ଧନତେରସ୍‌ ରାତିରେ ଅବଶ୍ୟ ଜଳାନ୍ତୁ ଯମ ଦୀପ, ରହିବନି ଅକାଳ ମୃତ୍ୟୁ ଭୟ; ଶତ୍ରୁ ଭୟ ପାଇଁ ହନୁମାନଙ୍କ ପାଖରେ ଜଳାନ୍ତୁ ଏହି ତେଲର ଦୀପ

ଧନତେରସ୍‌ ଦିନଠାରୁ ହିଁ ଦୀପାବଳି ପର୍ବ ଆରମ୍ଭ ହୋଇ ଯାଇଥାଏ। ଏହି ଦିନଠାରୁ ଦେବୀ, ଦେବତାଙ୍କ ପୂଜା ବିଧି ବିଧାନର ସହ କରିବା ଦ୍ୱାରା ଘରେ ସୁଖ, ଶାନ୍ତି, ଉନ୍ନତି ଓ ପ୍ରଗତି ଆସିଥାଏ। ଶାସ୍ତ୍ର ଅନୁସାରେ, ଧନତେରସ୍‌ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାମାନଙ୍କର ଚିକିତ୍ସକ ଭଗବାନ ଧନ୍ଵନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ। ଧନତେରସ୍‌ ଭଗବାନ ଧନ୍ଵନ୍ତରୀଙ୍କ ପୂଜା ସହିତ ଧନଧାନ୍ୟ ବର୍ଷା କରିବାର ଉତ୍ସବ ହୋଇଥାଏ। ତେବେ ଧନତେରସ୍‌ ଦିନ ଧନପ୍ରାପ୍ତି ଏବଂ କଷ୍ଟ ଲାଘବ କରିବା ପାଇଁ ବିଶେଷ ଉପାୟ ବିଷୟରେ କୁହାଯାଇଛି। ଆସନ୍ତୁ ଜାଣିବା କ’ଣ ସେ ସବୁ ଉପାୟ।

-ଧନତେରସ୍‌ ଦିନ ଭଗବାନ କୁବେରଙ୍କ ପୂଜା କରାଯାଇଥାଏ। କୁବେରଙ୍କ ଦିଗ ଉତ୍ତର ହୋଇଥାଏ। ଏଥିପାଇଁ ଧନତେରସ୍‌ ଦିନ ଟଙ୍କା, ପଇସା ଆଦିକୁ ଉତ୍ତର ଦିଗରେ ହିଁ ରଖନ୍ତୁ। ଏମିତି କଲେ ଆପଣଙ୍କୁ ଧନଲାଭ ହେବ।

-ଆପଣଙ୍କ ଘର, ଦୋକାନ କିମ୍ବା ଆଲମିରାରେ ମା’ ଲକ୍ଷ୍ମୀ କମଳ ଉପରେ ଧନବର୍ଷା ମୁଦ୍ରାରେ ବସିଥିବାର ଫଟୋ ଲଗାନ୍ତୁ। ସେହି ଫଟୋରେ ଦୁଇଟି ହାତୀ ନିଜର ଶୁଣ୍ଢ ଉଠାଇଥିବା ନଜର ଆସୁଥିବା ଦରକାର। ଏମିତି କରିବା ଦ୍ୱାରା ସବୁବେଳେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ।

-ଶୁଭ ମୁହୂର୍ତ୍ତରେ ଏହି ଦିନ ବଜାରରୁ ୧୧ ଗୋମତୀ ଚକ୍ର ଆଣନ୍ତୁ ଏବଂ ଏହା ଉପରେ ଚନ୍ଦନ ଲଗାଇ ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଏଥି ସହିତ ମା’ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ। ଏମିତି କଲେ ଘରେ ଧନଧାନ୍ୟର ଅଭାବ ରହି ନ ଥାଏ।

-ମା’ ଲକ୍ଷ୍ମୀଙ୍କ ପ୍ରସନ୍ନତା ପାଇଁ ଧନତେରସ୍‌ ଦିନ ନୂଆ ଝାଡ଼ୁ ଘରକୁ ଆଣିବା ବହୁତ ସମୃଦ୍ଧିଦାୟକ ହୋଇଥାଏ। କାରଣ, ଝାଡ଼ୁ ଘରର ସଫାସୁତରା କରିଥାଏ ଏବଂ ସ୍ୱଚ୍ଛ ଘରେ ହିଁ ମା’ ଲକ୍ଷ୍ମୀ ବାସ କରି ଥାଆନ୍ତି। ଏହି ଦିନ ମା’ ଲକ୍ଷ୍ମୀଙ୍କର ଶ୍ରୀଯନ୍ତ୍ର ସ୍ଥାପନ କରିବା ଉଚିତ।

-ଧନତେରସ୍‌ ଦିନ ଚାନ୍ଦି କିଣିବାର ପ୍ରଥା ରହିଛି। ଯଦି ସମ୍ଭବ ହେଉନାହିଁ, ତା’ ହେଲେ କୌଣସି ବାସନ କିଣନ୍ତୁ। ମାନ୍ୟତା ଅନୁସାରେ, ଏହା ଚନ୍ଦ୍ରମାର ପ୍ରତୀକ ହୋଇଥାଏ। ମନକୁ ସନ୍ତୋଷ ଓ ଶୀତଳତା ପ୍ରଦାନ କରିଥାଏ।

-ଯଦି ଆପଣଙ୍କର କିମ୍ବା ଆପଣଙ୍କ ପରିବାରରେ କାହାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତା’ ହେଲେ ଧନତେରସ୍‌ ଦିନ ଅନ୍ନ ଏବଂ ଔଷଧ ଅବଶ୍ୟ ଦାନ କରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଜଲ୍‌ଦି ସମାପ୍ତ ହୋଇଯାଇଥାଏ।

-ଧନତେରସ୍‌ ରାତିରେ ଦକ୍ଷିଣ ଦିଗରେ ଯମଙ୍କ ଦୀପ ଅବଶ୍ୟ ଜଳାନ୍ତୁ। ଏମିତି କରିବା ଦ୍ୱାରା ଅକାଳ ମୃତ୍ୟୁ ଭୟ ରହି ନ ଥାଏ ଏବଂ ଶରୀର ନିରୋଗ ରହିଥାଏ।

-ଯଦି ଆପଣଙ୍କୁ କୌଣସି ବି ପ୍ରକାର ଶତ୍ରୁ ଭୟ ଲାଗି ରହୁଛି, ତା’ ହେଲେ ଧନତେରସ୍‌ ଦିନ ଶ୍ରୀ ହନୁମାନଙ୍କ ସମ୍ମୁଖରେ ଚମେଲି ତେଲର ଦୀପ ନିହାତି ଭାବେ ଜଳାଇବା ଉଚିତ।

Leave A Reply

Your email address will not be published.