ସାରା ବିଶ୍ୱରେ ମାତ୍ର ୪୩ ଜଣ, ଏମାନଙ୍କ ପାଖରେ ରହିଛି ଦୁର୍ଲଭ ବ୍ଲଡ୍‌ଗ୍ରୁପ୍‌, ଜାଣିଛନ୍ତି କି ଏହାର ବିଶେଷତ୍ୱ

ଆମେ ସାଧାରଣତଃ ବ୍ଲଡଗ୍ରୁପ ବିଷୟରେ ଜାଣିଛେ। ଏହା ଏ, ବି, ଏବି, କିମ୍ବା ଓ ରହିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି ଏପରି କିଛି ଦୁର୍ଲଭ ବ୍ଲଡଗ୍ରୁପ ରହିଛି ଯାହା କେବଳ ସମଗ୍ର ବିଶ୍ୱରେ ୪୩ ଜଣ ଲୋକଙ୍କ ପାଖରେ ରହିଛି। ଆପଣ ଭାବୁଥିବେ ଆମେ ଆପଣଙ୍କୁ ‘ଓ ’ ନେଗେଟିଭ ବ୍ଲଡ କଥା କହୁଛୁ। କିନ୍ତୁ ଏହି ବ୍ଲଡଗ୍ରୁପ ଏତେ ଦୁର୍ଲଭ ଯେ, ଗତ ୫୮ ବର୍ଷ ମଧ୍ୟରେ ଦୁନିଆର ମାତ୍ର ୪୩ ଜଣଙ୍କ ପାଖରେ ଏହାର ସନ୍ଧାନ ମିଳିଛି। ଏହି ବ୍ଲଡଗ୍ରୁପ ଯେତିକି ଦୁର୍ଲଭ ସେତିକି ବିପଦପୂର୍ଣ୍ଣ ।

କ’ଣ ଏହି ବ୍ଲଡଗ୍ରୁପ

ଏହି ବ୍ଲଡ ଗ୍ରୁପର ନାମ ‘ଗୋଲଡେନ ବ୍ଲଡ’। ଆମ ରେଡ ବ୍ଲଡ ସେଲସରେ ୩୪୨ ଆଣ୍ଟିଜେନ୍ସ ରହିଥାଏ। ଏହି ଆଣ୍ଟିଜେନ୍ସ ମିଶି ଆଣ୍ଟିବଡିଜ ପ୍ରସ୍ତୁତ କରିଥାଏ। ବ୍ଲଡଗ୍ରୁପର ନିର୍ଦ୍ଧାରଣ ମଧ୍ୟ ଏହି ଆଣ୍ଟିଜେନ୍ସର ସଂଖ୍ୟା ଉପରେ ନିର୍ଭର କରିଥାଏ।

4

ଆମ ରକ୍ତରେ ୩୪୨ଟି ଆଣ୍ଟିଜେନ୍ସ ମଧ୍ୟରୁ ୧୬୦ଟି ଆଣ୍ଟିଜେନ୍ସ ରହିଛି । ଯଦି ଏହି ଆଣ୍ଟିଜେନ୍ସ ସଂଖ୍ୟା କମି ୯୯ ପ୍ରତିଶତ କମ୍‌ ହୋଇଯାଏ ତେବେ ସେହି ଦୁର୍ଲଭ ବ୍ଲଡଗ୍ରୁପ ଶ୍ରେଣୀରେ ଏହାକୁ ରଖାଯାଏ। କିନ୍ତୁ ଯଦି ଏଥିରେ ୯୯.୯୯ ପ୍ରତିଶତ ହୋଇଯାଏ ତେବେ ଅତି ଦୁର୍ଲଭ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଯାଏ। ଯଦି କାହାର ରେଡ ବ୍ଲଡ ସେଲସରେ Rh ଆଣ୍ଟିଜେନ୍ସ ନଥାଏ, ତେବେ ତାଙ୍କର ବ୍ରଡଗ୍ରୁପ ‘ଗୋଲଡେନ ବ୍ଲଡ’ ରେ ସାମିଲ ହୁଏ।

ପ୍ରଥମ ଥର ପାଇଁ ଏହି ବ୍ଲଡ ଟାଇପର ସନ୍ଧାନ ୧୯୬୧ ରେ ମିଳିଥିଲା। ଜଣେ ଅଷ୍ଟ୍ରେଲିଆ ମହିଳାଙ୍କ ଶରୀରରେ ଏହି ବ୍ଲଡଗ୍ରୁପ ରହିଥିଲା। ତାଙ୍କ ପରେ ଏବେ ସମଗ୍ର ବିଶ୍ୱରେ ମାତ୍ର ୪୩ ଜଣ ବ୍ୟକ୍ତିଙ୍କ ପାଖରେ ରହିଛି। ଏହ ିଦୁର୍ଲଭ ବ୍ଲଡକୁ ଆପଣ ଯେକୌଣସି ଗ୍ରୁପର ବ୍ୟକ୍ତିର ଶରୀରରେ ଦେଇପାରିବେ। ଅର୍ଥାତ ଆପଣଙ୍କର ଯେଉଁ ବ୍ଲଡଗ୍ରୁପ ହେଇଥାଉ ପଛେ ଆପଣ ଏହାକୁ ନେଇପାରିବେ। କିନ୍ତୁ ଏହା ଏତେ ଦୁର୍ଲଭ ଯେ, ଏହାକୁ ପାଇବା ବହୁତ କଷ୍ଟକର ହୋଇପଡେ।