ସ୍ପେଶାଲ

ଓଡ଼ିଶାର ଏମିତି ଏକ ମନ୍ଦିର, ଯେଉଁଠି ଭକ୍ତମାନେ ମନସ୍କାମନା ପୂର୍ଣ୍ଣ ପାଇଁ କରନ୍ତି ବେତ ପୂଜା

ଚାନ୍ଦବାଲି (କେନ୍ୟୁଜ): କଥାରେ ଅଛି ବିଶ୍ୱାସ ମୂଳେ ସର୍ବସିଦ୍ଧି। ଆଉ ଏହି ବିଶ୍ୱାସକୁ ଆଧାର କରି ମଣିଷ ପଥରକୁ ଆକାର ଦେଇ ତାକୁ ପୂଜା କରେ। ନିଜର ମନୋସ୍କାମନା ପୂର୍ଣ୍ଣ ପାଇଁ ଅନେକ ବ୍ରତ ଓପବାସ ମଧ୍ୟ କରେ। କୁହାଯାଏ ମା’ ନିଜ ସନ୍ତାନର ଦୁଃଖକୁ ସହି ପାରିନଥାନ୍ତି। ତେଣୁ ଭକ୍ତର ସମସ୍ୟାକୁ ସମଧାନ କରିବା ପାଇଁ ସେ ଧରାପୃଷ୍ଠରେ ଅନେକ ସ୍ୱରୂପରେ ଭକ୍ତଙ୍କ ଆଗରେ ଦର୍ଶନ ଦେଇଥାନ୍ତି। ଆମେ ଆଜି ଆପଣଙ୍କୁ ସେହି ମନ୍ଦିର ସଂପର୍କରେ କହିବାକୁ ଯାଉଛୁ, ଯେଉଁଠି ମାନ୍ୟତା ରହିଛି ଯେ ଏଠାରେ ବେତ ପୂଜା କଲେ ଭକ୍ତଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୁଏ।

ଏମିତି ଏକ ପ୍ରସିଦ୍ଧ ମନ୍ଦିର ରହିଛି ଭଦ୍ରକ ଜିଲ୍ଳା ତିହିଡ଼ି ବ୍ଲକ ନରେନ୍ଦ୍ରପୁରରେ। ନରେନ୍ଦ୍ରପୁରର ମା’ ପାଟଣ ମଙ୍ଗଳା ମନ୍ଦିର। ଏଠି ମାଆଙ୍କୁ ପାଟୁଆ ବେଶରେ ସଜାଇ ମାଟି ଘୋଡା ଅର୍ପଣ କରାଯାଇ ଯାହା ମନସ୍କାମନା କରାଯାଏ ତାହା ପୂରଣ ହୋଇଥାଏ ବୋଲି ଭକ୍ତଙ୍କର ବିଶ୍ୱାସ ରହିଛି। ମା’ ଏଠି ମଙ୍ଗଳା ରୂପରେ ପୂଜା ପାଇଥାନ୍ତି। ତେବେ ଏହି ମନ୍ଦିର ବହୁ ପୁରାତନ। ପାଖାପାଖି ୫୦୦ବର୍ଷ ପୂର୍ବେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା ବୋଲି ସ୍ଥାନୀୟ ଲୋକଙ୍କ ଦାବି ରହିଛି। ବିଶ୍ୱାସ ରହିଛି ଯେ ଧନେଶ୍ୱର ସୈାଦାଗର ନାମକ ଜଣେ ବ୍ୟକ୍ତି ସୁଦୂର ଲଙ୍କାରୁ ମା’ଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ।

ପ୍ରତ୍ୟେକ ଦିନ ସକାଳ ୬ଘଟିକାରେ ମା’ଙ୍କ ପହଡ଼ ନୀତି ଆରମ୍ଭ ହୁଏ। ପ୍ରଥମେ ମଙ୍ଗଳ ଆଳତି ପରେ ମା’ଙ୍କର ମହାସ୍ନାନ ହୋଇ ପୂଜାର୍ଚ୍ଚନା ଆରମ୍ଭ ହୁଏ। ମା’ଙ୍କର ପ୍ରସିଦ୍ଧ ବଡ଼ ପର୍ବ ହେଉଛି ‘ପଣା ସଂକ୍ରାନ୍ତି’। ଏହିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ପରମ୍ପରା ଅନୁଯାୟୀ ସଂକ୍ରାନ୍ତି ପୂର୍ବ ଦିନ ପାଟୁଆ ଭକ୍ତ ମା’ଙ୍କ ପାଖେ ବେତ ପୂଜା କରି ଉପବାସ ରହିଥାନ୍ତି। ପର ଦିନ ଭକ୍ତ ପୁଷ୍କରିଣୀରେ ବୁଡ଼ ପକାଇ ପୂଜା କରିଥାନ୍ତି। ପ୍ରତ୍ୟେକ ମଙ୍ଗଳବାର ମା’ଙ୍କ ପୀଠରେ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ମାନସିକଧାରୀ ମା’ଙ୍କୁ ଲାଲ ମନ୍ଦାର ଫୁଲ, ଲାଲ ଶଙ୍ଖା ସହ ମାଟି ଘୋଡା ଅର୍ପଣ କରିଥାନ୍ତି। ପୂର୍ବେ ଚାଳ ଛପର ଘରେ ମା’ ରହି ପୂଜା ପାଉଥିଲେ। ସୂୂଚନା ଅନୁଯାୟୀ ଦୀର୍ଘ ୭୦ବର୍ଷ ପରେ ରାଜା ରାଜେନ୍ଦ୍ର ନାରାୟଣ ଏଠାରେ ମନ୍ଦିର ନିର୍ମାଣ କରିବା ପରେ ଶୈଳେନ୍ଦ୍ର ନାରାୟଣ ମନ୍ଦିର ମୁଣ୍ଡି ମାରିଥିଲେ। ଏଠାରେ ଥିବା ପୁଷ୍କରିଣୀକୁ ନେଇ ମଧ୍ୟ ଅନେକ କିମ୍ବଦନ୍ତୀ ରହିଛି। ବର୍ଷବର୍ଷ ପୂର୍ବରୁ ଗରିବ ଲୋକମାନେ ମା’ଙ୍କୁ ସ୍ମରଣ କରି ପୋଖରୀକୁ ଦେଖି ଯାହା ମାଗୁଥିଲେ ତାହା ପୂରଣ ହେଉଥିଲା।

ତେବେ ଯୁଗେ ଯୁଗେ ଭକ୍ତ ଓ ଭଗବାନ ସଂପର୍କକୁ ନେଇ ଶାସ୍ତ୍ରରେ ଅନେକ କଥା ବର୍ଣ୍ଣିତ ହୋଇରହିଛି। ଭକ୍ତ ମାନେ ନିଜ ମନସ୍କାମନା ପାଇଁ ଭଗବାନଙ୍କ ଆଗରେ ଗୁହାରୀ କରିଥାନ୍ତି। ଭକ୍ତଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଭଗବାନ ଅନେକ ସ୍ୱରୂପରେ ଧରାପୃଷ୍ଠକୁ ଆସିଥାନ୍ତି।

KNews Bureau

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

7 seconds ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

2 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

6 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

11 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

14 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

26 mins ago