‘ବନ୍ଦେ ଉତ୍କଳ ଜନନୀ’ : ୧୯୩୬ରୁ ୨୦୨୦ ଯାଏ ଏକ ଲମ୍ବା ଯାତ୍ରା, ୮୫ ତମ ଉତ୍କଳ ଦିବସ ପାଳନ ଅବସରରେ……

ବ୍ରିଟିଶ ଶାସନ କାଳରେ ଭାଷାକୁ ଭିତ୍ତି କରି ୧୯୩୬ ମସିହା ଏପ୍ରିଲ ମାସ ଏକ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ । ଏହି ଦିନକୁ ଆଜି ପୂରିଛି ୮୪ ବର୍ଷ ପୂରିଛି । କହିବା ବାହୁଲ୍ୟ ଯେ, ଦେଶରେ ପ୍ରଥମ ରାଜ୍ୟ ଭାବେ ଭାଷା ଭିତ୍ତିରେ ଗଠିତ ହୋଇଥିଲା ଏହି ରାଜ୍ୟ । ଅନ୍ୟ ଭାଷା ମାନଙ୍କ ପରି ଆଜି ଓଡ଼ିଆ ଭାଷା ଭାରତ ସମ୍ବିଧାନରେ ଆଧୁନିକ ଭାଷାର ମାନ୍ୟତା ପାଇଛି । ଏବେକା ସମୟରେ ଓଡିଶା ନାମରେ ପରିଚିତ ଏହି ରାଜ୍ୟ କିନ୍ତୁ ପୂର୍ବରୁ ଓଡ୍ର, କୋଶଳ, କଳିଙ୍ଗ ଆଦି ନାମରେ ଥିଲା ସୁପରିଚିତ । ଇତିହାସ କହେ ଗଙ୍ଗ ଓ ଗଜପତି ରାଜତ୍ୱ ଆମ ଉତ୍କଳ ରାଜ୍ୟର ସୀମା ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ଗୋଦାବରୀ ଯାଏଁ ବ୍ୟାପି ଥିଲା । କିନ୍ତୁ କିଛି କ୍ଷମତା ପିପାସୁଙ୍କ କ୍ରୁର ଦୃଷ୍ଟି କାରଣରୁ ଖଣ୍ଡ ବିଖଣ୍ଡିତ ହୋଇଥିଲା ଏହି ମାଟି ।

Utkala Dibasa – The Story of Odisha, a beautiful blog by Ashes Roy ...

ପରେ ବରପୁତ୍ର ମାନଙ୍କ ଅସୀମ ଚେଷ୍ଟା, ତ୍ୟାଗ ଫଳରେ ପରିଚୟ ପାଇଲା ଏହି ରାଜ୍ୟ । ଉତ୍କଳ ମଣି ଗୋପବନ୍ଧୁ ଦାସ, ବ୍ୟାସ କବି ଫକୀର ମୋହନ, ଉତ୍କଳ ଗୌରବ ମଧୁସୂଦନ ଦାସ, କର୍ମବୀର ଗୌରୀ ଶଙ୍କର ରାୟ, ବ୍ୟାସକବି ଫକୀର ମୋହନ ସେନାମାଟି ପ୍ରମୁଖ ଆରମ୍ଭ କରିଥିବା ଭାଷା ଆନ୍ଦୋଳନର ବୃକ୍ଷରେ ୧୯୩୬ ମସିହା ଆଜିର ଦିନରେ ଫଳ ଫଳିଥିଲା । ଆଉ ଆଜି ଏହାର ସନ୍ତାନ ମାନେ ପାଳନ କରୁଛନ୍ତି ୮୫ ତମ ଓଡିଶା ଦିବସ । ସେସମୟରେ ୬ ଗୋଟି ଜିଲ୍ଲା କଟକ, ପୁରୀ, ସମ୍ବଲପୁର, ବାଲେଶ୍ୱର, ଗଂଜାମ ଓ କୋରାପୁଟ ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ । ଦେଶ ସ୍ୱାଧୀନତା ପାଇବା ପରେ ୨୬ ଟି ଗଡଜାତର ଶାସନ ଦାୟିତ୍ୱ ଓଡିଶା ହାତକୁ ଆସିଥିବା ବେଳେ ରାଜ୍ୟ ପୁନର୍ଗଠନ କାରଣରୁ ଷଢେ଼ଇକଳା ଓ ଖରସୁଆଁ ପୃଥକ ହୋଇ ବିହାର ହାତକୁ ଚାଲି ଯାଇଥିଲା ।

Utkala Dibasa 2018: Know the History & Significance of the Odisha ...

ପୁଣି ଥରେ ୧୯୪୯ ମସିହାରେ ଗଡଜାତ ଅଂଚଳ ମୟୁରଭଞ୍ଜ ଓଡିଶା ସହିତ ମିଶିଥିଲା । ଓଡ଼ିଶାର ଜିଲ୍ଲା ସଂଖ୍ୟା ୬ ରୁ ୧୩କୁ ବୃଦ୍ଧି ପାଇଲା । ବଲାଙ୍ଗୀର, ଫୁଲବାଣୀ, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ ଜିଲ୍ଲା ସ୍ୱୀକୃତି ଲାଭ କଲେ । ପରବର୍ତ୍ତୀ ସମୟରେ ସେହି ଜିଲ୍ଲାକୁ ପୁନର୍ଗଠନ କରାଯାଇ ୩୦ଟି ଜିଲ୍ଲାରେ ପରିଣତ କରାଯାଇଥିଲା । ଆଧୁନିକ ଓଡିଶା ରାଜ୍ୟର ସ୍ଥାୟୀ ବାସିନ୍ଦା, ଓଡ଼ିଶାର ବାୟୁକୁ ନିଶ୍ୱାସରେ ଗ୍ରହଣ କରି, ଉତ୍କଳ ମାଟିର ଆନନ୍ଦିନ ଖାଇ, ଓଡ଼ିଆ ଭାଷା ବୁଝେ ଓ କହେ ସେ ହିଁ ଓଡ଼ିଆ । ସେହି ମାନଙ୍କୁ ନେଇ ଆଜି ଏହି ମାଟି ଗର୍ବିତ ।

Rupa Dash - Utkala dibasa ra subhechha; Your mother tongue ...
ଅଧିକାଂଶ ହୁଏତ ଜାଣି ନଥିବେ ଉତ୍କଳ ମାଟି ଅଧିକାଂଶ ଖଣିଜ ସମ୍ପଦରେ ପରିପୂର୍ଣ । କ୍ରୋମାଇଟ, ବକ୍ସାଇଟ, ଲୌହ, ନିକେଲ ପରି ମୂଲ୍ୟବାନ ଖଣିଜରେ ପରିପୁର୍ଣ୍ଣ ଆମ ଉତ୍କଳ ମାଟି । ଏହି ମୂଲ୍ୟବାନ ଖଣିଜକୁ ନେଇ ଆଜି ଏହି ମାଟି ମୁଣ୍ଡ ଟେକୁଛି | ନିଜ ନାଁକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ଯଥା ସାଧ୍ୟ ଉଦ୍ୟମ ଚଳାଇଛି । ଏହି ଜାତିକୁ ଉପରକୁ ଉଠାଇବା, ଏହାର ପରିଚୟ ବଦଳାଇବା, ଓଡିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ । ଶ୍ରେଷ୍ଠ ତାଲିକାରେ ଏହି ରାଜ୍ୟ ମୁଣ୍ଡ ଟେକୁ ଭାରତ ତଥା ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରୁ ଏହା ହିଁ ଆମର ଏକାନ୍ତ କାମ୍ୟ ।

କରୋନା ଲକ୍‌ଡାଉନ୍‌ ଯୋଗୁ ଆମେ ଘର ବାହାରକୁ ଆସି ଉତ୍କଳ ଦିବସ ପାଳନ କରିପାରୁ ନାହୁଁ ସତ ହେଲେ ଆମେ ଚାହିଁଲେ ଘରେ ଆମ ଓଡ଼ିଶା ମା ପ୍ରତି ନିଜର ଶ୍ରଦ୍ଧା ଅର୍ପଣ କରି ପାରିବା ।

ବନ୍ଦେ ଉତ୍କଳ ଜନନୀ

 

Leave A Reply

Your email address will not be published.