ସ୍ପେଶାଲ

ଦେବଦୂତ ସାଜିଲେ ମହିଳା କନଷ୍ଟେବଳ; ଚଳାନ୍ତ ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ଅଟକି ଯାଇଥିବା ଯାତ୍ରୀଙ୍କୁ କଲେ ଉଦ୍ଧାର

ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଆରପିଏଫ କନଷ୍ଟେବଳ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡର ରେଳ ଷ୍ଟେସନରୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ, ଜଣେ ମହିଳା କନଷ୍ଟେବଳ ନିଜ ଜୀବନକୁ ପଛରେ ପକାଇ ଆଉ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଛନ୍ତି । ଆଲିଗଡ ରେଳ ଷ୍ଟେସନରେ ଏକ ଚଳନ୍ତା ଟ୍ରେନରେ ଚଢିବା ବେଳେ ହଠାତ୍ ଜଣେ ଯାତ୍ରୀଙ୍କ ଗୋଡ ଖସିଗଲା ଏବଂ ସେ ଟ୍ରେନ୍ ଓ ପ୍ଲାଟଫର୍ମ ମଧ୍ୟରେ ଅଟକି ଗଲେ।

ଏହା ଦେଖି ସେଠାରେ ଥିବା ଲେଡି କନଷ୍ଟେବଳ ପ୍ରିୟା ଦୌଡ଼ି ଆସି ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ। ଏହି ପୁରା ଘଟଣାର ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହି ଘଟଣାଟି ଆଲିଗଡ ରେଳ ଜଙ୍କସନ ପ୍ଲାଟଫର୍ମ ନମ୍ବର ୩ ରେ ଚଳନ୍ତା ଟ୍ରେନରେ ସାମଗ୍ରୀ ଲୋଡ୍ କରିବା ସମୟରେ ଘଟିଛି।

ସୂଚନା ଅନୁଯାୟୀ, ଜୋଗବାନୀ ଏକ୍ସପ୍ରେସ ଆନନ୍ଦ ବିହାରରୁ ବିହାର ମାର୍ଗକୁ ଯାଉଥିଲା। ଏହି ସମୟରେ ଜଣେ ଯାତ୍ରୀଙ୍କ ଗୋଡ ଟ୍ରେନ୍ ମଝିରେ ଅଟକି ଯାଇଥିଲା । ଏହାପରେ ସେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଆରପିଏଫ କନଷ୍ଟେବଳ ପ୍ରିୟା ଷ୍ଟେସନରେ ପହଞ୍ଚି ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ। ତେବେ ଟ୍ରେନ୍‌ ଓ ପ୍ଲାଟଫର୍ମ ମଝିରେ ଯୁବକଙ୍କ ଗୋଡ ଅଟକି ଯିବାରୁ ସାମାନ୍ୟ ଆଘାତ ଲାଗିଥିଲା। ସେପଟେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାପରେ ଲୋକେ ଆରପିଏଫ କନଷ୍ଟେବଳଙ୍କ ସାହସିକତାକୁ ଖୁବ୍ ପ୍ରଶଂସା କରୁଛନ୍ତି ।

ସେହିପରି ମଧ୍ୟପ୍ରଦେଶର ଭୋପାଳର ରେଳ ଟ୍ରାକରେ ଫସି ରହିଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ୩୭ ବର୍ଷ ବୟସ୍କା ବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ମହମ୍ମଦ ମେହବୁବ ନାମକ ଏହି ବ୍ୟକ୍ତି ଚଳନ୍ତା ମାଲଗାଡ଼ି ଟ୍ରେନ୍ ଆଗରେ ଡେଇଁ ଯୁବତୀଙ୍କ ଜୀବନ ରକ୍ଷା କରିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ମେହବୁବଙ୍କର ଏହି ସାହସକୁ ଦେଖି ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ।

Barsha

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

12 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

26 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

39 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

40 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago