ପାକିସ୍ତାନ ସେନାମୁଖ୍ୟଙ୍କ ଅନୁରୋଧ : ସବୁ ହସ୍ପିଟାଲରେ ପାକ ସୈନ୍ୟଙ୍କ ପାଇଁ ବେଡ଼ ଆଉ ରକ୍ତ ପ୍ରସ୍ତୁତ ରଖ

ପାକିସ୍ତାନ ଭୟ କରୁଛି ଯେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍ ବା LAC ଉପରେ ଚାପ ପଡିପାରେ । ପାକ୍ ସେନା ସତର୍କତାମୂଳକ ଭାବେ POK ଡାକ୍ତରଖାନାରେ ସୈନିକମାନଙ୍କ ପାଇଁ ବେଡ଼ ରିଜର୍ଭ କରି ରଖିଛି। ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା କାରଣରୁ ପାକିସ୍ତାନ ନର୍ଭସ ଥିବା ଜଣାପଡିଛି । ଗାଲଭାନ ଘାଟିରେ ହିଂସାତ୍ମକ ସଂଘର୍ଷ ପରେ ଯଦି ଚାପ ବଢେ ତେବେ ପାକିସ୍ତାନ ଫ୍ରଣ୍ଟ ଉପରେ କିଛି ଆକ୍ସନ ହୋଇଯାଇପାରେ ଯାହାକୁ ଡରି ସେନା ମୁଖ୍ୟ ଭୟରେ ଏକ ନୂଆ ଆଦେଶ ଜାରି କରିଛନ୍ତି ।

ଜେନେରାଲ କମର ଜାଭେଦ୍ ବାଜୱା ପାକିସ୍ତାନ ଅଧିକୃତ କାଶ୍ମୀରର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଯେ ସେଠାରେ ଥିବା ସମସ୍ତ ଡାକ୍ତରଖାନାରେ ୫୦% ଶଯ୍ୟା ସେନା ପାଇଁ ରିଜର୍ଭ ରହିବା ଉଚିତ୍ । ଏହା ସହିତ ପାକିସ୍ତାନୀ ସୈନ୍ୟଙ୍କ ପାଇଁ ୫୦ ପ୍ରତିଶତ ରକ୍ତ ଯୋଗାଣ ମଧ୍ୟ ସଂରକ୍ଷଣ କରି ରଖିବାକୁ କୁହାଯାଇଛି । ସେ ଲେଖିଛନ୍ତି ‘ଦୟାକରି ପାକିସ୍ତାନୀ ସେନା ପାଇଁ ସବୁ ଡାକ୍ତରଖାନାରେ ୫୦ ପ୍ରତିଶତ ଶଯ୍ୟା ରଖନ୍ତୁ । ଜରୁରୀକାଳୀନ ପରିସ୍ଥିତି ପାଇଁ ରକ୍ତ ବ୍ୟାଙ୍କରେ ପର‌୍ୟ୍ୟାପ୍ତ ପରିମାଣର ରକ୍ତ ରଖନ୍ତୁ ‘ ।

Return from PoK was the most difficult part: says Major Tango, who ...

ଜେନେରାଲ ବାଜୱା ଏହି ଚିଠି ସେହି ସମୟରେ ଲେଖିଛନ୍ତି ଯେଉଁ ସମୟରେ ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍‌ର ସୈନ୍ୟବାହିନୀ ମୁହାଁମୁହିଁ ହୋଇଛନ୍ତି । ସେପଟେ LOC ଉପରେ ପାକିସ୍ତାନ ଦ୍ୱାରା ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି । ମାତ୍ର ୧୫ ଜୁନରେ ଭାରତୀୟ ସୈନ୍ୟମାନେ ଚୀନ୍ ଆକ୍ରମଣର ସମ୍ମୁଖୀନ ହୋଇ ଯେଉଁପରି ତାଙ୍କୁ ଉପଯୁକ୍ତ ଶିକ୍ଷା ଦେଇଛନ୍ତି ତାହା ଦେଖି ପାକିସ୍ତାନ ବହୁତ ଡରିଯାଇଛି ।

୧୫-୧୬ ଜୁନ୍ ରାତିରେ, ପିପୁଲ୍ସ ଲିବରେସନ୍ ଆର୍ମି (PLA) ର ସୈନିକମାନେ ଗାଲଭାନ୍ ଘାଟିରେ ବିହାର ରେଜିମେଣ୍ଟର ସୈନିକମାନଙ୍କ ଦ୍ୱାରା ଧୋଇ ହୋଇଯାଇଥିଲେ । ପାଟ୍ରୋଲିଂ ପଏଣ୍ଟ ୧୪ ନିକଟରେ ଚାଇନିଜମାନେ ତମ୍ବୁ ସ୍ଥାପନ କରିଥିଲେ ଯାହାକୁ ୟୁନିଟ୍ କମାଣ୍ଡର କର୍ଣ୍ଣେଲ ସନ୍ତୋଷ ବାବୁ ଉପାଡି ଦେଇଥିଲେ । ଆଉ ତାପରେ ଚୀନୀ ସୈନିକମାନେ ଆକ୍ରମଣ କରିଥିଲେ ଏବଂ ଏହି ଆକ୍ରମଣରେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ସୈନିକ ନିହତ ହୋଇଥିଲେ । ତେବେ ଚୀନ୍ ଶିବିରରେ ବିହାର ରେଜିମେଣ୍ଟର ସୈନିକ ଯେଉଁପରି ଭାବେ ତାଣ୍ଡବ କଲେ ତାକୁ ଦେଖି ପାକିସ୍ତାନ ଭୟ କରିଯାଇଛି । ଆମ ବିହାର ରେଜିମେଣ୍ଟର ୧୦୦ ଜଣ ସୈନିକ ୩୫୦ ଜଣ ଚାଇନା ସୈନିକଙ୍କୁ ହଟାଇ ପେଟ୍ରୋଲ ପଏଣ୍ଟ ୧୪ କୁ ଖାଲି କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.