ଶନିବାର ଦିନ କରନ୍ତୁ କଳା ବିରି ଡାଲିର ଏହି ୪ଟି ଉପାୟ; ଆପଣଙ୍କର ସମସ୍ତ ଖରାପ କର୍ମର ପ୍ରଭାବ ଦୂର କରିଦେବେ ଶନିଦେବ

ଶନିବାର ଶନି ଦେବଙ୍କୁ ସମର୍ପିତ ରହିଛି। ଏହି ଦିନ ଶନି ଦେବଙ୍କୁ ପୂଜା କରିବା ଏବଂ କିଛି ଜ୍ୟୋତିଷ ଉପାୟ କରିବା ଦ୍ୱାରା ବ୍ୟକ୍ତିଙ୍କଚ ଶନି ଦୋଷରୁ ମୁକ୍ତି ମିଳିଥାଏ। ଏଥି ସହିତ ଶନି ଦେବଙ୍କ କୁଦୃଷ୍ଟିର ପ୍ରଭାବ ମଧ୍ୟ କମ୍‌ ହୋଇଥାଏ। ଶାସ୍ତ୍ର ଅନୁସାରେ, ଶନି ଦେବଙ୍କୁ କର୍ମଫଳଦାତା ନାମରେ ଜଣାଯାଇଥାଏ। ବ୍ୟକ୍ତିର ଖରାପ କର୍ମର ହିସାବ ଶନି ଦେବ ହିଁ ରଖି ଥାଆନ୍ତି। ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଶନି ଦେବଙ୍କ କୁଦୃଷ୍ଟିର ସାମ୍ନା କରିବାକୁ ପଡ଼ିଥାଏ। ସେଠି ଭଲ କର୍ମ କରୁଥିବା ଲୋକଙ୍କୁ ଶନି ଦେବ ଖୁବ୍‌ ଆଶୀର୍ବାଦ ପ୍ରଦାନ କରି ଥାଆନ୍ତି।

ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଶନି ଦଶା ଖରାପ ରହିଛି, ତା’ ହେଲେ ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ପ୍ରସନ୍ନ କରିବାର ଅନେକ ଉପାୟ ବିଷୟରେ କୁହାଯାଇଛି। ଏହି ଉପାୟ କରିବା ଦ୍ୱାରା ଶନି ଦେବ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର କୁପ୍ରଭାବ କମ୍‌ ହୋଇଯାଇଥାଏ। ଆଜି ଆମେ ଆପଣଙ୍କୁ କଳା ବିରି ଡାଲିର କିଛି ପ୍ରତିକାର ବିଷୟରେ କହିବୁ। ଏହି ଉପାୟଗୁଡ଼ିକୁ ଶନିବାର ଦିନ କରାଗଲେ, ବ୍ୟକ୍ତିଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

ଶନିବାର ଦିନ କରନ୍ତୁ କଳା ବିରି ଡାଲିର ଉପାୟ

-ଯଦି କୌଣସି ବ୍ୟକ୍ତିର ଜାତକରେ ଶନି ଦୋଷ ରହିଛି, ତା’ ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିବାର ଦିନ କଳା ବିରି ଡାଲିର ୪ଟି ଦାନା ନେଇ ନିଜ ଉପରେ ଓଲଟା ବୁଲାଇ ଆଣନ୍ତୁ ଏବଂ ଏହାକୁ କାଉକୁ ଖାଇବାକୁ ଦିଅନ୍ତୁ। ଏମିତି ଆପଣଙ୍କୁ ଲଗାତାର ୭ ଶନିବାର ପାଇଁ କରିବାକୁ ପଡିବ। ଦେଖିବେ, କିଛି ଦିନ ମଧ୍ୟରେ ଆପଣଙ୍କୁ ଲାଭ ମିଳିବାକୁ ଲାଗିବ।

-ଯଦି ଦୀର୍ଘ ଦିନରୁ ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ୁନି, ତା’ ହେଲେ ଏଥିପାଇଁ କଳା ବିରି ଡାଲିର ୨ଟି ଦାନା ନେଇ ସେଥିରେ ଦହି ଓ ସିନ୍ଦୁର ଲଗାନ୍ତୁ। ଏହି ଦାନାଗୁଡ଼ିକୁ ଅଶ୍ୱତ୍‌ଥ ଗଛର ମୂଳ ପାଖରେ ରଖି ଦିଅନ୍ତୁ। ଏହି ପ୍ରତିକାର ଶନିବାର ଦିନଠାରୁ ଆରମ୍ଭ କରନ୍ତୁ ଏବଂ ଏହାକୁ ଲଗାତାର ୨୧ ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଲାଭ ମିଳି ପାରିବ।

-ଧନ ବୃଦ୍ଧି ଏବଂ ଅଯଥା ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଶନିବାର ସନ୍ଧ୍ୟାରେ ପେସା ହୋଇଥିବା ବିରି ଡାଲିରେ ଦୁଇଟି ବରା ତିଆରି କରନ୍ତୁ। ଏହି ବରା ଉପରେ ସିନ୍ଦୁର ଓ ଦହି ଲଗାଇ ତାହାକୁ ଅଶ୍ୱତ୍‌ଥ ଗଛ ମୂଳରେ ରଖି ଦିଅନ୍ତୁ। ଏହି ପ୍ରତିକାର କରିବା ପରେ ଭୁଲରେ ବି ପଛକୁ ବୁଲି ଦେଖନ୍ତୁ ନାହିଁ। ଏହି ଉପାୟକୁ ଆପଣ ଲଗାତାର ୧୧ ଶନିବାର ପର୍ଯ୍ୟନ୍ତ କରନ୍ତୁ।

-ବ୍ୟବସାୟ ବୃଦ୍ଧି, ଏଥିରେ ସଫଳତା ପାଇବା ଏବଂ କୌଣସି ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପ୍ରତିକାର ବିଷୟରେ କୁହାଯାଇଛି। ଏଥିପାଇଁ ପୁରୁଣା ବ୍ୟବସାୟ ସ୍ଥାନରୁ କୌଣସି ଏକ ଲୁହା ଜିନିଷ ନେଇ ଆଣି ତାହାକୁ ନୂତନ ବ୍ୟବସାୟ ସ୍ଥାନରେ ରଖିବା ଦ୍ୱାରା ଅନକେ ଲାଭ ମିଳିଥାଏ। ପ୍ରଥମେ ସେହି ଜାଗାରେ ସ୍ୱସ୍ତିକ ବନାଇ ନିଅନ୍ତୁ ଏବଂ କିଛି କଳା ବିରି ଡାଲି ରଖନ୍ତୁ। ଏମିତି କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.