ଆରମ୍ଭ ହେଲା ପୌଷ ମାସ, ଭୁଲରେ ବି କିଛି ଏମିତି କାର୍ଯ୍ୟ କରନ୍ତୁ ନାହିଁ, ନଚେତ୍‌ ଜୀବନରେ ବଡ଼ ସମସ୍ୟା ଭୋଗିବେ

ଆରମ୍ଭ ହେଲା ପୌଷ ମାସ। ହିନ୍ଦୁ ଧର୍ମରେ ପୌଷ ବା ପୁଷ ମାସକୁ ବେଶ ଗୁରୁତ୍ୱ ଦିଆଯାଏ। ଏହିମାସରେ ଭଗବାନ ବିଷ୍ଣୁ ଓ ସୂର୍ଯ୍ୟଦେବଙ୍କର ଖାସ ପୂଜା କରାଯାଏ। ତେବେ ଏହି ଗୋଟିଏ ମାସରେ କିଛି କାର୍ଯ୍ୟକୁ କରିବାକୁ ବାରଣ ମଧ୍ୟ କରାଯାଇଛି। କଣ ଆପଣ ତାହା ସମ୍ପର୍କରେ ଜାଣିଛନ୍ତି କି? ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ନିମନ୍ତେ ଦାନ -ଧର୍ମ, ଅନୁଷ୍ଠାନ କରିବା ଓ ପିତୃ ଦୋଷରୁ ମୁକ୍ତି ପାଇଁ ପୁଷ ମାସ ବହୁତ ଖାସ ହୋଇଥାଏ। ଏମିତି କଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ଏହାସହିତ ଚଳିତ ମାସରେ କିଛି ଉପାୟ ରହିଛି ଯାହାକୁ ମାନିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଆଉ କିଛି କ୍ଷତି ମଧ୍ୟ ହୋଇନଥାଏ।

ଗତକାଲି ଗୁରୁବାର ମାନେ ୮ ଡିସେମ୍ବରରେ ପୂର୍ଣ୍ଣିମା ଶେଷ ହେବା ପରେ ଆରମ୍ଭ ହୋଇସାରିଛି ପୌଷ ମାସ। ଏହିମାସ ବିଶେଷ କରି ସୂର୍ଯ୍ୟଦେବଙ୍କର ଉପାସନା କରାଯାଏ। ତେବେ ବାର ମାସ ମଧ୍ୟରୁ ଏହାକୁ ବର୍ଷର ୧୦ମ ମାସ କୁହାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ବର୍ଷର ଦଶମ ମାସର ନାଁ ହେଉଛି ପୌଷ। ଏହି ମାସ ମାର୍ଗଶୀର ମାସ ପରେ ଆସିଥାଏ। ପୌଷ ମାସ ଭଗବାନ ସୂର୍ଯ୍ୟ ଏବଂ ନାରାୟଣଙ୍କ ପୂଜା ପାଇଁ ସମର୍ପିତ ହୋଇଥାଏ। ପୌଷ ମାସରେ ସୂର୍ଯ୍ୟଙ୍କ ଉପାସନା ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏମିତିରେ ଆସନ୍ତୁ ଜାଣିବା, ଏହି ମାସରେ କେମିତି କରାଯାଏ ସୂର୍ଯ୍ୟଦେବଙ୍କ ଉପାସନା ଏବଂ କ’ଣ ରହିଛି ଏହାର ଖାସ୍‌ ମହତ୍ତ୍ୱ।

ପୌଷ ମାସରେ ସୂର୍ଯ୍ୟଙ୍କ ଉପାସନର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ମାସରେ ସୂର୍ଯ୍ୟଦେବଙ୍କ ଉପାସନା ଭଗ ନାମରେ କରାଯିବା ଉଚିତ୍। ଭଗ ନାମକୁ ଈଶ୍ୱରଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ। ପୌଷ ମାସରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ଏବଂ ଉପବାସ ରଖିବାର ବିଶେଷ ମହତ୍ତ୍ୱ ରହିଛି। ଏହା ବ୍ୟତୀତ ପୌଷ ମାସକୁ ପିତୃପୁରୁଷଙ୍କୁ ମୁକ୍ତି ଦେବାର ମାସ ବୋଲି ଗଣାଯାଏ, ଯାହାକୁ ମିନି ପିତୃପକ୍ଷ କୁହାଯାଇଥାଏ।

