ସ୍ପେଶାଲ

ବିବାହ ଉତ୍ସବରେ ରକ୍ତଦାନ ଶିବିର, ନବଦମ୍ପତି ସୃଷ୍ଟି କଲେ ନିଆରା ଉଦାରଣ

ଜଳେଶ୍ୱର (କେନ୍ୟୁଜ): ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଜିର ଯୁବପିଢୀ ଭିନ୍ନ ଭିନ୍ନ ଢଙ୍ଗରେ ଏହାକୁ ପାଳନ କରିଥାନ୍ତି । କିଏ ସ୍ୱାଦିଷ୍ଟ ବ୍ୟଞ୍ଜନ କରି ନିମନ୍ତ୍ରୀତ ଅତିଥି ମାନଙ୍କୁ ପରସି ଥାନ୍ତି ତ କିଏ ଏହି ଶୁଭ ଦିନରେ ଭୋଜିଭାତ ସହିତ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି । ହେଲେ ଏମିତି ଏକ ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଛି ଯେଉଁଠି ଏହି ଶୁଭ ଦିନରେ ରକ୍ତଦାନ ଶିବିର ଆୟୋଜନ କରିବା ସହ ଅତିଥି ମାନଙ୍କୁ ଚାରା ଗଛ ବଣ୍ଟନ କରି ଉଦାରଣ ସୃଷ୍ଟି କରିଛନ୍ତି ନବଦମ୍ପତି ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ ଗ୍ରାମର ନବଦମ୍ପତି କ୍ରୀଷ୍ନାକାନ୍ତ ପାତ୍ର ଏବଂ ସସ୍ମିତା ପାତ୍ର । ଏମାନେ ନିଜ ବିବାହର ରିସେପସନ ପାର୍ଟିରେ ରକ୍ତଦାନ ଶିବିର ଆୟୋଜନ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଏହା ସହ ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଅତିଥି ମାନଙ୍କୁ ଚାରା ଗଛ ବଣ୍ଟନ କରି ସନ୍ତୁଳନ ହରାଇଥିବା ପରିବେଶକୁ ସୁଧାରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଅନେକ ଲୋକ ସେମାନଙ୍କ ବିବାହ ଭୋଜିକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିଥାନ୍ତି । ମାତ୍ର କ୍ରୀଷ୍ନାକାନ୍ତ ଏବଂ ସସ୍ମିତା ଅସନ୍ତୁଳିତ ପରିବେଶ ବିଷୟରେ ଚିନ୍ତା କରିବା ସହ ଡାକ୍ତରଖାନାରେ ରକ୍ତର ଅଭାବରୁ ଅନେକ ଲୋକଙ୍କ ପ୍ରାଣହାନୀ ଘଟୁଛି, ଯାହାକୁ ସେମାନେ ନିଜେ ଚିନ୍ତା କରି ଏଭଳି ଏକ ପ୍ରୟାସ କରିଛନ୍ତି । ଯାହା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇ ପାରିବ । ତେଣୁ ଏହି ଭଳି ଶୁଭ ଦିନରେ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ନିଜେ ମଧ୍ୟ ରକ୍ତ ଦାନ କରିଛନ୍ତି ।

ଏହି ରକ୍ତଦାନ ଶିବିରରୁ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଛି । ବର୍ତ୍ତମାନ ଅମ୍ଳଜାନ ଅଭାବରୁ ପରିବେଶ ଅସନ୍ତୁଳିତ ହୋଇ ପଡିଛି । ସମୟ ଅସମୟରେ ପ୍ରାକୃତିକ ଦୁର୍ବିପାକ ଘଟୁଛି । ପରିବେଶକୁ ସାୁଧାରିବାକୁ ହେଲେ ସମସ୍ତେ ଗଛ ଲଗାଇବାର ଆବଶ୍ୟକତା ରହିଛି । ତେଣୁ ବିବାହ ଭୋଜିରେ ଯୋଗ ଦେଉଥିବା ଅତିଥି ମାନଙ୍କୁ ପ୍ରାୟ ଦୁଇ ଶହରୁ ଅଧିକ ଚାରା ଗଛ ବଣ୍ଟନ କରିବା ସହିତ ସମସ୍ତଙ୍କୁ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି ଏହି ନବଦମ୍ପତି ।

ରକ୍ତଦାନ ମହତ ଦାନ । ଆପଣଙ୍କର ଟୋପାଏ ରକ୍ତ ଅନ୍ୟ କାହାର ଜୀବନ ବଞ୍ଚାଇ ପାରିବ ବୋଲି କହିଛନ୍ତି ନବଦମ୍ପତି । ଦୁହିଁଙ୍କ ଏହି ମହତ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି । ଶୁଭ ଦିନରେ ଶୁଭ କାର୍ଯ୍ୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହଛନ୍ତି ସ୍ଥାନୀୟ ଲୋକେ ।

ସନ୍ତୋଳନ ହରାଇ ବସିଥିବା ପରିବେଶକୁ ନୟନ୍ତ୍ରିତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଏହି ନବଦମ୍ପିତି । ସତ କହିବାକୁ ଗଲେ ଏଭଳି ଭାବେ ଆମ ମାନଙ୍କ ଟିକିଏ ଟିକିଏ ସହେଯାଗ ପରିବେଶ ପରିବର୍ତ୍ତନରେ ନିଶ୍ଚୟ ସହାୟକ ହୋଇ ପାରିବ । ତେବେ ଏଭଳି ଏକ ମହତ୍ କାର୍ଯ୍ୟ ପାଇଁ ନବଦମ୍ପତିଙ୍କୁ ସଭିଏଁ ପ୍ରଶଂସା କରିଛନ୍ତି ।

 

Sonalisa

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

55 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago