ଘର ଲୋକଙ୍କୁ ଲାଗିଲା ଗରମ: ରୋଗୀର ଭେଣ୍ଟିଲେଟର ପ୍ଲଗ କାଢି ଚଲାଇଲେ କୁଲର, ଆଉ ତା’ପରେ ଯାହା ଘଟିଲା

କରୋନା ଭାଇରସ ସଂକ୍ରମଣର ଭୟ ଏବେ ସମଗ୍ର ଦେଶରେ ରହିଛି। ଦେଶର ସମସ୍ତ ହସପିଟାଲରେ କରୋନା ରୋଗୀ ଅନେକ ମାତ୍ରାରେ ଭର୍ତ୍ତି ହୋଇଛନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ହସପିଟାଲ ଷ୍ଟାଫଙ୍କ ସଂଖ୍ୟା କମ୍‌ ରହିଛି। ଏହା ମଧ୍ୟରେ ରାଜସ୍ଥାନ କୋଟାରୁ ଏମିତି ଏକ ଖବର ଆସିଛି, ଯାହାକୁ ଶୁଣିଲା ପରେ ଆପଣ ହସିବେ କି କାନ୍ଦିବେ ତାହା ଜାଣିପାରିବେ ନାହିଁ।

44

ରିପୋର୍ଟ ମୁତାବକ, ରାଜସ୍ଥାନ କୋଟାର ଏମବିଏସ୍‌ ହସପିଟାଲରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ତାଙ୍କ ପରିବାର ଲୋକଙ୍କ ପାଇଁ ହୋଇଛି। କରୋନା ରୋଗୀଙ୍କ ଜଣକ ହସପିଟାଲରେ ଭେଣ୍ଟିଲେଟରରେ ରହିଥିଲେ। କିନ୍ତୁ ତାଙ୍କ ପରିଜନଙ୍କୁ ଗରମ ଲାଗିବାରୁ ସେମାନେ ଭେଣ୍ଟିଲେଟରର ପ୍ଲଗକୁ କାଢି କୁଲର ପ୍ଲଗ ଲଗାଇଦେଇଥିଲେ। ଭେଣ୍ଟିଲେଟର ବନ୍ଦ ହୋଇଯିବାରୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଘଟିବା ପରେ ସୋସିଆଲ ମିଡିଆରେ ଏବେ ଭାଇରଲ ହେଉଛି।


ଭେଣ୍ଟିଲେଟର ପ୍ଲଗ କାଢିବାର କିଛି ସମୟ ପାଇଁ ଏହା ବ୍ୟାଟେରୀରେ ଚାଲିଥିଲା। କିନ୍ତୁ ବନ୍ଦ ହୋଇଯିବା ପରେ ରୋଗୀ ଅବସ୍ଥା ସାଂଘାତିକ ହୋଇପଡିଥିଲା। ରୋଗୀଙ୍କ ଏପରି ଅବସ୍ଥା ଦେଖି ସେମାନେ ଡାକ୍ତରକୁ ଡାକିଥିଲେ। ଡାକ୍ତର ଆସି ସିପିଆର ଦେବା ସହିତ ବଞ୍ଚାଇବାକୁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ଅସଫଳ ରହିଥିଲେ। ତେଣୁ ସେ ଆଉ ବଞ୍ଚିପାରିଲେ ନାହିଁ। ଏହି ଘଟଣାକୁ ନେଇ ଡାକ୍ତର ଏବଂ ପରିଜନଙ୍କ ମଧ୍ୟରେ ଅନେକ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି।

You might also like