ଦିବ୍ୟାଙ୍ଗ ହେଲେ ବି ଟ୍ୟାଲେଣ୍ଟ କିଛି କମ ନୁହେଁ! ମଡେଲଙ୍କ ଗୋଟିଏ ଗୋଡ଼ର ଓଜନ ୪୫ କିଲୋ, କହିଲେ, ଭଗବାନ ମୋତେ ବହୁତ ଭଲ ପାଉଥିବେ ବୋଲି ଏମିତି ଗଢ଼ିଛନ୍ତି

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଦୁର୍ବଳତାକୁ ହିଁ ନିଜର ଶକ୍ତି ବନାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି ହିଁ ଜଣେ ହେଉଛନ୍ତି ଆମେରିକାର ମଡେଲ ମହୋଗନୀ ଗେଟର। ମହୋଗନୀ ଶାରୀରିକ ରୂପେ ଦିବ୍ୟାଙ୍ଗ, ହେଲେ ତଥାପି ସବୁ ପ୍ରକାର ଚ୍ୟାଲେଞ୍ଜକୁ ସେ ସାମ୍ନା କରୁଛନ୍ତି।

୨୩ ବର୍ଷୀୟା ମହୋଗନୀ Lymphedema ନାମକ ରୋଗରେ ପୀଡିତ। ଏହି ରୋଗ ଯୋଗୁ ତାଙ୍କର ଗୋଟିଏ ଗୋଡ଼ର ଓଜନ ପାଖାପାଖି ୪୫ କିଲୋ ହୋଇଯାଇଛି। ଏପରିକି, ଶରୀରରେ ଲିକ୍ୱିଡ ମାତ୍ରା ବି ବଢ଼ି ଚାଲିଛି ଏବଂ ତାହା କୌଣସି ବି ସଫ୍ଟ ଟିସ୍ୟୁକୁ ନିଜର ଶିକାର ବନାଉଛି।

ଏହି କାରଣରୁ ତାଙ୍କୁ ଅନେକ ଲୋକ ନିଜ ଗୋଡ଼ କଟେଇ ନେବାକୁ ପରାମର୍ଶ ଦେଇଛନ୍ତି ଏବଂ ତାଙ୍କ ଶରୀରକୁ ନେଇ ଥଟ୍ଟା ପରିହାସ କରିଛନ୍ତି। କିନ୍ତୁ ମହୋଗନୀ ଦୁନିଆ ଆଗରେ ନିଜ ଶରୀରକୁ ଲୁଚାଇବା ବଦଳରେ ପୂରା ଦମ୍ଭରେ ନିଜ ଟ୍ୟାଲେଣ୍ଟ ଦେଖାଇବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ନିଜର ଫଟୋଶୁଟ କରାଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରି ଚାଲିଛନ୍ତି।

ତାଙ୍କ କହିବା ହେଲା, ତାଙ୍କ ଶରୀର ଯେମିତି ବି ଅଛି ସୁନ୍ଦର ଅଛି। ଏହାକୁ ନେଇ ସେ ଗର୍ବ କରୁଛନ୍ତି। ଲୋକେ କ’ଣ କହୁଛନ୍ତି, ତାହା ଉପରେ ସେ ଗୁରୁତ୍ବ ଦେଉ ନାହାନ୍ତି। ବରଂ ତାଙ୍କର ଧ୍ୟାନ ଏବେ ନିଜ ମଡେଲିଙ୍ଗ ପ୍ରଫେସନକୁ କେମିତି ଆଗକୁ ବଢାଇବେ। ଭଗବାନ ତାଙ୍କୁ ବହୁତ ଭଲ ପାଉଥିବେ ବୋଲି ଏମିତି ଗଢ଼ିଥିବା ମହୋଗନୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.