ସ୍ପେଶାଲ

ଶାରଦୀୟ ନବରାତ୍ରି: ଦ୍ବିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ କରନ୍ତୁ ଆରାଧନା, ଜାଣନ୍ତୁ ମହତ୍ତ୍ବ

ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଛି। ଏହି ୯ ଦିନରେ ମା’ ଦୁର୍ଗାଙ୍କ ଅଲଗା ଅଲଗା ସ୍ବରୂପକୁ ପୂଜା ଆରାଧନା କରାଯାଏ। ଅକ୍ଟୋବର ୭ ତାରିଖ, ଗୁରୁବାର ଠାରୁ ନବରାତ୍ରି ବ୍ରତ ଆରମ୍ଭ ହୋଇଛି। ପ୍ରଥମେ ଦିନରେ ମା’ ଶୈଳପୁତ୍ରୀଙ୍କୁ ଆରାଧନା କରାଯାଏ। ଆଜି ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଆରାଧନା କରାଯାଇଛି। ଶାସ୍ତ୍ରରେ ମା’ ବ୍ରହ୍ମଚାରିଣୀଙ୍କୁ ମା’ ଦୁର୍ଗାଙ୍କ ବିଶେଷ ସ୍ୱରୂପ ବୋଲି କୁହାଯାଇଛି। ମା’ଙ୍କ ଆରାଧନାରେ ତପ, ଶକ୍ତି, ତ୍ୟାଗ, ସଦାଚାର, ସଂଯମ ଓ ବୈଭବ ବୃଦ୍ଧି ହୋଇଥାଏ ଓ ଶତ୍ରୁଙ୍କୁ ପରାଜିତ କରି ମା’ ବିଜୟ ପ୍ରଦାନ କରିଥାନ୍ତି। ମା’ଙ୍କୁ ବିଧି ପୂର୍ବକ ପୂଜା କଲେ ମା’ ସବୁ ମନସ୍କାମନା ପୂରଣ କରିଥାନ୍ତି ଓ ସବୁ ସମସ୍ୟା ଦୂର କରିଥାନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପୂଜା ମଙ୍ଗଳ ଗ୍ରହର ଖରାପ ପ୍ରଭାବକୁ କମ୍‌ କରିଥାଏ।

ମା’ ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଏବଂ ବୈରାଗ୍ୟର ଦେବୀ ବୋଲି କୁହାଯାଏ। କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ। ବିଦ୍ୟାର୍ଥୀ ଏବଂ ତପସ୍ୱୀଙ୍କ ପାଇଁ ମା’ଙ୍କ ପୂଜା କରିବା ଶୁଭଫଳ ଦେଇଥାଏ। ଯେଉଁ ଲୋକଙ୍କର ସ୍ୱାଧିଷ୍ଠାନ ଚକ୍ର ଦୁର୍ବଳ ରହିଥାଏ ସେମାନେ ମା’ ବ୍ରହ୍ମଚାରିଣୀଙ୍କୁ ଉପସନା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ।

କ’ଣ ରହିଛି ମା’ଙ୍କ ପୂଜା ବିଧି :

ମା’ ବ୍ରହ୍ମଚାରିଣୀଙ୍କ ଉପାସନା ସମୟରେ ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧିବା ଉଚିତ। ମା’ଙ୍କ ଧଳା ରଙ୍ଗର ବସ୍ତୁ ଅର୍ପଣ କରନ୍ତୁ। ଯେପରିକି ମିଶରି, ଚିନି, ପଞ୍ଚାମୃତ। ଜ୍ଞାନ ଏବଂ ବୈରାଗ୍ୟ ପାଇଁ କୌଣସି ମନ୍ତ୍ର ଜପ କରିପାରନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପାଇଁ ‘ଓଁ ଏଁ ନମଃ’ ଜପ କରନ୍ତୁ। ଏହିଦିନରେ ଜଳୀୟ ଆହାର ଏବଂ ଫଳାହାର କରନ୍ତୁ।

ପୁରାଣ କଥା ଅନୁଯାୟୀ, ମା’ ବ୍ରହ୍ମଚାରିଣୀ ପର୍ବତରାଜ ହିମାଳୟଙ୍କ ପୁତ୍ରୀ। ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପାଇବାକୁ ମା’ ବ୍ରହ୍ମଚାରିଣୀ କଠୋର ତପସ୍ୟା କରିଥିଲେ। ସେଥିପାଇଁ ତାଙ୍କୁ ବ୍ରହ୍ମଚାରିଣୀ କୁହାଗଲା। ପୌରାଣିକ କଥା ଅନୁସାରେ ମା’ ହଜାରେ ବର୍ଷ ଯାଏଁ ଫଳମୂଳ ଖାଇ ଜୀବନ ଅତିବାହିତ କରିଥିଲେ। ଏହାପରେ ମା’ କଠିନ ଉପବାସ ରଖିଲେ ଓ ଖୋଲା ଆକାଶ ତଳେ ଖରା ବର୍ଷା ସହ୍ୟ କରିଥିଲେ। ଛିଣ୍ଡା ବେଲ ପତ୍ର ସେବନ କରି ଭଗବାନ ଶିବଙ୍କୁ ଆରାଧନା କରିଥିଲେ। ଶିବ ଯେତେବେଳେ ପ୍ରସନ୍ନ ହୋଇନଥିଲେ ସେ ବେଲ ପତ୍ର ସେବନ କରିବା ଛାଡିଦେଲେ ଓ ଅନେକ ବର୍ଷ ଯାଏଁ ନିର୍ଜଳା ତପସ୍ୟା କରିଥିଲେ। କଠୋର ତପସ୍ୟା ଯୋଗୁଁ ସେ ଦୁର୍ବଳ ହୋଇପଡିଥିଲେ। ମା’ଙ୍କ ତପସ୍ୟା ଦେଖି ଦେବତା, ମୁନିଋଷି ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ ଓ ତାଙ୍କ ମନସ୍କାମନା ପୂରଣ ହେବ ବୋଲି ଆଶୀର୍ବାଦ ଦେଇଥିଲେ।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

22 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

28 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago