ଏହି ଦେଶରେ ଲୋକଙ୍କ କାମ ଏବଂ ଷ୍ଟାଟସ ଅନୁଯାୟୀ ତିଆରି କରାଯାଏ କଫିନ, ମିଳେ ବିଭିନ୍ନ ଷ୍ଟାଇଲର କଫିନ

ଆମ ଦେଶରେ ହିନ୍ଦୁ ଧର୍ମରେ ମଣିଷ ମରିବା ପରେ ପୋଡାଯାଇଥାନ୍ତି। ଏହାଛଡା ଖ୍ରୀଷ୍ଟିଆନ ଧର୍ମରେ ପୋତାଯାଇଥାନ୍ତି। ଏମାନେ ପୋତା ହେବା ପାଇଁ ଯେଉଁ କଫିନ ପ୍ରସ୍ତୁତ ହୋଇଥାଏ, ତାହା ଦେଖିବାକୁ ସାଧାରଣ ବାକ୍ସ ପରି। କିନ୍ତୁ ଦୁନିଆରେ ଏପରି ଏକ ଦେଶ ରହିଛି, ଯେଉଁଠି ମୃତ ବ୍ଯକ୍ତିକୁ ପୋତିବା ପାଇଁ ଭିନ୍ନ ଭିନ୍ନ ପ୍ରକାର କଫିନ ତିଆରି କରାଯାଇଥାଏ। ଯାହାକୁ ଆପଣ କେବେ ବି ଦେଖିନଥିବେ।

coffin

ପଶ୍ଚିମ ଆଫ୍ରିକାର ଘାନା ଅଦ୍ଭୁତ ପ୍ରକାର କଫିନ ପାଇଁ ବେଶ୍ ଜଣାଶୁଣା।। ଏଠାରେ ମୃତ୍ୟୁବରଣ କରୁଥିବା ବ୍ଯକ୍ତିଙ୍କ କାମ ଏବଂ ଷ୍ଟାଟସକୁ ଅନୁଯାୟୀ ସେପରି କଫିନରେ ପୋତାଯାଏ। ରିପୋର୍ଟ ମୁତାବକ, ଏପରି କଫିନ ନିର୍ମାଣ କରିବା ପରମ୍ପରା ଘାନାରେ ଧୀବରମାନେ ଆରମ୍ଭ କରିଥିଲେ। ଧୀବର ମାନଙ୍କୁ ମାଛ ଭଳି କଫିନରେ ପୋତାଯାଇଥାଏ। ଆଉ ଯିଏ ବ୍ଯବସାୟୀ ତାଙ୍କୁ ବିଳାସପୂର୍ଣ୍ଣ କାର କଫିନରେ। ଏପରି କରିବା ଦ୍ବାରା ସେମାନଙ୍କର ଷ୍ଟାଟସ୍ ବିଷୟରେ ଜଣାପଡିଥାଏ ବୋଲି ସ୍ଥାନୀୟ ଲୋକଙ୍କର ମତ ରହିଛି।

coffin 1

କିନ୍ତୁ ଉଡାଜାହାଜ ଭଳି କଫିନ ତିଆରି କରିବା ଆରମ୍ଭ ୧୯୫୧ରେ ହୋଇଥିଲା। ଦୁଇ ଜଣ ବଢେଇ ନିଜ ୯୧ ବର୍ଷୀୟ ମା’ ଶବଙ୍କୁ ପୋତିବା ପାଇଁ ଉଡାଜାହାଜ ଭଳି କଫିନ ତିଆରି କରିଥିଲେ। ତାଙ୍କ ମା’ କେବେ ବି ବିମାନରେ ବସିନଥିଲେ ବୋଲି ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଏପରି କଫିନ ତିଆରି କରିଥିଲେ।

ଏହାସହ ପଢନ୍ତୁ ; ଦୁନିଆର ଏକ ଅଦ୍ଭୁତ ସହର ‘ହିଲଗର୍ମିସନ’, ଯେଉଁଠାରେ ରାସ୍ତା ଠାରୁ ଆରମ୍ଭ କରି ଗଳି ପର୍ଯ୍ୟନ୍ତ ସବୁ…

plane

କେବଳ ଘାନା ନୁହେଁ ବରଂ ବିଦେଶର ମଧ୍ୟ ଅଦ୍ଭୁତ ପ୍ରକାରର କଫିନ ତିଆରି କରିବା ପାଇଁ ଦାବି କରାଯାଉଛି। ଯେଉଁଠି ସ୍ଥାନୀୟ ବଜାରରେ ଏହି କଫିନର ମୂଲ୍ୟ ୭୦ ଜହାର ପାଖାପାଖି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.