ବାସ୍ତବରେ, ପୌଷ ମାସରେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରି ଥାଆନ୍ତି। ଧନୁ ରାଶିରେ ସୂର୍ଯ୍ୟ ପ୍ରବେଶ କରିବା ମାତ୍ରେ ହିଁ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ହୋଇ ଯାଇଥାଏ। ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବା କ୍ଷଣି ଏପଟେ ପିଣ୍ଡଦାନର ଗୁରୁତ୍ୱ ବଢ଼ି ଯାଇଥାଏ। ଶାସ୍ତ୍ରରେ ପୌଷ ମାସକୁ ନେଇ କୁହାଯାଇଛି ଯେ ଏହି ମାସରେ ଯେଉଁ ପିତୃପୁରୁଷଙ୍କର ପିଣ୍ଡଦାନ କରାଯାଇଥାଏ, ସେମାନେ ତୁରନ୍ତ ବୈକୁଣ୍ଠ ଲୋକରେ ବାସ କରିବାକୁ ଚାଲି ଯାଇଥାଆନ୍ତି। ଏହି ମାସରେ ପ୍ରତ୍ୟେକ ରବିବାର ବ୍ରତ ଓ ଉପବାସ ରଖିବା ଏବଂ ରାଶି ଓ ଚାଉଳର ଖେଚୁଡ଼ି ଭୋଗ ଲଗାଇବା ଦ୍ୱାରା ମନୁଷ୍ୟ ତେଜସ୍ୱୀ ହୋଇ ଯାଇଥାଏ।

-ପ୍ରତିଦିନ ଗାଧୋଇବା ପରେ ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ।

-ତମ୍ବା ପାତ୍ରରୁ ଜଳ ଅର୍ଘ୍ୟ ଅର୍ପଣ କରିବା ଉଚିତ୍।

-ଜଳରେ ରୋଲି, ନାଲି ଫୁଲ ଏବଂ ଅକ୍ଷତ ପକାଇବା ଶୁଭ ହୋଇଥାଏ।

-ଅର୍ଘ୍ୟ ଦେବା ସମୟରେ ‘ଓଁ ଆଦିତ୍ୟାୟ ନମଃ’ ଜପ କରନ୍ତୁ।

ପୌଷ ମାସରେ ଖାଦ୍ୟ-ପେୟକୁ ନେଇ ବହୁତ ସାବଧାନରେ ରଖିବାକୁ ପଡିଥାଏ। ଏହି ମାସରେ ଖୁଆ ଏବଂ ଦୁଗ୍ଧ ଜାତୀୟ ଜିନିଷର ବ୍ୟବହାର କରିବା ପାଇଁ କୁହାଯାଏ। ଚିନି ବଦଳରେ ଗୁଡର ସେବନ କରନ୍ତୁ। ଜୁଆଣୀ, ଲବଙ୍ଗ ଏବଂ ଅଦାର ସେବନ ଲାଭକାରୀ ହୋଇଥାଏ। ଗହମ, ଚାଉଳ ଏବଂ ଜଅ ଖାଇବା ମଧ୍ୟ ଲାଭକାରୀ ହୋଇଥାଏ। ପୌଷ ମାସରେ ଆପଣ ଖାଇବାରେ ବିଟ ଲୁଣ ବ୍ୟବହାର କରିବା ଉଚିତ। ତେଲର ସେବନ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ପୌଷ ମାସରେ ଥଣ୍ଡା ପାଣୀର ବ୍ୟବହାର, ସ୍ନାନରେ ଅନିୟମିତତା ଏବଂ ଅତ୍ୟଧିକ ଖାଦ୍ୟ କ୍ଷତିକାରକ ହୋଇପାରେ। ଏହି ମାସରେ ଅଧିକ ତେଲ, ଘିଅର ବ୍ୟବହାର ମଧ୍ୟ ଭଲ ହୋଇନଥାଏ। ଏହି ମାସରେ ତାମସିକ ଭୋଜନ କରିବା ଠାରୁ ଦୂରେଇ ରହିବା ଉଚିତ। ତାମସିକ ଭୋଜନ ପଚନ ହେବା ପାଇଁ ବହୁତ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ବିରି ଡାଲି କିମ୍ବା ମସୁର ଡାଲି ଠାରୁ ମଧ୍ୟ ଦୂରତା ରକ୍ଷା କରନ୍ତୁ। ବାଇଗଣ, ଫୁଲ କୋବି ଏବଂ ମୂଳାର ମଧ୍ୟ ସେବନ କମ୍‌ କରିବା ଉଚିତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.