ବଜାରକୁ ଯାଇ ବ୍ୟାଗରେ ପରିବା ଆଣୁଛି କୁକୁର, ଯାହାକୁ ଦେଖି ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ, ଭିଡ଼ିଓ ହେଉଛି ଖୁବ ଭାଇରାଲ

କୁହାଯାଏ ମଣିଷର ସବୁଠୁ ସଚ୍ଚୋଟ ସାଥି ହେଉଛି କୁକୁର। କାରଣ କୁକୁର ନିଜ ମାଲିକର ସବୁ କଥାକୁ ମାନିଥାଏ। ଯଦି କୁକୁରକୁ ଭଲ ଭାବେ ଟ୍ରେଣ୍ଡ କରାଯାଏ, ତେବେ ସେ ସବୁ କାମ କରିବା ପାଇଁ ସକ୍ଷମ ହୋଇଥାଏ। ସେସବୁ କାମକୁ ବହୁତ ଭଲ ଭାବେ କରିଥାଏ।
ଆଜି ଆମେ ଏହି କୁକୁରର ଏକ ଜବରଦସ୍ତ ଭିଡ଼ିଓ ଦେଖାଇବୁ। ଯେଉଁଥିରେ କୁକୁର ବଜାରରୁ ପରିବା କିଣୁଛି। ମାଲିକ ନିଜ କୁୁକୁରକୁ ଏମିତି ଟ୍ରେନିଂ ଦେଇଛନ୍ତି ଯେ, କୁୁୁୁକୁର ବଜାରକୁ ବ୍ୟାଗ ନେଇ ଯାଉଛି। ଆଉ ବଛା ବଛା ପରିବା ଦୋକାନୀ ବାଲାକୁ ମାଗୁଛି। ତେବେ କୁକୁରଟି ଯେଉଁଭଳି ଭାବେ ପରିବା କିଣୁଛି ତାହା ଦେଖିବାକୁ ସମସ୍ତଙ୍କୁ ଭଲ ଲାଗୁଛି। ଆପଣ ବି ଥରେ ଦେଖନ୍ତୁ..
View this post on Instagram
ଏହିଭ ଭିଡ଼ିଓକୁ ଏବେ ଅନେକ ୟୁଜର୍ସ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି। କୁକୁରଟି ସେହି ଦୋକାନୀ ସହ କଥା ହୋଇପାରୁନି ସତ କିନ୍ତୁ ଯେତେବେଳେ ସେ ପରିବା ନେବ ବୋଲି କହୁଛି ସେହି ଦୃଶ୍ୟ ସମସ୍ତଙ୍କୁ ପସନ୍ଦ ଆସୁଛି। ନିଜ ପାଦରେ ପରିବାକୁ ଚିହ୍ନାଇ ଦୋକାନୀକୁ ତାହା ଦେବା ପାଇଁ ଇସାରା କରୁଛି।ଦୋକାନୀ ଜଣକ ମଧ୍ୟ ସେହି ପରିବା କୁକୁରକୁ ଦେଉଛି।