ଅନଲାଇନ ପଢ଼ୁଥିବା ସମୟରେ ଭଉଣୀ ଛଡାଇ ନେଇଗଲା ମୋବାଇଲ, ରାଗିଯାଇ ଛାତ୍ରୀ କଲେ ଆତ୍ମହତ୍ୟା

ୟୁପିର ହମିରପୁର ଜିଲ୍ଲାରେ ଏକ ଏଭଳି ଘଟଣା ଘଟିଛି ଯାହା ଶୁଣିଲେ ସତରେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ଏଠାରେ ଜଣେ ଛାତ୍ରୀ ଅନଲାଇନରେ ପାଠ ପଢ଼ୁଥିବା ସମୟରେ ତାଙ୍କ ସାନ ଭଉଣୀ ମୋବାଇଲ୍ ଛଡ଼ାଇ ନେଇଥିଲେ ଯେଉଁ କାରଣରୁ କ୍ରୋଧିତ ହୋଇ ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି । କେବଳ ପାଠପଢ଼ା ପାଇଁ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ସେଠାକାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ऑनलाइन पढ़ रही थी छात्रा, छोटी बहन ने फोन छीना तो किया सुसाइड

ସୂଚନା ଅନୁଯାୟୀ ହମିରପୁର ଜିଲ୍ଲାର ମାଉଡା ସହରର ବାସିନ୍ଦା ଉଦୟରାଜ ଦକ୍ଷ କାନପୁରର ଜଣେ ଶିକ୍ଷକ ଏବଂ ତାଙ୍କ ପତ୍ନୀ ଅତୁଲ ଦେବୀ ଅଙ୍ଗନୱାଡିରେ କାର୍ଯ୍ୟ କରନ୍ତି । ଉଦୟରାଜ ଦକ୍ଷଙ୍କର ଚାରିଜଣ ଝିଅ ଅଛନ୍ତି । ବଡ଼ଝିଅ ପ୍ରଜ୍ଞା କାନପୁରରେ ପିତାଙ୍କ ସହିତ ରହି ହାଇ ସ୍କୁଲରେ ପାଠ ପଢ଼ନ୍ତି । କରୋନା କାରଣରୁ ସେ ମାଉଡାସ୍ଥିତ ତାଙ୍କ ଘରେ ରହି ଅନଲାଇନରେ ଅଧ୍ୟୟନ କରୁଥିଲେ । ତେବେ ବୁଧବାର ଦିନ ଘରେ ଚାରିଝିଅ ଥିଲେ ଏବଂ ପ୍ରଜ୍ଞା ମୋବାଇଲ୍ ଫୋନରେ ଅନଲାଇନ୍ ପାଠ ପଢୁଥିଲେ । ସେହି ସମୟରେ ତାଙ୍କ ସାନ ଭଉଣୀ ଗେମ ଖେଳିବା ପାଇଁ ମୋବାଇଲ୍ ଛଡ଼ାଇ ନେଇଥିଲେ ।

ऑनलाइन पढ़ रही थी छात्रा, छोटी बहन ने फोन छीना तो किया सुसाइड

ଏଥିରେ ରାଗିଯାଇ ପ୍ରଜ୍ଞା ଘରର ଛାତ ଉପରକୁ ଯାଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ । ସେତେବେଳେ ବାପା ମାଙ୍କ ମଧ୍ୟରୁ କେହି ଘରେ ନଥିଲେ । ମାଉଡା ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପୋଲିସର କହିବା ଅନୁଯାୟୀ କରୋନା କାରଣରୁ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ଅନଲାଇନ୍ ଅଧ୍ୟୟନ ଉପରେ ସରକାର ଏବଂ ଶିକ୍ଷକମାନେ ଗୁରୁତ୍ୱ ଦେଉଛନ୍ତି । ଅନଲାଇନ୍ ଅଧ୍ୟୟନରେ ପିଲାମାନଙ୍କ ପ୍ରତି ବହୁତ ଆଗ୍ରହ ମଧ୍ୟ ବଢୁଛି କିନ୍ତୁ ଏହି ଅନଲାଇନ୍ ଅଧ୍ୟୟନ 14 ବର୍ଷ ବୟସ୍କା ପ୍ରଜ୍ଞାଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇଛି । ସାନ ଭଉଣୀ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରିବାରୁ ରାଗିଯାଇ ଝିଅଟି ନିଆଁ ଲଗାଇ ଜୀବନ ଦେଇଥିଲା ।

Leave A Reply

Your email address will not be published.