ଆଜି ଭଗବାନ ପର୍ଶୁରାମଙ୍କ ଅଲୌକିକ ଗାଥା ସଂପର୍କରେ ଜାଣନ୍ତୁ

ଭଗବାନ ପର୍ଶୁରାମଙ୍କ ଜନ୍ମ ବୈଶାଖ ମାସ ଶୁକ୍ଳ ପକ୍ଷ ୩ୟା ତିଥିରେ ହୋଇଥିଲା । ତାଙ୍କୁ ଭଗବାନ ବିଷ୍ଣୁଙ୍କ ୬ଷ୍ଠ ଅବତାର କୁହାଯାଏ । ମାନ୍ୟତା ରହିଛି ଯେ, ପୃଥିବୀ ପୃଷ୍ଠରେ ଭଗବାନ ପର୍ଶୁରାମଙ୍କ ଜନ୍ମ ଅତ୍ୟାଚ।ରୀ ରାଜବଂଶର ଲୋପ ପାଇଁ ହୋଇଥିଲା । ଏଥିପାଇଁ ମାନ୍ୟତା ରହିଛି ଯେ ସାତ ଚିରଞ୍ଜିବୀ ଦେବ ମଧ୍ୟରୁ ପର୍ଶୁରାମ ଆଜି ବି ପୃଥିବୀ ପୃଷ୍ଠରେ ରହିଛନ୍ତି । ତେଣୁ ତାଙ୍କୁ ଭଗବାନଙ୍କ ଭଳି ପୂଜା କରାଯାଏ ନାହିଁ ।

ଦେଖିବାକୁ ଗଲେ ଦକ୍ଷିଣ ଭାରତରେ ପଶ୍ଚିମ କ୍ଷେତ୍ରରେ ଭଗବାନ ବିଷ୍ଣୁଙ୍କ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି । କଳ୍କି ପୁରାଣରେ ଭଗବାନ ବିଷ୍ଣୁଙ୍କ କଳକୀ ଅବତାର ଶେଷ ଅବତାର । ଯାହାଙ୍କ ଯୁଦ୍ଧ କଳାର ଗୁରୁ ହେବେ ଭଗବାନ ପର୍ଶୁରାମ । ଶାସ୍ତ୍ର ମତାନୁଯାୟୀ, ମହର୍ଷି ଜମଦଗ୍ନୀଙ୍କ ୪ଟି ପୁତ୍ର ଥିଲେ । ସେମାନଙ୍କ ମଧ୍ୟରୁ ପର୍ଶୁରାମ ୪ର୍ଥ ଥିଲେ ।

000
pc: Quora

ତାଙ୍କ ନାମ ରାମ ଥିଲା ପରେ ସେ ଭଗବାନ ଶଙ୍କରଙ୍କ ପୂଜା କଲେ । ପ୍ରଭୁ ପ୍ରସନ୍ନ ହୋଇ ତାଙ୍କୁ ବିଭିନ୍ନ ଅସ୍ତ୍ର ଭେଟି ଦେଲେ । ପରେ ତାଙ୍କ ପରସୁ ରାମଙ୍କର ଅନେକ ପ୍ରିୟ ଥିଲା । ତେଣୁ ତାଙ୍କ ନାମରେ ରାମ ଯୋଡି ହୋଇଗଲା । ଶେଷରେ ତାଙ୍କ ନାମ ପର୍ଶୁରାମ ହେଲା ।

ଉଲ୍ଲେଖ ରହିଛି ଯେ, ଭଗବାନ ପର୍ଶୁରାମ ଭାରତରେ ଅନେକ ଗାଁ ନିର୍ମାଣ କରିଥିଲେ । ତାଙ୍କ ରାଗ ପ୍ରଚଣ୍ଡ ଥିଲା । ତାଙ୍କ କ୍ରୋଧ ଦେଖିଲେ ସମସ୍ତେ ଡରୁଥିଲେ । ରାଗିଗଲେ ସେ ଦେଇ ଦିଅନ୍ତି ଅଭିଶାପ । କିନ୍ତୁ ନ୍ୟାୟରେ ସେ ବିଶ୍ୱାସ ରଖୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.