ଓମିକ୍ରନ ଭାରିଆଣ୍ଟରୁ କିପରି ଡାଇବେଟିସ୍ ରୋଗୀ ନିଜକୁ ସୁରକ୍ଷିତ ରଖିବେ ? ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞମାନେ

କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି । ଓମିକ୍ରନ୍ ସଂକ୍ରମଣର ବଢୁଥିବା ମାମଲାକୁ ଦେଖି, ବିଶେଷଜ୍ଞମାନେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ଯେ ଯଥାଶୀଘ୍ର ଟିକା ଗ୍ରହଣ କରନ୍ତୁ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ମାଧ୍ୟମରେ ପ୍ରାକୃତିକ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ ଟିକା ଲଗାଇ ଦ୍ୱାରା ଆପଣଙ୍କୁ ଟି-ସେଲ ଇମ୍ୟୁନିଟି ମିଳିଥାଏ, କିନ୍ତୁ ପୁଷ୍ଟକର ଖାଦ୍ୟ ଖାଇବା ଦ୍ୱାରା ପ୍ରାକୃତିକ ଉପାୟରେ ଇମ୍ୟୁନିଟି ବଢ଼ିଥାଏ ।

ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ନୂଆ ପ୍ରକାର ଭାରିଆଣ୍ଟ ମଧ୍ୟରେ ମଧୁମେହ ଏବଂ ରକ୍ତଚାପ ଭଳି ସମସ୍ୟାରେ ପୀଡିତ ଲୋକମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ। ଇନ୍ଦ୍ରପ୍ରଥ ଆପୋଲୋ ହସ୍ପିଟାଲ କ୍ରିଟିକାଲ କେୟାରର ଡାକ୍ତର ଭିନି ୟୁଟ୍ୟୁବର ଏକ ଲାଇଭ ଅଧିବେଶନରେ କହିଛନ୍ତି ଯେ, ଡାଇବେଟିସ୍ ଲୋକଙ୍କ ଇମ୍ୟୁନିଟି ସ୍ତର କମ୍ ରହିଥାଏ । ସେମାନଙ୍କୁ ନିଜର ବ୍ଲଡ ସୁଗର କେଣ୍ଟ୍ରାଲରେ ରଖିବାକୁ ପଡିଥାଏ । ଏପରି ଲୋକମାନେ ଡାକ୍ତରଙ୍କ ସଂସ୍ପର୍ଶରେ ଆସିବା, ଇନସୁଲିନ୍ ନେବା ଓ ଟିକାକରଣ କରିବା ଆବଶ୍ୟକ ।’

କୋଭିଡ -୧୯ ସଂକ୍ରମଣ କ୍ଷେତ୍ରରେ ମେଦବହୁଳତା ମଧ୍ୟ ଭୟଙ୍କର ଲକ୍ଷଣ ସୃଷ୍ଟି କରିପାରେ। ମେଦବହୁଳତା ଏବଂ ମଧୁମେହର ମିଶ୍ରଣ ଅତ୍ୟନ୍ତ ବିପଜ୍ଜନକ। ମଧୁମେହରେ ପୀଡ଼ିତ ଲୋକମାନେ ନିୟମିତ ଭାବେ ସେମାନଙ୍କର ଓଜନ ମାପିବା ପାଇଁ ପରାମର୍ଶ ଦିଅନ୍ତି। ସେ କହିଛନ୍ତି, ‘ମୋଟା ହେବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। କୋଭିଡ -19 ର ଗମ୍ଭୀର ରୋଗରେ ଏହିପରି ଲୋକଙ୍କର ଅଧିକ ସମସ୍ୟା ଥାଏ।

ଏଥିସହିତ ସଂକ୍ରମଣରୁ ରକ୍ଷା କରିବାରେ ଆଣ୍ଟିଅକ୍ସିଡାଣ୍ଟ ସମୃଦ୍ଧ ଖାଦ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। ଆମେ ବାଦାମ, ଫଳ କିମ୍ବା ସାଲାଡ ମାଧ୍ୟମରେ ଆମ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଅନ୍ତର୍ଭୁକ୍ତ କରିପାରିବା। ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ DNA ର କ୍ଷତିରୁ ରକ୍ଷା କରିଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଦୈନିକ ପ୍ରାୟ ୩୦ ଗ୍ରାମ ବାଦାମ ଖାଇବା ଦ୍ୱାରା ଶିଶୁ ଏବଂ ବୟସ୍କଙ୍କଠାରେ ସଂକ୍ରମଣ ଏବଂ ରୋଗ ହେବାର ଆଶଙ୍କା କମିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.