ପଞ୍ଜାବୀ ଗୀତରେ ବୟସ୍କଙ୍କ ଠୁମକା, ମିଳିଛି ଜବରଦସ୍ତ ଲାଇକ ସାଙ୍ଗକୁ କମେଣ୍ଟ

ଇଣ୍ଟରନେଟରେ ଏକ ଜବରଦସ୍ତ ଡାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ସୋସିଆଲ ମିଡିଆ ୟୁଜର ଦେଖି ସାରିଲେଣି । ଏହି ଭିଡିଓରେ ଜଣେ ବୟସ୍କଙ୍କୁ ଖୋଲା ହୃଦୟରେ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି । ପଞ୍ଚାବୀ ହିଟ୍‌ ଗୀତରେ ବୟସ୍କ ଜଣକ ତାଳରେ ତାଳ ମିଶାଇ ନାଚିବାରେ ଲାଗିଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ଇଣ୍ଟରନେଟରେ ଏକ ଜବରଦସ୍ତ ଡାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଲୋକଙ୍କ ମନକୁ ବେଶ ଅଧିକ ମାତ୍ରାରେ ଛୁଇଁ ପାରିଛି । ଲୋକେ ଏହି ଭିଡିଓ ପଛରେ ଦିଓ୍ଵାନା ହୋଇ ଯାଇଛନ୍ତି । ନିଜେ ଭିଡିଓ ଦେଖି ମଜା ନେବାସହ ଭିଡିଓକୁ ଅଧିକ ମାତ୍ରାରେ ସେୟାର କରିବାରେ ଲାଗିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ସୋସିଆଲ ମିଡିଆ ୟୁଜର ଦେଖି ସାରିଲେଣି । ଏହି ଭିଡିଓରେ ଜଣେ ବୟସ୍କଙ୍କୁ ଖୋଲା ହୃଦୟରେ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି । ପଞ୍ଚାବୀ ହିଟ୍‌ ଗୀତରେ ବୟସ୍କ ଜଣକ ତାଳରେ ତାଳ ମିଶାଇ ନାଚିବାରେ ଲାଗିଛନ୍ତି । ଏହି ବୟସରେ ତାଙ୍କର ଏହି ଡାନ୍ସ ଲୋକଙ୍କୁ ଭାରି ପସନ୍ଦ ଆସିଛି । ଭିଡିଓକୁ ଲୋକଙ୍କ ଜବରଦସ୍ତ ଲାଇକ ମଧ୍ୟ ମିଳିଛି । କହିବାକୁ ଗଲେ ବୟସ୍କ ଜଣକ ସମସ୍ତଙ୍କ ପସନ୍ଦର ଡାନ୍ସର ହୋଇ ଯାଇଛନ୍ତି ।

ଭାଇରାଲ ହେଉଥିବା ଏହି ଇନଷ୍ଟାଗ୍ରାମ ରିଲରେ ଆପଣ ଏକ ବୟସ୍କଙ୍କୁ ଖୁସିରେ ଡାନ୍ସ କରୁଥିବାର ଦେଖିବାକୁ ପାଉଛନ୍ତି । ଗୀତ ସହ ଡାନ୍ସର ମଜା ନେଉଥିବା ଦେଖିବାକୁ ମିଳୁଛି ଏହି ଭିଡିଓରେ । ମସ୍ତିର ସହ ପଞ୍ଚାବୀ ବିଟ୍‌ ଗୀତରେ ଠୁକମା ଲଗାଉଛନ୍ତି ବୟସ୍କ ଜଣକ । ଏହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ବୟସ୍କଙ୍କ ଯୋଶ୍‌ ଆଗରେ ବୟସ ହାର ମାନି ଯାଇଛି । କୁହାଯାଏ ବୟସ କେବଳ ଏକ ସଂଖ୍ୟା । ବୟସ୍କଙ୍କ ସହ ତାଳ ତାଳ ମିଶାଇ ବାକୁ ଆଉଜଣେ ମଧ୍ୟ ସାମିଲ ହୋଇଛନ୍ତି । ଢୋଲ ଜଗିରା ଦା ଗୀତରେ ବୟସ୍କ ଓ ଅନ୍ୟ ଯୁବକଙ୍କୁ ଦେଖିବାକୁ ମିଳୁଛି । ଯିଏକି ବୟସ୍କଙ୍କ ତାଳରେ ତାଳ ମିଶାଇବାକୁ ଚେଷ୍ଟା କରୁଛନ୍ତି । ଏହି ଭିଡିଓକୁ ଆପଣ ବି ଆପଣଙ୍କ ବନ୍ଧୁ ମାନଙ୍କ ସହ ସେୟାର କରିବାକୁ ପସନ୍ଦ କରିବେ । ସେମାନେ ବି ଏହି ଭିଡିଓର ମଜା ନେଇ ପାରିବେ । ଆଉ ନିଜେ ମନଖୋଲି ହସି ପାରିବେ । ଦର୍ଶକବନ୍ଧୁ ଏପରି ଭିଡିଓ ଦେଖି ଆମେ ମନଖୋଲି ବେଳେ ବେଳେ ହସିଥାଉ ।

ଇନଷ୍ଟାଗ୍ରାମରେ ଏହି ଭିଡିଓକୁ justingurgaon ନାମକ ଆଇଡିରେ ସେୟାର କରାଯାଇଛି । ଏହି ଭିଡିଓକୁ ଏହାର ପୂର୍ବ ସପ୍ତାହରେ ସେୟାର କରାଯାଇଛି । ଯାହାକୁ ଅଧିକରୁ ଅଧିକ ସଂଖ୍ୟାରେ ଦେଖିବା ସହ ବେଶ୍‌ ପସନ୍ଦ କରୁଛନ୍ତି । ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ପ୍ରାୟ ୨ ଲକ୍ଷ ୯୦ ହଜାର ଲୋକେ ଲାଇକ କରି ସାରିଲେଣି । ଏହାସହ ଏହି ଭିଡିଓ ଉପରେ ବହୁ ମାତ୍ରାରେ କମେଣ୍ଟ ଆସିଛି । କେହି କେହି ତ ବୟସ୍କଙ୍କ ଡାନ୍ସର ପ୍ରେମର ପଡ଼ିଯାଇଥିବା କଥା ଲେଖିଛନ୍ତି । ଜଣେ ୟୁଜର ଦାଦାଜି ବହୁତ ଭଲ ଡାନ୍ସ କରୁଛନ୍ତି ବୋଲି ଲେଖିଛନ୍ତି । ଭିଡିଓରେ ନଜର ଆସୁଥିବା ବୟସ୍କ ପେସାରେ ଜଣେ ଡାକ୍ତର ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.