ପାକିସ୍ତାନର ଏହି ଗାଁରେ ଚାଲିଛି ସ୍ୱୟଂଶାସନ, ଯାହାର ନିୟମକାନୁନ ପାଇଁ ବେଶ ଚର୍ଚ୍ଚିତ ଏହି ଗାଁ ,ଆସନ୍ତୁ ଜାଣିବା

ପ୍ରତ୍ୟକ ଦେଶରେ ନିଜ ନିଜର ସମ୍ବିଧାନ ସହିତ କିଛି ନିୟମକାନୁନ ରହିଥାଏ । କିନ୍ତୁ ପାକିସ୍ଥାନରେ ଏଭଳି ଏକ ଗାଁ ରହିଛି ଯେଉଁଠାରେ ଦେଶର କୌଣସି ସମ୍ବିଧାନରେ ରହିଥିବା ନିୟମକାନୁନ ଲାଗୁ ହୋଇନଥାଏ । ଏହି ଗାଁରେ କେବଳ ନିଜ ସମ୍ବିଧାନରେ ପ୍ରସ୍ତୁତ ହୋଇଥିବା ନିୟମ ଲାଗୁ ହୋଇଥାଏ । ଏହି ଗାଁ ନିଜର ସ୍ୱତନ୍ତ୍ର ନୀତି,ଶାସନ ଓ ନିୟମ ପାଇଁ ବେଶ ପରିଚୟ ହାସଲ କରିଛି । ଏହି ଗାଁରେ ପ୍ରଚଳିତ ହୋଇଥିବା ନିୟମ କାନୁନ ବହୁତ କଠୋର । ଏଠାରେ ବାସ କରୁଥିବା ଲୋକେ ଏହାକୁ ପାଳନ କରିଥାନ୍ତି । ତେବେ ଏହି ଗାଁରେ କଣ ନିୟମକାନୁନ ରହିଛି ଆସନ୍ତୁ ଜାଣିବା ..

ଏହି ଗାଁ ଟି ପାକିସ୍ତାନରେ ରହିଛି । ଗାଁ ଟିର ନାମ ହେଉଛି ଅନସାର ମୀନା । ଏହି ଗାଁ ରେ ପୁରାତନକାଳରୁ ରହିଥିବା କିଛି ପ୍ରଥା, ପରମ୍ପରା ଓ ନିୟମକାନୁନ କୁ ପାଳନ କରି ଆସୁଛି । ଅନସାର ମୀନା ଏକ ଛୋଟିଆ ଗାଁ । ଯାହା ପାକିସ୍ତାନରୁ ପଞ୍ଜାବ ପ୍ରାନ୍ତରେ ରହିଛି । ଏହି ଗାଁରେ ସ୍ୱତନ୍ତ୍ର ପ୍ରଶାସନ ଓ କଠୋର ଶାସନ ପାଇଁ ସବୁବେଳେ ବେଶ ଚର୍ଚ୍ଚାରେ ରହି ଆସିଛି । ଏଠାରେ ବାସ କରୁଥିବା ଲୋକେ ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟା ର ସମାଧାନକୁ ଏକ ନିଦ୍ଧିଷ୍ଟ ସମ୍ବିଧାନ ଦ୍ୱାରା ନିୟନ୍ତ୍ରଣ କରିଥାନ୍ତି ।

ଯାହାକି ଗ୍ରାମରେ ଥିବା ସମସ୍ତ ସ୍ଥାନୀୟ ନେତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଲାଗୁ କରାଯାଇଥାଏ । ଏଠାରେ ଏକ ପ୍ରକାର ସ୍ୱୟଂ ଶାସନ ଚାଲିଛି । ଯାହାଦ୍ୱାରା ଏଠାରେ କୌଣସି ରାଜ୍ୟ କିମ୍ବା ସରକାରଙ୍କର କୌଣସି ହସ୍ତକ୍ଷେପ ହୋଇନଥାଏ । ଗ୍ରାମରେ ବାସକରୁଥିବା ଲୋକେ ନିଜର ଆର୍ଥିକ ଗତିବିଧୀ, ସାଂସ୍କୃତିକ ପରମ୍ପରା, ସହିତ ନିଜର ସମ୍ବିଧାନ ଅନୁସାରେ ପାଳନ କରିଥାନ୍ତି । ଏହା ବ୍ୟତୀତ ଗାଁରେ ରହୁଥୁବା ଲୋକ ଏଠାରେ ରହିଥିବା କଠୋର ନିୟମକାନୁନକୁ ପାଳନ କରିଥାନ୍ତି । ଯାହାକି ସେମାନଙ୍କ ପାଇଁ ସୁରକ୍ଷା ଏବଂ ଶାନ୍ତିର ପ୍ରତୀକ ହୋଇଥାଏ ।

ଅନସାର ମୀନା ଗାଁରେ ଗ୍ରାମବାସୀଙ୍କ ସହ କଥାବାର୍ତା ହେଲାପରେ ସେମାନଙ୍କ ଠାରୁ ପରାମର୍ଶ ନେବା ପରେ କୋଡିଏ ଟି ସୁତ୍ର ରହିଥିବା ସମ୍ବିଧାନ ଲାଗୁ କରାଯାଇଛି । ଯେଉଁଥିରେ ଯୌତୁକ ପ୍ରଥା ବାୟୁମଣ୍ଡଳରେ ଗୁଳି ଚାଳନା, ଛାତ୍ର ମାନଙ୍କୁ ସ୍ମାର୍ଟ ଫୋନ ବ୍ୟବହାର କରିବା ଉପରେ ରୋକ ଲଗାଇ ଦିଆଯାଇଛି । ଏହା ସହ ବିବାହରେ ଖର୍ଚ୍ଚ କମ କରିବା ପାଇଁ ନିୟମ କରାଯାଇଛି । କାହାର ଜୀବନ ଚାଲିଗଲା ପରେ ତାଙ୍କ ସହ ଜଡିତ ହୋଇଥିବା କିଛି କଥା ଉପରେ ମଧ୍ୟ ନୀୟମ କରାଯାଇଛି । ଗାଁ ଲୋକେ ବେଶ ଖୁସି ଅଛନ୍ତି ।

ସେମାନେ ଏହି ସବୁ ନିୟମ ଗୁଡିକ ପାଳନ କରିଥାନ୍ତି । ଏହି ସବୁ ନିୟମ ପାଳନ କରିବା ଫଳରେ ସେମାନଙ୍କର ସ୍ଥିତି ବଦଳିବାରେ ସହାୟକ ହୋଇପାରୁଛି ବୋଲି ଗ୍ରାମବାସୀମାନେ କହିଛନ୍ତି । ଏହା କରିବା ଦ୍ୱାରା ସେମାନଙ୍କର ଅଯଥା ଖର୍ଚ୍ଚ ବନ୍ଦ ହେଉଛି । ଏପରିକି ଚାଘରଜି ତହସିଲରେ ବନୀର ଜିଲ୍ଲାରେ ଥିବା ଏକ ଗାଁ ଖେବର ପଂଖୁନଂଖା ରେ ଯୌତୁକ ପ୍ରଥା ଉପରେ ସମ୍ପୁର୍ଣ ଭାବରେ ରୋକ ଲଗାଇ ଦିଆଯାଇଛି । ଅନସାର ମୀନା ଗାଁରେ ବହୁତ ସ୍ୱତନ୍ତ ନିୟମ ରହିଛି । ଏଠାକାର ଲୋକେ କୌଣସି ଏକ ବିବାହ ଉତ୍ସବରେ ୧୦୦ ଟଙ୍କାରୁ ଅଧିକ ଟଙ୍କା ଦିଅନ୍ତି ନାହିଁ । ଏହା ଛଡା ବିବାହ ଗୁଡିକରେ ଗାଁ ଗୁଡିକରେ ଚାଉଳ ବାଣ୍ଟିବା ପ୍ରଥା ଗୁଡିକ ମଧ୍ୟ ବନ୍ଦ କରି ଦିଆଯାଇଛି ।

ଏହି ଗାଁରେ ବିବାହରେ ହେଇଥିବା ଖର୍ଚ୍ଚକୁ କମ କରାଇ ଦିଆଯାଇଛି । ଯାହା ଫଳରେ ଖାଇବା ପିଇବାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ଅତିଥୀମାନଙ୍କ ସ୍ୱାଗତ ପାଇଁ ଚା ଏବଂ ବିସ୍କୁଟ ରେ କରାଯାଇଥାଏ । ୧୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ମୋଟର ସାଇକେଲ ଚଲାଇବାକୁ ଅନୁମତି ଦିଆଯାଇନାହିଁ । ଯାହାକି ସେମାନଙ୍କର ନୁଆଁ ସମ୍ବିଧାନରେ ଏହି ନିୟମ ରହିଛି । ଏହା ବ୍ୟତୀତ ଛାତ୍ରମାନେ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ଏହି ଗାଁକୁ ଅଜଣା ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ । ଏହା ସହିତ ନିଶା କାରବାରକୁ ବହିଷ୍କାର କରାଯାଇଛି ।

You might also like