମ କରିବାର ଶୈଳୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଆଚମ୍ବିତ କରିଛି । ଯିଏ ବି ଏହି ଭିଡିଓଟିକୁ ଦେଖୁଛନ୍ତି ଏହା ସତ କି ମିଛ ଭିଡିଓ ବୋଲି ପଚାରୁଛନ୍ତି । କିଛି ଏହାକୁ ଏଡିଟିଂ କରାଯାଇଛି ବୋଲି କହୁଛନ୍ତି।

 

View this post on Instagram

 

A post shared by Mask Rock (@crazygymlover1060)

ଭାଇରାଲ ଭିଡିଓରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ବଟରଫ୍ଲାଏ ବ୍ୟାୟାମ କରୁଥିବା ନଜର ଆସୁଛନ୍ତି। ବ୍ୟାୟାମ ସମୟରେ ବୃଦ୍ଧ ପିନ୍ଧିଥିବା ଲୁଙ୍ଗି ଓ ଗଞ୍ଜି ସୋସିଆଲ ମିଡିଆ ୟୁଜର୍ସଙ୍କୁ ଅଧିକ ଆକର୍ଷିତ କରୁଛି। ଏହି ଭିଡିଓଟି ଏଯାଏ ପାଖିପାଖି ୧୩ ଲକ୍ଷ ୫୬୦ ହଜାରକୁ ଅଧିକ ଲାଇକ୍ ପାଇସାରିଥିବାବେଳେ ଅନେକ ଲୋକ ଏହାକୁ ଦେଖିସାରିଲେଣି । ବୃଦ୍ଧଙ୍କ ଏଭଳି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ବି ଆରମ୍ଭ କରିଦେଲେଣି ।

ବୃଦ୍ଧ ଅବସ୍ଥାରେ ଏଭଳି କସରତ କରିବା ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି । ବୃଦ୍ଧମାନେ କାହା ଉପରେ ବୋଝ ନହୋଇ ପେଟ ପାଇଁ କିଏ ଟ୍ରଲି ଟାଣୁଛନ୍ତି ତ କିଏ ରିକ୍ସା । କିଏ ଜୋତା ପଲିସ୍ କରି ରୋଜଗାର କରୁଛନ୍ତି ତ କିଏ ଘରେ ଘରେ କାମ କରି ଦିପଇସା କମାଉଥିବା ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓ ଦେଖିବା ପରେ ଏହା ଅନେକଙ୍କୁ ପ୍ରେରଣା ଦେବ ନିଶ୍ଚୟ ।