ଦେଶ ପାଇଁ କିଛି କରିବାକୁ ଚାହୁଁଛନ୍ତି ? ପ୍ରଥମେ ଜାଣନ୍ତୁ ଏଭଳି ପରିସ୍ଥିତିରେ କଣ କରିବା ଅନୁଚିତ୍

ଭାରତ ପାକିସ୍ତାନରେ ମଧ୍ୟରେ ତିକ୍ତତା ଚରମସୀମାରେ ପହଂଚିସାରିଲାଣି । ଯୁଦ୍ଧର ଦ୍ବାର ଦେଶରେ ଦୁଇଦେଶ । ଉଭୟ ଦେଶରେ ଚାଲୁଥିବା ପରିସ୍ଥିତିକୁ ଆଖି ଆଗରେ ରଖି ସମସ୍ତ ପାଇଁ ଏହା ଜରୁରୀ ଯେ ଆବଶ୍ୟକ ପଡିଲେ ନିଜ ଉପରେ ସଂଯମତା ରଖିବା ସହ ଧର‌୍ୟ୍ୟର ସହ କାମ କରବା ଉଚିତ୍ । ଯୁଦ୍ଧ ଯେ କେବଳ ସେନାଙ୍କ ମଧ୍ୟରେ ତାହା ନୁହେଁ । ଜଣେ ସାଧାରଣ ନାଗରିକ ହିସାବରେ ଆମର ମଧ୍ୟ କିଛି କର୍ତ୍ତବ୍ୟ ରହିଛି । ଜଣେ ଦାୟିତ୍ବବାନ୍ ନାଗରିକ ଭାବରେ କେଉଁ କଥା ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ନଜର ପକାନ୍ତୁ ।

ଯାହା ହେବା କଥା ହୋଇସାରିଲାଣି । ଏମିତିରେ ତାହା ଉପରେ ଜୋକ୍ସ ଫରୱାର୍ଡ କରିବା ପୁଣି ଦେଶର ଏଭଳି ସ୍ଥିତିରେ ? ତେଣୁ ନିଜକୁ ପଚାରନ୍ତୁ ଏଭଳି ପରିସ୍ଥିତିରେ ଆପଣଙ୍କ ଦାୟିତ୍ବ କଣ । ଏକଥା ବୁଝନ୍ତୁ ଯେତେବେଳେ ଦେଶରେ ହାଇଆଲର୍ଟ ଜାରି ରହିଛି ସେ ସମୟରେ ଆପଣଙ୍କ ଏପରି କରିବା ଦେଶକୁ କି ଫାଇଦା ମିଳିବ ।

ଆପଣଙ୍କ ହ୍ବାଟ୍ସଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ରେ କରାଯାଇଥିବା ଗୋଟିଏ ବି ଅପଡେଟ୍ ଶତ୍ରୁ ନିକଟରେ ପହଂଚିଯାଇପାରେ । ଯଦି ଆପଣଙ୍କ କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟ ସେନାରେ ଅଛନ୍ତି ତେବେ ସେମାନଙ୍କର କୌଣସି ବି ମେସେଜ୍ ସିଭିଲିୟାନ୍ ଗ୍ରୁପରେ ସେୟାର୍ କରନ୍ତୁ ନାହିଁ ।

ଲୋକାଲ୍ ଏବଂ ନ୍ୟାସନାଲ୍ ସୁରକ୍ଷା ସହ ଜଡିତ କୌଣସି ଜିନିଷର ଫଟୋ କିମ୍ବା ଭିଡିଓ ରେକର୍ଡିଂ କରନ୍ତୁ ନାହିଁ । ଯବାନ୍ କିମ୍ବା କୌଣସି ଯୁଦ୍ଧ ଟାଙ୍କ୍ ସହ ସେଲଫି ନିଅନ୍ତୁ ନାହିଁ । କାରଣ ଆମ ସୋସିଆଲ୍ ମିଡିଆରେ ରହିଛି ଶତ୍ରୁ ଦେଶର ନଜର ।

ଏୟାରପୋର୍ଟ, ରେଲୱେ ଏବଂ ସରକାରୀ ସୁବିଧାଗୁଡିକର କୌଣସି ଫଟୋ ସେୟାର୍ କରନ୍ତୁ ନାହିଁ । ଯଦି ଆପଣ ଫ୍ଲାଇଟ୍ କିମ୍ବା ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଚେକିଙ୍ଗ୍ ସମୟରେ ସରକ୍ଷାକର୍ମୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ ।

ଗ୍ରୁପରେ ଆସିଥିବା ସିସିଟିଭି ଭିଡିଓ କାହାକୁ ଫରୱାର୍ଡ କରନ୍ତୁ ନାହିଁ । ଏହା ସହ ପ୍ରଥମେ ଦେଖନ୍ତୁ କିଏ ପଠାଇଛି ଏହି ଭିଡିଓ । ଗ୍ରୁପ୍ ଆଡମିନ୍ ଏଭଳି ବ୍ୟକ୍ତିଙ୍କୁ ତୁରନ୍ତ ହଟାନ୍ତୁ । ନିଜେ ସର୍ବଦା ସଜାଗ ରୁହନ୍ତୁ । ଭିଡ ସ୍ଥାନରେ କିଛି ସନ୍ଦିଗ୍ଧ ଜିନିଷ ଦେଖିଲେ ପୋଲିସକୁ ଖବର ଦିଅନ୍ତୁ।