ବାପା-ମା’ ଚାହୁଁଥିଲେ ପୁଅ ଆଇଏଏସ୍‌ ହେଉ, କିନ୍ତୁ ସେ ବିକିଲା ଚା’; ଏବେ ବର୍ଷକୁ ରୋଜଗାର କରୁଛି ୧୦୦ କୋଟି

କୁହାଯାଏ, ଭାଗ୍ୟରେ ଯାହା ଥାଏ ସେଇୟା ହିଁ ହୁଏ। କିଛି ସେମିତି ହୋଇଛି ମଧ୍ୟ ପ୍ରଦେଶର ଦୁଇ ଯୁବକଙ୍କ ସହ। ସବୁ ବାପା-ମା’ଙ୍କ ଭଳି ଏହି ଦୁଇ ଜଣଙ୍କ ଘର ଲୋକ ମଧ୍ୟ ଚାହିଁଥିଲେ ଯେ ତାଙ୍କ ପୁଅ ବଡ଼ ହୋଇ ଆଇଏଏସ୍‌ ଅଫିସର ହେଉ କିମ୍ବା ବଡ଼ ଚାକିରି କରୁ। କିନ୍ତୁ ପିଲା ବନିଗଲେ ଚା’ବିକାଳୀ। ତେବେ କୌଣସି ସାଧାରଣ ବିକାଳୀ ନୁହେଁ। ଏବେ ଏହି ଦୁଇ ଯୁବକ ଚା’ ବିକି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା।

ଭାରତୀୟମାନେ ସାଧାରଣତଃ ଚା’କୁ ଅଧିକ ପସନ୍ଦ କରିଥାନ୍ତି। ଏଣୁ ଏହାକୁ ବ୍ୟବସାୟରେ ପରିଣତ କରିବାକୁ ଯୋଜନା କଲେ ଏହି ଦୁଇ ଯୁବକ ଅନୁଭବ ଓ ଆନନ୍ଦ। ଆଉ ଭାଗ୍ୟ ବି ତାଙ୍କର ବେଶ୍‌ ସାଥ୍‌ ଦେଇଛି। ଫଳରେ ଚା’ କ୍ୟାଫେ କରି ଏବେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଅନୁଭବ ଓ ଆନନ୍ଦ।

tea3
Image Credit: aajtak

ଅନୁଭବ ଦୁବେଙ୍କ ମା’-ବାପା ତାଙ୍କୁ ପଢ଼ିବା ପାଇଁ ଇନ୍ଦୋର ପଠାଇଥିଲେ। ସେଠାରେ ସେ ଆନନ୍ଦଙ୍କୁ ଭେଟିଥିଲା। ଉଭୟେ ଏକାଠି ପଢ଼ୁଥିଲେ। କିଛି ଦିନ ପରେ ଆନନ୍ଦ ପଢ଼ା ଛାଡ଼ି ଜଣେ ସମ୍ପର୍କୀୟଙ୍କ ସହ ବ୍ୟବସାୟ କରିବାକୁ ଲାଗିଲା। ଅନୁଭବଙ୍କୁ ତାଙ୍କ ବାପା ୟୁପିଏସ୍‌ସି ପ୍ରସ୍ତୁତି ପାଇଁ ଦିଲ୍ଲୀ ପଠାଇଦେଲେ। ସେ ଆଇଏଏସ୍‌ ହୁଅନ୍ତୁ ବୋଲି ବାପାଙ୍କର ସ୍ୱପ୍ନ ଥିଲା। କିଛି ଦିନ ପରେ ବିଜ୍‌ନେସ୍‌ ଭଲ ହେଉନଥିବା ନେଇ ଆନନ୍ଦ ଅନୁଭବଙ୍କୁ ଜଣାଇଥିଲେ। ପରେ ଦୁହେଁ ମିଶି କିଛି ବ୍ୟବସାୟ କରିବାକୁ ଚିନ୍ତା କଲେ, ଯାହାର ଫଳ ହେଉଛି ଚା’ କାଫେ।

tea
Image Credit: aajtak

ଏହି ଚା’ ଦୋକାନରେ ସବୁ ପ୍ରକାରର ତଥା ୟୁନିକ ଟେଷ୍ଟର ଚା’ ମିଳୁଛି। ଯାହା ଯୁବପିଢ଼ିଙ୍କୁ ଅଧିକ ଆକର୍ଷିତ କରୁଛି। ୨୦୧୬ ମସିହାରେ ସେମାନେ ‘ଚାଏ ସୁଟ୍ଟା ବାର୍‌’ ନାମକ ଦୋକାନ ଖୋଲିଥିଲେ। ଏଥିପାଇଁ ତାଙ୍କ ପାଖରେ ଟଙ୍କା ବି ନଥିଲା। ଅନ୍ୟପଟେ ଘର ଲୋକ ବି ଭାରି ବିରକ୍ତ ହୋଇଥିଲେ। କିନ୍ତୁ ଗ୍ରାହକଙ୍କୁ ଏହି ଚା’ ଦୋକାନ ଖୁବ୍‌ ପସନ୍ଦ ଆସିଥିଲା। ଧୀରେ ଧୀରେ ଗ୍ରାହକ ବି ବଢ଼ିବାକୁ ଲାଗିଲେ ଓ ରୋଜଗାର ବଢ଼ିଲା। ଏବେ ଏହି ଦୋକାନର ବାର୍ଷିକ ଟର୍ଣ୍ଣ ଓଭର ୧୦୦ କୋଟିରୁ ଅଧିକ ବୋଲି ଅନୁଭବ ଓ ଆନନ୍ଦ କହିଛନ୍ତି। ସାରା ଦେଶରେ ପ୍ରାୟ ୧୫ଟି ରାଜ୍ୟରେ ତାଙ୍କ ୧୬୫ଟି ଆଉଟ୍‌ଲେଟ୍ସ ସ୍ଥାପନ ହୋଇଛି। ଏବେ ପରିବାର ଲୋକ ବି ତାଙ୍କୁ ସମର୍ଥନ ଜଣାଉଥିବା ଉଭୟେ ଖୁସି ହୋଇ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.