୨୧ ତାରିଖ ରାତିରେ ଗୋଟିଏ ସରଳ ରେଖାରେ ଦେଖାଯିବେ ୩ଟି ଗ୍ରହ

ଭୁବନେଶ୍ୱର (କେନ୍ୟୁଜ): ସୌରଜଗତର ଏମିତି ଅନେକ କିଛି ରହସ୍ୟ ଅଛି ଯାହା ସମ୍ପର୍କରେ ଆମକୁ କିଛି ଜଣାନଥାଏ। ତେବେ ସେ ଗ୍ରହ ହୁଅନ୍ତୁ ଅବା ଉପଗ୍ରହ କିମ୍ବା ଗ୍ରହଣ ହେଉ ଅବା ଅମାବାସ୍ୟା ଏହା ସମ୍ପର୍କରେ ଆମେ ବୈଜ୍ଞାନିକ ଅନୁଷ୍ଠାନ ତଥା ପ୍ଲାନେଟୋରିୟମରେ ପ୍ରମାଣିକ ତଥ୍ୟ ପାଇପାରୁ। ଏସବୁକୁ ଅତି ନିକଟରୁ ଦେଖିବା ପାଇଁ ଇଚ୍ଛା ହେଲେ ମଧ୍ୟ ଧ୍ୟାନ ପ୍ରଥମେ ଏହି ସ୍ଥାନକୁ ଯାଇଥାଏ। ତେବେ ଆଜି ଆମେ ଏହି ଗ୍ରହକୁ ନେଇ କିଛି ରୋଚକ ତଥ୍ୟ ସମ୍ପର୍କରେ କହିବୁ। ଯାହା ପ୍ରତିବର୍ଷ ଘଟିଥାଏ। କିନ୍ତୁ ତାହା ସମ୍ପର୍କରେ କାହାକୁ ବେଶି ଜଣା ନଥାଏ।

ଆସନ୍ତା ୨୧ ତାରିଖ ରବିବାର ଦିନ ଏକ ବିରଳ ଦୃଶ୍ୟ ଆକାଶରେ ଆପଣ ଦେଖିବାକୁ ପାଇବେ। ଏକ ସରଳରେଖାରେ ୩ଟି ଗ୍ରହ ରହିବେ । ଯାହାକୁ ଆପଣ ଖାଲି ଆଖିରେ ଆକାଶରେ ଦେଖିବାକୁ ପାଇବେ। ଗବେଷକଙ୍କ ସୂଚନା ଅନୁଯାୟୀ ଏହି ସଂଯୋଗ ପ୍ରତିବର୍ଷ ୨ରୁ ୩ଥର ପଡ଼ିଥାଏ। କିନ୍ତୁ ଏହା ସମ୍ପର୍କରେ ଅନେକ ଲୋକ ଜାଣିନଥାନ୍ତି। ତେଣୁ ସୌରମଣ୍ଡଳର ଏହି ଅପୂର୍ବ ଦୃଶ୍ୟ ଦେଖିବାରୁ ପ୍ରାୟ ବଞ୍ଚିତ ରୁହନ୍ତି।

ଗବେଷକଙ୍କ କହିବା ଅନୁଯାୟୀ, ଖାଲି ଆଖିରେ ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିପାରୁ। ସେହି ଗ୍ରହ ମାନେ ହେଲେ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଗ୍ରହ। ଯଦି ଆପଣ ଚାହିଁବେ ଏବେ ପରୀକ୍ଷା ମଧ୍ୟ କରିପାରିବେ। ବୃହସ୍ପତି ଗ୍ରହ ମୁଣ୍ଡ ଉପରେ ଉଜ୍ଜଳ ତାରା ଭାବେ ଦେଖାଯାଉଛନ୍ତି। ସେହିପରି ପଶ୍ଚିମ ଦିଗବଳୟର ୪୦ ଡିଗ୍ରୀ ଉପରେ ଶୁକ୍ର ଗ୍ରହ ରହିଛନ୍ତି ଏବଂ ଏମାନଙ୍କ ମଝିରେ ରହିଛନ୍ତି ଶନି ଗ୍ରହ। ତେବେ ବଡ଼ କଥା ହେଉଛି ୨୧ ତାରିଖ ବେଳକୁ ଏହି ୩ଟି ଗ୍ରହ ଗୋଟିଏ ସରଳରେଖାରେ ରହିବେ। ଏମିତି ସଂଯୋଗ ଏହି ଗୋଟିଏ ମାସ ରହିବ। ତେବେ ସୂର୍ଯ୍ୟାସ୍ତ ପରେ ଆପଣ ଏହାକୁ ଭଲ ଭାବେ ଦେଖିପାରିବେ । ତେବେ ଏହା ପ୍ରତିବର୍ଷ ଘଟିଥାଏ। ଏପରି ଭାବେ ଆପଣ କେବେ କେବେ ୪ଟି ଗ୍ରହ ମଧ୍ୟ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.