ପ୍ରତିପୋଷଣ ପାଇଁ ନିଜ ଛୁଆକୁ ଅନ୍ୟ ହାତରେ ଟେକିଦେଇଛନ୍ତି ବାପା ମା’

କି କଳିଯୁଗ ହେଲା ! ସବୁରି ମୂଳରେ ଅର୍ଥ ହିଁ ଅନର୍ଥର କାରଣ ପାଲଟୁଛି । କେଇଟା ଟଙ୍କା ପାଇଁ କିଛି ବି କରିବାକୁ ଲୋକେ ପଛାଉନାହାଁନ୍ତି । ଟଙ୍କା ଆଗରେ ସବୁ ସମ୍ପର୍କ ତୁଚ୍ଛ ହୋଇଯାଉଛି । ମରିଯାଉଛି ମା’ର ମମତା ତୁଟି ଯାଉଛି ରକ୍ତ ସମ୍ପର୍କର ଡୋରୀ । କେତେ ବେଳେ କିଏ କାହା ଜୀବନ ନେଉଛି ତ ଆଉ କିଏ କେଇଟା ଟଙ୍କା ପାଇଁ ନିଜ ଛୁଆକୁ ଅନ୍ୟ ହାତରେ ଟେକିଦେଉଛି । ଏ ଗରିବୀ ରାକ୍ଷସ ଆଗରେ ବାପା ମା’ର ସ୍ନେହ ମମତା ବଳି ପଡ଼ିଯାଉଛି । ଲାଳନ ପାଳନ /ପ୍ରତିପୋଷଣ ପାଇଁ ଛାତିକୁ ପଥର କରି ନିଜ ଛୁଆକୁ ଅନ୍ୟ ହାତରେ ଟେକିଦେଇଛନ୍ତି ଏଇ ବାପା ମା’ । ୧୦ ମାସ ଗର୍ଭ ଯନ୍ତ୍ରଣା ସହି ମଧ୍ୟ ପିଲା ମୁହଁକୁ ଦେଖି ଖୁସି ହେବା ବଦଳରେ ଟଙ୍କା ଅଭାବରୁ ଗୋଟିଏ ମା’ ତାର ମାତୃତ୍ଵକୁ ବିକ୍ରି କରିଦେଇ ଅନ୍ୟ ହାତରେ ଟେକି ଦେଇଛି ।

ନବଜାତ ଶିଶୁକୁ ଅନ୍ୟ ହାତରେ ଟେକି ଦେଇଥିବା ଏକ ଘଟଣା ସାରା ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଲକି ପଞ୍ଚାୟତର କର୍ଲା ଗାଁର କଳାକର ଭୋଇଙ୍କ ସ୍ତ୍ରୀ କୁମୁଦିନୀ ଭୋଇ ଗତ ୯ ତାରିଖ ଦିନ ବଲାଙ୍ଗିର ଜିଲା ଭୀମଭୋଇ ମେଡ଼ିକାଲରେ ଦୁଇ ଯାଆଁଳା ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସେଠାରେ ୩ଦିନ ପରେ ଜଣେ ବ୍ୟକ୍ତିଙ୍କୁ ନବଜାତ ଶିଶୁକୁ ପାଳନ ପ୍ରତିପୋଷଣ ପାଇଁ ଅନ୍ୟ ଜଣକୁ ଟେକି ଦେଇଥିଲେ । ପୂର୍ବରୁ କଳାକରଙ୍କ ୨ ଶିଶୁ ପୁତ୍ର ରହିଥିବା ବେଳେ ଏବେ ୨ ଶିଶୁ କନ୍ୟା ଜନ୍ମ ପରେ ତୁରେକେଲା ଥାନା ରଜାମରା ଗାଁର ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ ବଲାଙ୍ଗିରରେ ଛତିଶଗଡ଼ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ନବଜାତକ ଶିଶୁ କୁ ଟେକି ଦେଇଥିବା କହିଛନ୍ତି ।

ତେବେ ବଲାଙ୍ଗିର ପୋଲିସ ନବଜାତକ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଅଭାବ ଯୋଗୁଁ ୨ ଶିଶୁ କନ୍ୟାକୁ ପାଳନ ପ୍ରତିପୋଷଣ କରିପାରିବିନି ବୋଲି ଜଣଙ୍କୁ ଅନ୍ୟ ହାତରେ ଟେକି ଦେଇଛି ବୋଲି ଶିଶୁ ଙ୍କୁ ବିକ୍ରି କରିଥିବା ଶିଶୁର ବାପା କହିଛନ୍ତି । ତେବେ ଏହା ଶିଶୁ ବିକ୍ରି ନା ଦରିଦ୍ରତା ଯୋଗୁ ନିଜ ଜନ୍ମ କରିଥିବା ଶିଶୁ ଅନ୍ୟ ହାତରେ ଟେକି ଦେଇଛନ୍ତି ତାହା ଅଧିକ ତଦନ୍ତ ପରେ ଜଣାପଡିବ ।

ସତରେ ଗୋଟିଏ ଜନ୍ମଦାତ୍ରୀ ମା’ ତା ନିଜ ନବଜାତ ଶିଶୁ କନ୍ୟାକୁ ଏମିତି ପର ହାତରେ ଟେକି ଦେଇ ପାରେ । ସେ ବି ପୁଣି ଲାଳନ ପୋଷଣ ପାଇଁ । ଏ କେମିତିକା ମା’ ଯିଏ ନିଜ ଛୁଆକୁ ଟଙ୍କା ଅଭାବ ଯୋଗୁଁ ପର ହାତକୁ ଟେକିଦେଲା ?

Also Read:ଗିରଫ ହେଲେ ଲାଞ୍ଚୁଆ ସବଇନସ୍ପେକ୍ଟର, କେସ୍ ଡାଏରୀ ପାଇଁ ନେଉଥିଲେ ଲାଞ୍ଚ