ସୌରଜଗତ ବାହାରେ ରହିଛି ପୃଥିବୀ ଭଳି ବ୍ରହ୍ମାଣ୍ଡ: ୬୫ଟି ନୂଆ ଗ୍ରହ ଠାବ କରିଛି ନାସା

ନୂଆଦିଲ୍ଲୀ : ସୌରଜଗତ ବାହାରେ ରହିଛି ପୃଥିବୀ ଭଳି ବ୍ରହ୍ମାଣ୍ଡ । ସୌରମଣ୍ଡଳ ବାହାରେ ଆଉ ୬୫ଟି ନୂଆ ଗ୍ରହ ଠାବ କରିଛି ନାସା । ଏହା ସହ ସୌରମଣ୍ଡଳ ବାହାରେ ମୋଟ ୫ ହଜାର ଏଭଳି ଗ୍ରହ ଚିହ୍ନଟ କରିଛି ନାସା। କିଛି ଗ୍ରହ ପୃଷ୍ଠରେ ପୃଥିବୀ ଭଳି ଜଳ, ପବନ, ଜୀବାଣୁର ସତ୍ତା ରହିଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି। କାର୍ଲିଫର୍ଣ୍ଣିଆର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜିରେ ଇନ୍‌ଷ୍ଟିଚ୍ୟୁଟ ଫର ଏକ୍ସୋପ୍ଲାନେଟ ସାଇନ୍‌ସ ପକ୍ଷରୁ ଏଭଳି ଦାବି କରାଯାଇଛି।

ବୃହସ୍ପତି ଠାରୁ ବୃହତ ଓ ଉତ୍ତପ୍ତ ଗ୍ରହ ନିଜର ସୌରମଣ୍ଡଳ ବାହାରେ ରହିଥିବା ନାସା ପକ୍ଷରୁ କୁହାଯାଇଛି। ଏହି ତଥ୍ୟ ଆସିବା ପରେ ଜୀବନସତ୍ତା ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.