ଏସ୍କିଲେଟରରେ ଯାଉଥିଲେ ସାବଧାନ୍! ଭିଡିଓ ଦେଖିଲେ ପାଦ ତଳୁ ମାଟି ଖସିଯିବ

ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓ ଉପରେ ସବୁବେଳେ ସଭିଏଁ ନଜର ରଖିଥାନ୍ତି। ଯେଉଁ ଭିଡିଓ ବେଳେବେଳେ ହସାଇଥାଏ ତ ବେଳେବେଳେ କନ୍ଦାଇଥାଏ, ଆଉ ବେଳେବେଳେ କିଛି ଶିକ୍ଷା ଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବୁ ଯାହାକୁ ଦେଖି ଆପଣ ଭୟଭିତ ହୋଇଯିବେ। ଆପଣ ନିଜର ଜିନିଷ ପତ୍ର କିଣା କିଣି କରିବାକୁ ପ୍ରାୟତଃ ବଡ ବଡ ଦୋକାନ କିମ୍ବା ମଲ୍ ମାନଙ୍କୁ ନିଶ୍ଚିତ ଯାଉଥିବେ। ସେଠାରେ ଆପଣ ପାହାଚରେ ଯିବା ଅପେକ୍ଷା ଏସ୍କିଲେଟରରେ ଯିବାକୁ ଅଧିକ ପସନ୍ଦ କରୁଥିବେ। ହେଲେ ବର୍ତ୍ତମାନ ଏହି ଭିଡିଓକୁ ଦେଖିଲେ ଆପଣ ଏସ୍କିଲେଟରରେ ଯିବାକୁ ଶହେ ଥରେ ଭାବିବେ।

ଏହି ଭିଡିଓଟି ୨୦୧୮ ମହିହାର ଇସ୍ତାନବୁଲର ଆୟାଜାଗା ମେଟ୍ରୋ ଷ୍ଟେସନର। ମେଟ୍ରୋ ଷ୍ଟେସନରେ ଘଟିଥିଲା ଏପରି ଏକ ଭୟଙ୍କର ଘଟଣା। ଭିଡିଓରେ ଯାହା ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ତାଙ୍କ ଏସ୍କିଲେଟରରେ ଯାଉଥିବା ସମୟରେ ହଠାରେ ଏସ୍କିଲେଟର ତଳେ ଏକ ବିଶାଳ ଫାଙ୍କା ଭିତରେ ପଶିଯାଉଛନ୍ତି। ଯାହାକୁ ଦେଖିଲେ ଛାତି ଥରିଉଠୁଛି। ଏହ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ସହ ଅନେକଙ୍କୁ ଚକିତ କରିଦେଇଛି।

ସୂଚନା ଅନୁଯାୟୀ, ଏହି ଘଟଣା ଫେବୃଆରୀ ୨୦୧୮ ରେ ତୁର୍କୀର ଇସ୍ତାନବୁଲର ଆୟାଜାଗା ମେଟ୍ରୋ ଷ୍ଟେସନରେ ଘଟିଥିଲା। ଯାହା ଷ୍ଟେସନରେ ଲାଗିଥିବା ସିସିଟିଭିରେ କଲଏ ହୋଇଥିଲା। ତେବେ ଭିଡିଓରେ କିଛି ଯାତ୍ରୀମାନେ ଏସ୍କିଲେଟରରେ ଯାଉଥିବା ଦେଖାଯାଇଛି। ଏହି ସମୟରେ ଜଣେ ବ୍ୟକ୍ତି ଏସ୍କାଲେଟରର କିଛି ପାହାଚ ଦେଇ ଓହ୍ଲାଉଥିବା ବେଳେ ହଠାତ୍ ଏସ୍କିଲେଟରଟି ଅଟକି ଯାଇଥିଲା ଆଉ ଦେଖୁ ଦେଖୁ ସେ ଭଙ୍ଗା ଏସ୍କାଲେଟର ଭିତରେ ପଶିଯାଇଥିଲେ। ଏସ୍କିଲେଟର ତାଙ୍କ ଉପରେ ରହିଯାଇଥିଲା।

ମେହେଟ ଅଲି ଏରିକ ନାମକ ଏହି ବ୍ୟକ୍ତି ଜଣକ ଏକ ଘଣ୍ଟା ଧରି ଏସ୍କିଲେଟରରେ ଫସି ରହିଥିଲେ। ଅନ୍ୟ ଯାତ୍ରୀମାନେ ତାଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ ଏବଂ ବିଫଳ ହୋଇଥିଲେ। ଶେଷରେ ବ୍ୟକ୍ତି ଜଣଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ ବୋଲି ତୁର୍କୀର ଏକ ଖବର କାଗଜରେ ପ୍ରକାଶ ପାଇଥିଲା। ପରେ ଆମ୍ବୁଲାନ୍ସ ରେ ଉକ୍ତ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲା।

ଇସ୍ତାନବୁଲ ମ୍ୟୁନିସିପାଲିଟି (ଆଇବିବି) ଅନୁଯାୟୀ, ତ୍ରୁଟିପୂର୍ଣ୍ଣ ଏସ୍କିଲେଟରକୁ ଚଲାଉଥିବା ସଂସ୍ଥାକୁ ଚେତାବନୀ ଦିଆଯାଇଥିଲା। ଏପଟେ ଟ୍ୱିଟରରେ ଭିଡିଓରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି, “ ସେ ଏସ୍କିଲେଟରରେ ଯିବା ଆସିବା କରିବାରେ ଆଦ୍ବଂ ଭୟ କରନ୍ତି ନାହିଁ କିନ୍ତୁ ଭିଡିଓ ଟି .ଦେଖିବା ପରେ ତାଙ୍କୁ ବର୍ତ୍ତମାନ ଭୟ ଲାଗୁଛି।” ଅନ୍ୟ ଜଣେ କହିଛନ୍ତି, “ଏସ୍କିଲେଟର ଖରାପ ହେବା ଏବଂ ତାକୁ ନସଜାଡିବା ଏକ ଦାୟିତ୍ବହୀନ କାମ। ତୃତୀୟ ବ୍ୟକ୍ତି କହିଛନ୍ତି, “ବର୍ତ୍ତମାନଠାରୁ ମୁଁ ସିଡ଼ି ବ୍ୟବହାର କରିବି।” ଆଉଜଣେ ଉପଭୋକ୍ତା ମନ୍ତବ୍ୟ ଦେଇ କହିଛନ୍ତି, “ଏହା ସେଦେଖିଥିବା ସବୁଠାରୁ ଭୟଙ୍କର ଭିଡିଓ ଅଟେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.