ବିରଳ ବିଶ୍ବ ରେକର୍ଡ: ଗୋଟିଏ କାର୍ଯ୍ୟକ୍ରମରେ ‘ବିହୁ’ ନୃତ୍ୟରେ ଝୁମିଲେ ୧୧,୩୦୪ ଜଣ କଳାକାର

ବିହୁ’ ଲୋକନୃତ୍ୟ କଳାକାରମାନେ ଏକ ବିରଳ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୧,୩୦୪ ଜଣ କଳାକାର ଭାଗ ନେଇ ଥିଲେ। ସେମାନଙ୍କ ଭିତରେ ପାଖାପାଖି ୭,୦୦୦ ଜଣ ବିହୁ ନୃତ୍ୟଶିଳ୍ପୀ, ୩,୦୦୦ରୁ ଅଧିକ ଢୋଲ ବାଦକ ଓ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ଶିଳ୍ପୀ ସାମିଲ ହୋଇଥିଲେ। ସୂଚନା ଥାଉକି, ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ବାରା ଆୟୋଜିତ କରାଯାଇଥିଲା ।

ଗୌହାଟି: ବିରଳ ବିଶ୍ବ ରେକର୍ଡ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସମସ୍ତଙ୍କଠଶରୁ ଭିନ୍ନ ଏବଂ ସ୍ବତନ୍ତ୍ର। ଯାହାଦ୍ବାରା ନିଜର ସ୍ବତନ୍ତ୍ରତା ପାଇଁ ସେ ସମସ୍ତଙ୍କ ଆଗରେ ନିଜର ଏକ ପରିଚୟ ସ୍ରୁଷ୍ଟି କରିଥାନ୍ତି। ଏବଂ ନିଜର ପ୍ରତିଭା ଆଧାରରେ ସମଗ୍ର ବିଶ୍ବ ଦରବାରରେ ପ୍ରଶଂସିତ ହେବା ସହିତ ରେକର୍ଡର ଅଧିକାରୀ ହୋଇଥାନ୍ତି। ଯାହାର ଏକ ଉଦାହରଣ ପୁଣି ସାମ୍ନାକୁ ସାମ୍ନାରେ।

‘ବିହୁ’ । ଏହି ଲୋକନୃତ୍ୟ ବିଷୟରେ ଆମେ ନିହାତୀ ସଭିଏଁ ଅବଗତ ଅଛନ୍ତି। ତେବେ ନିକଟରେ ଆସାମର ଗୌହାଟିସ୍ଥିତ ଇନ୍ଦିରା ଗାନ୍ଧୀ ଆଥଲେଟିକ୍‌ ଷ୍ଟାଡିଅମ୍‌ରେ ଆସାମର ‘ବିହୁ’ ଲୋକନୃତ୍ୟ କଳାକାରମାନେ ଏକ ବିରଳ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୧,୩୦୪ ଜଣ କଳାକାର ଭାଗ ନେଇ ଥିଲେ। ସେମାନଙ୍କ ଭିତରେ ପାଖାପାଖି ୭,୦୦୦ ଜଣ ବିହୁ ନୃତ୍ୟଶିଳ୍ପୀ, ୩,୦୦୦ରୁ ଅଧିକ ଢୋଲ ବାଦକ ଓ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ଶିଳ୍ପୀ ସାମିଲ ହୋଇଥିଲେ। ସୂଚନା ଥାଉକି, ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ବାରା ଆୟୋଜିତ କରାଯାଇଥିଲା ।

ଏଥିପାଇଁ ସାରା ରାଜ୍ୟରୁ ବଛା ବଛା କଳାକାରଙ୍କୁ ଚୟନ କରାଯାଇ କିଛି ସପ୍ତାହ ଧରି ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିଲା। ପୂର୍ବରୁ ଏଭଳି ଲୋକନୃତ୍ୟର ଗିନିସ୍‌ ବିଶ୍ବ ରେକର୍ଡ ହିମାଚଳ ପ୍ରଦେଶ ନାମରେ ରହିଥିଲା। ୨୦୧୫ ଅକ୍‌ଟୋବର ୨୬ରେ ହିମାଚଳ ପ୍ରଦେଶ ଅନ୍ତର୍ଗତ କୁଲୁ ଜିଲ୍ଲାର ୯,୮୯୨ ଜଣ ‘ନାଟି’ ନୃତ୍ୟ କଳାକାର ଏହି ଗୌରବ ହାସଲ କରିଥିଲେ।

ଏକ ଲୋକନୃତ୍ୟ ପ୍ରଦର୍ଶନର ଏଭଳି ଏକ ବୃହତ୍ତମ ସମାବେଶ ହୋଇଥିବାରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଖୁବ୍ ଖୁସି ପ୍ରକାଶ କରିଛନ୍ତି। ଦିନ ସାରା ଜାରି ରହିଥିଲା ଏହି କାର୍ଯ୍ୟକ୍ରମ। ତେବେ  ଗିନିଜ୍‌ ବିଶ୍ବ ରେକର୍ଡର ଲଣ୍ଡନସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ବିଚାରକ ଋଷି ନାଥ ଉପସ୍ଥିତ ରହି ଆସାମର ରେକର୍ଡ ସୃଷ୍ଟି ସମ୍ପର୍କରେ ଘୋଷଣା କରିଥିଲେ। ତେବେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ କଳାକାର ଗୋଟିଏ ପ୍ରକାର ଲୋକନୃତ୍ୟ ପ୍ରଦର୍ଶନ କରିବାରେ ଏହା ଥିଲା ବିଶ୍ବ ରେକର୍ଡ।