ସ୍ପେଶାଲ

ଝିଅ ଟ୍ୟୁସନ ଯାଇ ଆଉ ଘରକୁ ଫେରି ନଥିଲା, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମା’ ବାପା

୧୬ ବର୍ଷର ଝିଅ ଟ୍ୟୁସନ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲା । ଛାତି ଫଟାଇ କାନ୍ଦୁଛି ମା । ବାଟରେ ତାକୁ କିଏ ଅତି ନିର୍ମମ ଭାବେ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଫୋପାଡ଼ିଦେଇଥିଲା । ଥାନାରେ ଅଭିଯୋଗ ଦେଇଥିବା ସତ୍ତ୍ୱେ ବହୁତ ଖୋଜା ଖୋଜି ପରେ ଝିଅଟିର ମୃତ ଦେହ ମିଳିନଥିଲା।

ସୁଚନା ମୁତାବକ୍‌, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର ମଜୁରୀ ବା ଖୋଲ ତରଳା ଗାଁ ନିକଟ କାଜୁ ଜଙ୍ଗଲ ଭିତରେ ଜଣେ କଲେଜ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ମୃତ ଛାତ୍ରୀ ଜଣଙ୍କ +୨ ପ୍ରଥମ ବର୍ଷର ଛାତ୍ରୀ ଜସ୍ମିନ ସାହୁ । ଜସ୍ମିନୀ କୋଚିଙ୍ଗ ସେଣ୍ଟରକୁ ଟିଉସନ ପାଇଁ ଯାଇଥିଲେ ମଧ୍ୟ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଜସ୍ମିନଙ୍କର କୌଣସି ପତ୍ତା ମିଳି ନଥିଲା। ଶେଷରେ ନିରୁପାୟ ହୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ବାପା । ତେବେ ପର ଦିନ ସକାଳେ କାଜୁ ଜଙ୍ଗଲ ଭିତରୁ ଜସ୍ମୀନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହେଲେ ବଡ଼ ଦୁଃଖର ବିଷୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ଗୋଟିଏ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇ ପାରିନାହିଁ ପୋଲିସ । ଛାତ୍ରୀଙ୍କ ମୃତଦେହ ମିଳିଥିବା ସ୍ଥାନରେ ସାଇଣ୍ଟଫିକ୍ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ କରାଯାଇଥିଲା । ପୋଲିସ ବିଭିନ୍ନ ସ୍ଥାନରୁ ସିସି ଟିଭି ଫୁଟେଜ ସଂଗ୍ରହ କରି ଅଭିଯୁକ୍ତ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା ଚଳାଇଛି । ତେବେ ଛାତ୍ରୀଙ୍କର ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି । ଅନ୍ୟପଟେ ଛାତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣା ସମ୍ପର୍କରେ ଜଣା ପଡିବ ପୋଲିସ କହିଛି ।

ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ଅସହାୟ ପରିବାର ପକ୍ଷରୁ ନ୍ୟାୟ ଦାବି କରାଯାଇଛି । ଏହା ସହ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ୧୬ ବର୍ଷ ଝିଅ ପ୍ରତି ହୋଇଥିବା ଜଘନ୍ୟ କାଣ୍ଡ ପାଇଁ ନ୍ୟାୟ ମିଳୁ କହିଛନ୍ତି ମହିଳା କଂଗ୍ରେସ ସଭାପତି । ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏହି ଘଟଣା ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଏଭଳି କାଣ୍ଡ ପୁର୍ନବାର କାହା ସହ ନ ଘଟୁ ବୋଲି ପ୍ରତିବାଦ କରିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago