ସ୍ପେଶାଲ

ଶ୍ମଶାନରେ ଜଳୁଛି ଦୁଇଟି ଚିତା, ବାପାକୁ ମୁଖାଗ୍ନି ଦେଇଥାନ୍ତା ପୁଅ ହେଲେ ସେ ବି ଚାଲିଗଲା

ଜୟପୁର (କେନ୍ୟୁଜ) : ଶ୍ମଶାନରେ ଜଳୁଛି ଦୁଇଟି ଚିତା । ଗୋଟେ ବାପାର, ଆଉ ଗୋଟେ ପୁଅର। ଗୋଟେ ପଟେ ବାପାର ଚିତା ଆଉ ଟିକେ ପାଖରେ ଜଳୁଛି ପୁଅର ଚିତା । ଏ ଦୃଶ୍ୟ ଦେଖିଲେ ଆଖିରୁ ଲୁହ ନିଗିଡ଼ି ଆସିବ । ଶ୍ମଶାନରେ ଉପସ୍ଥିତ ଥିବା ଲୋକେ ମନରେ କୋହ ଆଉ ଆଖିର ଲୁହକୁ ସମ୍ଭାଳି ପାରୁନଥିଲେ । ସତରେ ଭାରି ହୃଦୟ ବିଦାରକ ଏ ଚିତ୍ର । ଏମିତି କଣ କାହାର ମୃତ୍ୟୁ ହୁଏ । ପ୍ରଥମେ ବାପା ଆଉ ପରେ ପୁଅ। ମାତ୍ର କେଇ ଘଣ୍ଟାରେ ପରିବାରରେ ଦୁଇ ଜଣଙ୍କର ଜୀବନ ଚାଲିଯିବା କଥା କାହାକୁ ବିଶ୍ୱାସ ହେଉନି । ବାପାର ଶବ ସତ୍କାର ବେଳେ ଯେଉଁ ପୁଅ ମୁଖାଗ୍ନି ଦେଇଥାନ୍ତା ସେ ଆଜି ନିଜେ ଶବ ହୋଇ ଜୁଇରେ ଶୋଇଛି ।

କଣ ଏମିତି ବି ଆସେ ମୃତ୍ୟୁ ? ବାପାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ କୋକେଇ ବନ୍ଧା ଯାଉଥିବା ବେଳେ ପୁଅ ପ୍ରସ୍ତୁତ ହେଉଥିଲା ମୁଖାଗ୍ନି ଦେବା ପାଇଁ । ହେଲେ ଚାଲିଗଲା ପୁଅର ଜୀବନ। ବାପାଙ୍କ ଶବ ସତ୍କାର ପାଇଁ ନିଜେ ପ୍ରସ୍ତୁତି କରୁଥିବା ପୁଅ ଶବ ପାଲଟିଗଲା। ସତରେ ଘଟଣା ଏମିତି ଯେ ଆପଣଙ୍କର ଆଶ୍ଚର୍ଯ୍ୟରେ ସୀମା ରହିବ ନାହିଁ । ପୁଅ ବେଣୁଧର ମଣ୍ଡଳ ଘର ପଛପଟେ ଛିଡ଼ା ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଗଛଟିଏ ଉପୁଡ଼ି ପଡ଼ିଲା । ଆଉ ଗଛଟି ଯେମିତି ଆସିଥିଲା ମୃତ୍ୟୁର ଦୂତ ହୋଇ । ଠିକ୍‌ ଉପୁଡ଼ି ପଡ଼ିଲା ପୁଅ ବେଣୁଧର ଉପରେ । ପ୍ରାଣ ଚାଲିଗଲା ପୁଅର । ଏମିତି ଅଭାବନୀୟ ଘଟଣା ଘଟିଛି କୋରାପୁଟ ବୋରିଗୁମ୍ମା ବ୍ଲକ କାମତା ଗାଁରେ ।

ଗତ ରାତିରେ ବାପା ଲକ୍ଷ୍ମଣ ମଣ୍ଡଳ କୋରାପୁଟରେ ମୃତ୍ୟୁ ବରଣ କରିଥିଲେ। ଅନ୍ତିମ ସଂସ୍କାର ପାଇଁ ଲକ୍ଷ୍ମଣଙ୍କୁ ନିଜ ଗାଁ କାମତାକୁ ନିଆଯାଇଥିଲା। ‘ମିଗଜୋ’ ବାତ୍ୟା ପ୍ରଭାବରେ କୋରାପୁଟ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିଲା । ଏଭଳି ପାଗରେ ମଧ୍ୟ ଆଜି ସକାଳୁ ସକାଳୁ ଲକ୍ଷ୍ମଣଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତି ଚାଲିଥିଲା । ଠିକ୍‌ ସେତିକି ବେଳେ ଘର ପଛପଟେ ଠିଆ ହୋଇଥଇବା ପୁଅ ବେଣୁଧର ଉପରେ ଗଛଟିଏ ଉପୁଡ଼ି ପଡ଼ିଲା । ବେଣୁଧର ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ବେଣୁଧର ଆଉ ଏ ଦୁନିଆରେ ନଥିଲେ ।

ମାତ୍ର କେଇ ଘଣ୍ଟା ମଧ୍ୟରେ ପରିବାରର ଦୁଇ ଜଣ ଚାଲିଗଲେ । ଏମିତି ଅକସ୍ମାତ୍ ଦୁଇ ଦୁଇଟି ମୃତ୍ୟୁ ପରିବାର ଲୋକଙ୍କୁ ସ୍ତବଧ କରି ଦେଇଛି । ବାପ ପୁଅଙ୍କ ଏପରି ଏକାସାଥିରେ କୋକେଇ ଉଠିବା ଖବର ଚାରିଆଡେ ପ୍ରଚାର ହେବା ପରେ କାମତା ଗାଁରେ ଖେଳି ଯାଇଛି ଶୋକାକୁଳ ପରିବେଶ । କେହିବି ବିଶ୍ୱାସ କରି ପାରୁ ନାହାନ୍ତି ଏ ଘଟଣାକୁ । ଶେଷ ଯାତ୍ରାରେ ଏକାଠି ଗଲା ବାପ ପୁଅଙ୍କ ପାର୍ଥିବ ଶରୀର । ପୁଣି ଏକାଠି ଜଳିଲା ବାପପୁଅଙ୍କ ଜୁଇ। ଯୁବା ବୟସରେ ବି ବେଣୁଧର ସମାଜସେବାରେ ବ୍ରତୀ ଥିଲେ ଥିଲେ । ତେଣୁ ତାଙ୍କୁ ଝୁରୁଛନ୍ତି ଲୋକେ । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, ବାପା ତ ଗଲେ ଗଲେ ହେଲେ ସାଙ୍ଗରେ ୨୨ ବର୍ଷର ଭେଣ୍ଡିଆ ପୁଅଟାକୁ ବି ନେଇଗଲେ ।

Pritiparna

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

10 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago