ଅଦା, ରସୁଣ ଭିତରେ ଫରକ ଜାଣିପାରିଲେନି ଏହି ପାକିସ୍ତାନ ମନ୍ତ୍ରୀ, ସୋସିଆଲ ମିଡିଆରେ ହେଲେ ହଟହଟା

ଏମିତି କିଛି କିଛି ଜିନିଷ ଅଛି ଯାହାକୁ ନେଇ ସାଧାରଣ ଲୋକେ ଦ୍ଵିବିଧାରେ ପଡିଯାନ୍ତି । ହୁଏତ ଏକା ଭଳିଆ ଦେଖାଯାଉଥିବାରୁ କିମ୍ବା ନାଁ ଗୁଡିକ ଏକା ଭଳିଆ ଶୁଣାଯାଉ ଥିବାରୁ ଅଧିକାଂଶ ଲୋକ ଦ୍ଵନ୍ଦରେ ପଡିଯାନ୍ତି । ଏମିତି କିଛି ଜିନିଷ ତାଲିକାରେ ରହିଛି ଅଦା, ରସୁଣ, ହଳଦୀ, ସାରୁ ପରି କିଛି ଜିନିଷ । ଖାଲି ଜିନିଷ କାହିଁକି ମଣିଷ ମାନଙ୍କ ନାଁ କିମ୍ବା ପଶୁ ପକ୍ଷୀଙ୍କୁ ନେଇ ବି ଅନେକେ ଦ୍ବନ୍ଦ୍ବରେ ପଡିଯାନ୍ତି । ଯାହାକୁ ନେଇ କନଫ୍ୟୁଜ ହୋଇଯାନ୍ତି ଲୋକେ । ଏମିତି ସାଧାରଣ ଲୋକଙ୍କ ଠାରେ ଦେଖାଦେବା ତ ଅତି ସାଧାରଣ । ଯଦି ଏମିତି କନଫ୍ୟୁଜ ଜଣେ ଭିଆଇପି ଲୋକ କରନ୍ତି ସେ ପୁଣି ସର୍ବ ସାଧାରଣ ସ୍ଥନରେ ତେବେ ଅବସ୍ଥା କଣ ହେବ ଭାବନ୍ତୁ ତ । ହଁ ଆଜ୍ଞା ଏମିତି ଏକ କାଣ୍ଡ କରି ହଟହଟା ହୋଇଛନ୍ତି ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫବାଦ ଚୌଧୁରୀ । ଏହି ମନ୍ତ୍ରୀ ମହୋଦୟ ପ୍ରକୃତରେ ଅଦା ଓ ରସୁଣ ଭିତରେ ଥିବା ଫରକ ବୁଝି ପାରିନାହାନ୍ତି | ଏହି ଘଟଣାକୁ ନେଇକି ଟ୍ୱିଟରରେ ଏକ ବଡ ଧରଣର ଝଡ ସୃଷ୍ଟି ହୋଇଛି । ଘଟଣାକୁ ନେଇ ପାକିସ୍ତାନୀ ସାମ୍ବାଦିକ ନାଇଲା ଇନାୟତ ଏକ ଭିଡିଓ ସେୟାର କରିଛନ୍ତି ।

 

 

ଭିଡିଓଟିରେ ଆପଣ ଦେଖିପାରିବେ ମନ୍ତ୍ରୀ ଜଣକ ଏକ କନ୍ଫରେନ୍ସରେ ପିଆଜ, ଅଦା, ରସୁଣକୁ ନେଇ ଏକ ଭାଷଣ ଦେଉଥିଲେ । କିନ୍ତୁ ଏହି ସମୟରେ ସେ ରସୁଣର ଉର୍ଦ୍ଦୁ ରୂପାନ୍ତର କରିପାରିଲେ ନାହିଁ । ଭାଷଣର ଆରମ୍ଭ ଲେହସନରୁ ଆରମ୍ଭ କରିଥିବା ବେଳେ ଭାଷଣ ମଝିରେ ଅଦା ବୋଲି କହିଦେଇଥିଲେ । ଆଉ ଏହି ଘଟଣା ପରେ ଅବସ୍ଥା ସାଙ୍ଘାତିକ ହୋଇଯାଇଥିଲା | ସେଠାରେ ଉପସ୍ଥିତ ଥିବା ଲୋକେ ପରସ୍ପରକୁ ଅନାଅନି ହୋଇଥିଲେ । ତତକ୍ଷଣାତ ଏହି ମୁହୂର୍ତ୍ତକୁ କେହି ଜଣେ ଭିଡିଓରେ କଏଦ କରି ଟ୍ୱିଟର ରେ ପୋଷ୍ଟ କରିଥିଲେ । ଏହାର କ୍ୟାପ୍ସନରେ ଲେଖିଥିଲେକି “ଗାରଲିକ ଇଜ ଅଦରକ | ସମସ୍ତେ ପ୍ରତିଦିନ କିଛି କିଛି ନୂଆ ଜିନିଷ ବାବଦରେ ଜାଣିବା ଉଚିତ ।” ଆଉ ଚାହୁଁ ଚାହୁଁ ଏହା ଟ୍ୱିଟରରେ ଦ୍ରୁତ ଗତିରେ ଭାଇରଲ ହୋଇଥିଲା ।

Leave A Reply

Your email address will not be published.