ଇଣ୍ଟରନେଟରେ ଭାଇରାଲ ହେଉଛି ଭୂତ ଭିଡିଓ, ରେଷ୍ଟୁରାଣ୍ଟରେ ମହିଳାଙ୍କ ହାତରେ ଆପେ ଆପେ ଚାଲିବାକୁ ଲାଗିଲା ପେନ୍
ଗୋଟିଏ ପ୍ରଶ୍ନ ଯାହା ସମସ୍ତଙ୍କ ମନରେ ଥାଏ ତାହା ହେଉଛି କଣ ସତରେ ‘ଭୂତ’ ଥାନ୍ତ। ଭୂତ ପ୍ରେତକୁ ନେଇ ଅଲଗା ଅଲଗା ଦାବି ମଧ୍ୟ କରାଯାଉଥିବାବେଳେ ଏହାକୁ ନେଇ କିଏ ବିଶ୍ୱାସ କରୁଥିବାବେଳେ ଆଉ କେତେ ଜଣ ଏହାକୁ ବିଶ୍ୱାସ କରୁନାହାଁନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିିତି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଭୂତ ରହିଥିବା ଦାବି କରାଯାଉଛି। ଏବେ ଏମିତି ହିଁ ଏକ ଘଟଣା ପବ୍ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ରେଷ୍ଟୁରାଣ୍ଟ ଭିତରେ କିଛି ତ ଅଘଟଣ ଘଟୁଛି।
ବିଶ୍ୱାସ କରନ୍ତୁ ଏହି ଭାଇରାଲ ହେଉଥିବା ଭିଡିଓକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ୟୁକେର ଏକ ପବ ଭିତରେ ଲାଗିଥିବା ସିସିଟିଭି କିଛି ପାରାନର୍ମାଲ ଆକ୍ଟିଭିଟୀ ବା ଅସାଧାରଣ ଘଟଣାକୁ ରେକର୍ଡ କରିଛି। ଭିଡିଓରେ ଆପଣ ଦେଖିପାରରୁଥିବେ ଯେ ସ୍ଥିର ଥିବା ଜିନିଷ ମନକୁ ମନ ଚାଲିବାରେ ଲାଗୁଛି। ଏହି ଘଟଣାର ଖୁଲାସା ସେତେବେଳେ ହେଲା ଯେତେବେଳେ ପବରେ ଦୁଇ ଜଣ ମହିଳା ମାଲିକ ଆଶ୍ଚର୍ଯ୍ୟ ହେଲେ। ସେମାନେ ନିଜେ ଏହି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟ ଘଟଣାକୁ ଅନୁଭବ କଲେ। କେବଳ ଏତିକି ନୁହେଁ ଡରିକି ଥରିଗଲେ।
ପବ୍ ଭିତରେ ରଖାଯାଇଥିବା ଜିନିଷ ଆପେ ଆପେ ହଲିବାକୁ ଲାଗିଲା ଏବଂ ଅଘଟଣ ଘଟିଲା। ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ରିଟେନ ଏକ ପବ୍ ଭିତରର। ଯେଉଁଠି କିଛି ଅଘଟଣ ଘଟୁଥିବା ଦେଖିବାକୁ ମିଳୁଛି। ସିସିଟିିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି ଯେ ଏଠାରେ କିଛି ତ ଭୟଙ୍କର ଘଟଣା ଘଟୁଛି। ଆପଣ ଦେଖିପାରୁଥିବେ ଜଣେ ମହିଳା ହାତରେ ଏକ ପେନକୁ ଧରି କିଛି ସମୟ ରଖୁଛନ୍ତତ। ତାଙ୍କ ସହିତ ଅନ୍ୟ ଜଣେ ମହିଳା ବି ଅଛନ୍ତି। କିନ୍ତୁ ଏହି ସମୟରେ ଦେଖିବାକୁ ମିଳୁଛି ଯେ ହାତରେ ରଖିଥିବା ପେନ ମନକୁ ମନ ଆପେ ଆପେ ବୁଲି ତଳେ ପଡୁଛି।
ଯେମିତି ହିଁ ପେନ ତଳେ ପଡୁଛି, ସେଠାରେ ଥିବା ତିିନି ଜଣ ଲୋକ ଡରିକି ଦୌଡି ପଳାଉଛନ୍ତି। କିଛି ସେକେଣ୍ଡର ଏହି ଭିଡିଓରେ ଲୋକେ କେମିତି ଡରିକି ଥରହର ହେଉଛନ୍ତି ତାହା ଦେଖିବାକୁ ମିଳୁଛି। ଏହାସହ ଦେଖିବାକୁ ମିଳୁଛି ଯେ ରେଷ୍ଟୁରାଣ୍ଟରେ କେହି ନଥିବାବେଳେ ଏକ ଛାଇ ଚାଲିଯାଉଥିବାର ଦେଖିବାକୁ ମିଳୁଛି। ଏବେ ଏହି ଭୂତିଆ ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତ ଚମକିବା ସହିତ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି। ଆପଣ ବି ଦେଖନ୍ତୁ ଏହି ଭାଇରାଲ ଭିଡିଓ।
vodeo courtesy : Dogtooth Media