ଏମିତି ବି ଘଟୁଛି : ବାପା ମାଆ ଅଲଗା ହୋଇ ଅନ୍ୟତ୍ର ବାହା ହୋଇଗଲେ, ୯ ବର୍ଷର ପୁଅକୁ ବିକି ଦେଲେ, ଏବେ ବେସାହରା ବାସୁଦେବ

ନିଜ ଜନ୍ମ କଲା ପୁଅ କଥା ଭାବିଲେନି ନିଷ୍ଠୁର ବାପା ମା । ସମ୍ପର୍କର ଚରମ ସୀମାରେ ପହଁଚିଲା ସ୍ୱାର୍ଥପରତା । ବାପା ମା ଅଲଗା ଅଲଗା ହୋଇ ଅନ୍ୟତ୍ର ବିବାହ କଲେ ଆଉ ମଝିରେ ବଳି ପଡିଲା ଏହି ୯ ବର୍ଷର ଛୁଆ ବାସୁଦେବ। ନିଷ୍ଠୁର ବାପା, ମା’ ଅନ୍ୟତ୍ର ପୁଅକୁ ବିକ୍ରି କରି ବିବାହ କଲେ ହେଲେ ଏଠାରେ ଯନ୍ତ୍ରଣାରେ ଆଉଟୁ ପାଉଟୁ ହେଉଛି ବାସୁଦେବ। ଏବେ ବାପା ମା ଥାଇ ମଧ୍ୟ ଅନାଥ ହୋଇଯାଇଛି ଏହି କୁନି ନାବାଳକଟି । ତେବେ ଆସନ୍ତୁ ଶୁଣିବା ଏହି କୁନି ପିଲାର କରୁଣ କାହାଣୀ ।

“ମୁ ଆଉ ସେଠି ରହିବିନି । ମୁ ଆଉ ସେ ଯନ୍ତ୍ରଣା ସହିବିନି । ମୋ ବାପା ଏଠି ମତେ ବିକିଦେଲେ । ମତେ ଏମାନେ ଗାଈ ଚରାଇବାକୁ ପଠାଉଛନ୍ତି। ଗାଈ ନଚରାଇଲେ ଖାଇବାକୁ ଦେଉନାହାନ୍ତି।” ଏଭଳି ଚିତ୍କାର କରି କହୁଛି ଏହି ୯ ବର୍ଷ ର ନାବାଳକ ବାସୁଦେବ। ଆପଣ ଫିଲ୍ମରେ ଏହିଭଳି ଦୃଶ୍ୟ ଦେଖିଥିବେ ଯେ ବାପା ମା ନିଜ ନିଜ ବାଟରେ ଆଉ ପିଲାକୁ ବିକିଦେଲେ ଆଉ କାହାକୁ । ଯେଉଁଠି ସେହି ନିରୀହ ପିଲା ଉପରେ ହୁଏ ଅତ୍ୟାଚାର । କିନ୍ତୁ ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଉଛୁ ଏହା କୌଣସି ଚଳଚ୍ଚିତ୍ରର କଳ୍ପନା ନୁହେଁ ଏହା ବାସ୍ତବତା । ବାସୁଦେବର ଘର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କିଆଙ୍ଗ ପଞ୍ଚାୟତର ତେଲଗାବେଚାରେ କିନ୍ତୁ ତାର କରୁଣ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି । ବାସୁଦେବର ବାପା ମା ଅଲଗା ହୋଇ ଦୁହେଁ ପରସ୍ପର ଅନ୍ୟତ୍ର ବିବାହ କରିଦେଲେ ଆଉ ଏହି କୁଜି ନାବାଳକକୁ ବିକିଦେଲେ ଅନ୍ୟତ୍ର ଘରେ। ଏବେ ସେ ଘର ଲୋକ ବାସୁଦେବକୁ କାମ କରାଉଛନ୍ତି ଗାଈ ଚରାଇବାକୁ କହୁଛନ୍ତି । କାମ କରିବାକୁ ମନା କଲେ ମାରପିଟ କରୁଛନ୍ତି ।

ଏଭଳି ଅତ୍ୟାଚାର ସହି ସହି ଏବେ ସହାରା ଖୋଜି ପଙ୍ଗାମ ନିକଟସ୍ଥ ସଲପପଦର ଗାଁର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଆସି ରହିବାକୁ ଲାଗିଲା ୩ ଦିନ ଯାଏଁ । ଅଙ୍ଗନ ବାଡ଼ି କେନ୍ଦ୍ରରେ ରହିବା ଦେଖି ସେହି ଗାଁ ର ଅଙ୍ଗନବାଡ଼ି କର୍ମୀ ତାଙ୍କୁ ନିଜ ଘରକୁ ଆଣି ଖାଇବା ପିଇବା ଦେଉଛନ୍ତି ଆଉ ଏହି ବାସୁଦେବର ସାହାରା ପାଲଟିଛନ୍ତି । ପରବର୍ତ୍ତୀ ସମୟରେ ଆମେ ଯେଉଁ ଲୋକଙ୍କ ଘରେ ଏହି ବାସୁଦେବକୁ ତା ବାପା ଛାଡିଥିଲେ ସେ ଘର ଲୋକଙ୍କୁ ପଚାରିବାରୁ ସେ କହିଲେ କି ଆ’ ବାପା ମା ଅନ୍ୟତ୍ର ବିବାହ କରିବାରୁ ଆକୁ ଆମ ଘରେ ଛାଡ଼ିଦେଇଥିଲେ ଏମିତିକି ତାକୁ ଗାଈ ଚରାଉଥିବା କଥା ମଧ୍ୟ ସେ ସ୍ୱୀକାର କରିଛନ୍ତି । ତେବେ ଏହି ଅସହାୟ ପିଲାକୁ ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଚାଁହୁଛନ୍ତି ତାହେଲେ 99382 67384 କିମ୍ବା 7325968655 ନମ୍ବରରେ ଯୋଗାଯୋଗ କରିପାରିବେ କାରଣ ଆପଣଙ୍କର ଛୋଟ ସାହାଯ୍ୟ ଗୋଟେ ନିଃସହାୟ ପିଲାର ଭବିଷ୍ୟତକୁ ସୁଧାରି ପାରିବ ।

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.