ପଞ୍ଚମୁଖୀ ମହାଦେବ ମନ୍ଦିର, ଏଠାରେ ପୂରଣ ହୁଏ ସବୁ ମନସ୍କାମନା

ଅଯୋଧ୍ୟା ନାମ ପଡ଼ିଲେ ଭଗବାନ ଶ୍ରୀରାମଙ୍କ ଛବି ଆଖି ସାମ୍ନାକୁ ଆସିଯାଏ । ହେଲେ ଅଯୋଧ୍ୟ ସହ ଭଗବାନ ଶିବଙ୍କର ମଧ୍ୟ ଗଭୀର ସମ୍ପର୍କ ରହିଛି । ଦେଶର କିଛି ସ୍ଥାନରେ ପଞ୍ଚମୁଖୀ ମହାଦେବ ମନ୍ଦିର ରହିଛି । ଏମାନଙ୍କ ମଧ୍ୟରୁ ଅଯୋଧ୍ୟରେ ମଧ୍ୟ ଏକ ପଞ୍ଚମୁଖୀ ମହାଦେବ ମନ୍ଦିର ରହିଛି । ଅଯୋଧ୍ୟର ଗୁପ୍ତାର ଘାଟ ଠାରେ ଭଗବାନ ଶିବଙ୍କର ରହିଛି ଏହି ପ୍ରାଚୀନ ମନ୍ଦିର । ଏହା ଅନାଦି ପଞ୍ଚମୁଖୀ ମହାଦେବ ମନ୍ଦିର ନାମରେ ପ୍ରସିଦ୍ଧ ଅଟେ ।

୨ ହଜାର ବର୍ଷ ପୁରୁଣା ଏହି ପଞ୍ଚମୁଖୀ ମହାଦେବ ମନ୍ଦିର

ଏହି ମନ୍ଦିର ଲାଲ୍‌ ବଲୁୃଆ ପଥରରେ ନିର୍ମିତ । ଏହି ମନ୍ଦିରରେ ମୁଖଲିଙ୍ଗ ଥିବାର ଦେଖାଯାଏ । ଆକୃତି ଥିବା ଏହି ଶିବଲିଙ୍ଗ ମଧ୍ୟ ମୁଖଲିଙ୍ଗ ନାମରେ ଜଣାଯାଏ । ମାନ୍ୟତା ରହିଛି ଯେ ଏହି ମୁଖଲିଙ୍ଗ ପ୍ରାୟ ୨୦୦୦ ବର୍ଷ ପୁରୁଣା । ପରେ ନିର୍ମାଣ ହୋଇଥିବା ମହାଦେବ ମନ୍ଦିର ପ୍ରାୟ ୨୫୦ ବର୍ଷ ପୁରୁଣା ।

5 mukhi shiva.JPG-1

ପଞ୍ଚମୁଖୀ ମହାଦେବ ମନ୍ଦିରରେ ଭଗବାନ ଶିବଙ୍କ ୩ ସ୍ୱରୁପର ପୂଜା ହୁଏ

ଭଗବାନ ଶିବ ଓ ଭଗବାନ ବିଷ୍ଣୁ ଏକ ହିଁ ସ୍ୱରୁପ । ପୁରାଣରେ ଏହି କଥାର ବାରମ୍ବାର ଉଲ୍ଲେଖ ମଧ୍ୟ ରହିଛି । ଭଗବାନ ଶିବ ଓ ଭଗବାନ ଶ୍ରୀରାମଙ୍କ ସମ୍ବନ୍ଧ ବହୁତ ନିବିଡ଼ । ଭଗବାନ ଶ୍ରୀରାମ କୁହନ୍ତି, ଯିଏ ଶିବଙ୍କୁ ଭକ୍ତି କରନ୍ତି ନାହିଁ ସେ ମୋର ମଧ୍ୟ ଭକ୍ତ ହୋଇପାରନ୍ତି ନାହିଁ । ପଞ୍ଚମୁଖୀ ମନ୍ଦିରରେ ଭଗବାନ ଶିବଙ୍କ ୩ ସ୍ୱରୁପଙ୍କୁ ପୂଜା କରାଯାଏ । ଭଗବାନ ଶିବ ଏପରି ଦେବତା ଯିଏ କି ବ୍ୟକ୍ତିର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ପଞ୍ଚମୁଖ ଅର୍ଥାତ ସୃଷ୍ଟି ନିର୍ମାଣର ୫ ତତ୍ତ୍ୱ ଯଥା ଅଗ୍ନି, ବାୟୁ, ଆକାଶ, ପୃ ଥ୍ଵୀ ଏବଂ ଜଳ ର ପ୍ରତିକ ଅଟନ୍ତି । ଭଗବାନ ଶିବ ଅସାଧାରଣ ସ୍ୱରୂପ ଯାହାଙ୍କ ଜୀବନ ରୁ ଉପଦେଶ ବ୍ୟକ୍ତ ହୋଇଥାଏ । ପଞ୍ଚମୁଖୀ ମହାଦେବ ମନ୍ଦିରର ଶିବ ଲିଙ୍ଗ ୫ ମୁଖ ନେଇ ଗଠିତ । ଯାହା ଶିବ ଉପାସନାର ୫ ନାମକୁ ଅଭିବ୍ୟକ୍ତ କରିଥାଏ । ଏଠାରେ ରାତି ୩ଟା ରୁ ଭଗବାନ ଶିବଙ୍କ ଉପରେ ଜଳ ଚଢ଼ାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଦିପହର ୧୨ ଟାରେ ଭୋଗ ଲଗାଯାଇଥାଏ । ପୁଣି ସନ୍ଧ୍ୟା ୪ଟା ରୁ ରାତି ୯ଟା ଯାଏ ମନ୍ଦିର ଖୋଲା ରହିଥାଏ ।

5 mukhi shiva.JPG-2

ଶ୍ରାବଣ ମାସରେ ଏଠାରେ ପହଞ୍ଚନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ପଞ୍ଚମୁଖୀ ମହାଦେବ ମନ୍ଦିର ରେ ପ୍ରତି ସୋମବାର ଭଗବାନ ଶିବଙ୍କ ବିଶେଷ ଶୃଙ୍ଗାର ହୋଇଥାଏ । ଶ୍ରାବଣ ମାସର ୪ ସୋମବାର ଭଗବାନ ଶିବଙ୍କର ଅଲଗା ଅଲଗା ପ୍ରତିଛବିଙ୍କ ଶୃଙ୍ଗାର ହୋଇଥାଏ । ଶ୍ରାବଣ ଓ ଶିବରାତ୍ରି ଦିନ ଏଠାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି । ଶିବରାତ୍ରି ଏଠାକାର ମୁଖ୍ୟ ପର୍ବ । ପୁରୁଷୋତ୍ତମ ମାସରେ ମଧ୍ୟ ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି ।

5 mukhi shiva.JPG-3

କେମିତି ପହଞ୍ଚିବେ ଅଯୋଧ୍ୟାର ପଞ୍ଚମୁଖୀ ମହାଦେବ ମନ୍ଦିରରେ

ପଞ୍ଚମୁଖୀ ମହାଦେବ ମନ୍ଦିରକୁ ଯଦି ଆକାଶ ମାର୍ଗରେ ଯିବାକୁ ଚାହୁଁଥାନ୍ତି ତେବେ ଅଯୋଧ୍ୟର ନିକଟତମ ଅନ୍ତର୍ଜାତୀୟ ବିମାନ ବନ୍ଦର ଲକ୍ଷ୍ମୈାରୁ ଆସି ପାରିବେ । ଏହାଛଡ଼ା ଗୋରଖପୁର, ପ୍ରୟାଗରାଜ ଓ ବାରାଣସୀ ବିମାନ ବନ୍ଦରରୁ ଟ୍ୟାକ୍ସି ଦ୍ୱାରା ମଧ୍ୟ ଆସିପାରିବେ । ରେଳ ମାର୍ଗରେ ଯଦି ଆସିବାକୁ ଚାହୁଁଛନ୍ତି ତେବେ ସେଠାରୁ ଫୈଜାବାଦ ଓ ଅଯୋଧ୍ୟା ରେଳ ଷ୍ଟେସନ ସବୁ ପ୍ରମୁଖ ସହର ସହ ସଂଯୁକ୍ତ ରହିଛି । ଯଦି ଆପଣ ସଡ଼କ ମାର୍ଗରେ ଯିବାକୁ ଚାହୁଁଛନ୍ତି ତେବେ ପ୍ରଦେଶ ପରିବହନ ନିଗମ ସେବା ୨୪ ଘଣ୍ଟା ଉପଲବ୍ଧ ରହିଛି । ଆପଣ ଚାହିଁଲେ ଲକ୍ଷ୍ନୈା, ଗୋରଖପୁର,ପ୍ରୟାଗରାଜ ଏବଂ ବାରାଣସୀରୁ ଏଠାକୁ ବସ୍‌ ଦ୍ୱାରା ଯାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.