Categories: ସ୍ପେଶାଲ

ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ପୁରୁଷଙ୍କ ପାଇଁ ଆଶ୍ରମ, ଜାଣନ୍ତୁ ଏଠାରେ କିପରି ମିଳୁଛି ନ୍ୟାୟ

ଆପଣ ଅନେକ ଆଶ୍ରମ ବିଷୟରେ ଶୁଣିଥିବେ ଓ ଦେଖିଥିବେ ମଧ୍ୟ। ମାତ୍ର ଆଜି ଆମେ ଆପଣଙ୍କୁ ଏକ ଏଭଳି ଅଜବ ଆଶ୍ରମ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ପତ୍ନୀ ପୀଡ଼ିତମାନେ ବାସ କରୁଛନ୍ତି। ପତ୍ନୀଙ୍କ ଦ୍ୱାରା ପ୍ରପୀଡ଼ିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଅନ୍ୟ ପତ୍ନୀ ପୀଡ଼ିତ ବ୍ୟକ୍ତିମାନେ ଏହି ଆଶ୍ରମ ଖୋଲିଛନ୍ତି। ଆଶ୍ରମର ନାଁ ହେଉଛି ପତ୍ନୀ ପୀଡ଼ିତ ପୁରୁଷ ଆଶ୍ରମ। ସ୍ତ୍ରୀମାନଙ୍କ ସହ ଆଇନ୍‌ ଅନୁସାରେ ଲଢ଼ିବା ପାଇଁ ଏହି ଆଶ୍ରମ ସାହାଯ୍ୟ କରିଥାଏ। ଏହି ଆଶ୍ରମକୁ ଛତିଶଗଡ଼, ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଲୋକେ ଆଇନଗତ ସାହାଯ୍ୟ ପାଇଁ ଆସିଥାନ୍ତି।

ଔରଙ୍ଗାବାଦଠାରୁ ୧୨ କିଲୋମିଟର ଦୂର ଶିରିଡ଼ି-ମୁମ୍ବାଇ ହାଇେଓ୍ଵ କଡ଼ରେ ରହିଛି ଏହି ଆଶ୍ରମ। ଧୀରେ ଧୀରେ ଏହାର ଲୋକପ୍ରିୟତାକୁ ଦେଖି ଏଠାକୁ ଆଗନ୍ତୁକଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଠାରୁ ପରାମର୍ଶ ନେଇସାରିଲେଣି। ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଆଶ୍ରମରେ କାଉଙ୍କୁ ପୂଜା କରାଯାଏ। ଆଶ୍ରମରେ ଥର୍ମୋକୁଲରେ ନିର୍ମିତ ଏକ କାଉର ପ୍ରତିମୂର୍ତ୍ତିକୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଧୂପ ଦୀପ ଦେଇ ପୂଜା କରାଯାଏ। ଆଶ୍ରମବାସୀଙ୍କ କହିବାନୁସାରେ, ମା’କାଉ ଅଣ୍ଡା ଦେଇ ଉଡ଼ିଯାଏ, କିନ୍ତୁ ପୁରୁଷ କାଉ ପିଲାଙ୍କ ଲାଳନପାଳନ କରେ। ଏଭଳି ସ୍ଥିତି ପତ୍ନୀ ପୀଡ଼ିତ ପୁରୁଷଙ୍କର ମଧ୍ୟ ରହିଛି। ଏଣୁ ସେମାନେ କାଉକୁ ପୂଜା କରିଥାନ୍ତି।

ପ୍ରତି ଶନିବାର, ରବିବାର ସକାଳ ୧୦ଟାରୁ  ୬ଟା ପର୍ଯ୍ୟନ୍ତ ପତ୍ନୀ ପୀଡ଼ିତ ପୁରୁଷମାନଙ୍କ କାଉନ୍‌ସିଲ୍‌ କରାଯାଏ। ପ୍ରଥମେ ପ୍ରଥମେ କେବଳ ସହରର ଆଖପାଖରୁ ଲୋକ ଏଠାକୁ ନିଜ ସମସ୍ୟାର ସମାଧାନ ପାଇଁ ଆସୁଥିଲେ। ମାତ୍ର ଏବେ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଲୋକେ ଆସୁଛନ୍ତି।

ଆଶ୍ରମର ପ୍ରତିଷ୍ଠାତା ଭାରତ ପୁଲାରେ ନିଜ ୧୨୦୦ ସ୍କୋୟାର ଫୁଟ୍‌ ଜାଗାରେ ଆଶ୍ରମ ପାଇଁ ତିନିଟି ରୁମ୍‌ କରିଛନ୍ତି। ଆଶ୍ରମରେ ବାସ କରୁଥିବା ପୁରୁଷ ଖେଚୁଡ଼ି, ରୁଟି, ତରକାରୀ, ଡାଲି ସମେତ ସମସ୍ତ ଖାଦ୍ୟ ନିଜ ହାତରେ ପ୍ରସ୍ତୁତ କରି ଖାଇଥାନ୍ତି। ଏଠାକୁ ସାହାଯ୍ୟ ମାଗିବାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖେଚୁଡ଼ି ଖାଇବାକୁ ଦିଆଯାଏ। ଆଶ୍ରମରେ ରହୁଥିବା ବ୍ୟକ୍ତି କିଛି କିଛି ଟଙ୍କା ସଞ୍ଚୟ କରି ଖର୍ଚ୍ଚ ଉଠାଇଥାନ୍ତି। ଏଠାରେ ବାସ କରୁଥିବା ବ୍ୟକ୍ତିମାନେ କିଏ ଦରଜି ତ ଆଉ କିଏ ମେକାନିକ୍‌ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି।

ଏହାସହ ପଢ଼ନ୍ତୁ: ନିୟମିତ କ୍ଷୀରରେ ଗୋଳାଇ ପିଅନ୍ତୁ ଗୁଡ଼, ରହିବନି ଆଣ୍ଠୁଗଣ୍ଠି ସମେତ ଏହି ୧୦ ଟି ସମସ୍ୟା

ଆଶ୍ରମର ପ୍ରତିଷ୍ଠାତା ଭାରତ ଫୁଲାରେ ନିଜେ ଜଣେ ପତ୍ନୀ ପୀଡ଼ିତ ବୋଲି ଦାବି କରିଛନ୍ତି। ଘରୋଇ ହିଂସା ମାମଲାରେ ପତ୍ନୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସେହି ସମୟରେ ତାଙ୍କୁ ଘରଠାରୁ ଦୂରରେ ପର ଦୁଆରେ ରାତି କାଟିବାକୁ ପଡ଼ିଥିଲା। ସମସ୍ତ ବନ୍ଧୁ ପରିଜନ ଥାଇ ମଧ୍ୟ କେହି ତାଙ୍କୁ ସାହାଯ୍ୟର ହାତ ବଢ଼ାଇନଥିଲେ। ନିଜ ପରିସ୍ଥିତିକୁ ଦେଖି ସେ ନିଜ ଭଳି ଅନ୍ୟମାନଙ୍କୁ ସାହାଯ୍ୟ କରିବା କଥା ଚିନ୍ତା କରିଥିଲେ। ସେତେବେଳେ ତାଙ୍କ ସାଥ୍‌ ଦେଇଥିଲେ ଆଉ ଦୁଇ ଜଣ ବନ୍ଧୁ। ସେମାନଙ୍କ ମିଳିତ ଉଦ୍ୟମରେ ୨୦୧୬ ନଭେମ୍ବର ୧୯ ତାରିଖରେ ପୁରୁଷ ଅଧିକାର ଦିବସରେ ଆଶ୍ରମର ପ୍ରତିଷ୍ଠା କରାଯାଇଥିଲା ବୋଲି କହିଛନ୍ତି ଭାରତ। ବର୍ତ୍ତମାନ ଆଶ୍ରମରେ ୭ ଜଣ ବାସ କରୁଥିବା ଜଣାଯାଇଛି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago