ସ୍ପେଶାଲ

କଫ ସିରପରେ ରନ୍ଧା ହୋଇଥିବା ଚିକେନ୍‌ କ’ଣ ଭଲ କରୁଛି କରୋନା! ୩୦ ମିନିଟ୍‌ ଧରି ରାନ୍ଧି ଖାଉଛନ୍ତି ଲୋକେ; ଖୁବ୍‌ ଭାଇରାଲ ହେଉଛି ଟ୍ରେଣ୍ଡ

୨୦୧୯ଠାରୁ କରୋନା ସାରା ବିଶ୍ୱରେ ଏମିତି ବିନାଶ ଆଣିଛି, ଯାହାକୁ ଆଜି ପର୍ଯ୍ୟନ୍ତ ରୋକା ଯାଇପାରି ନାହିଁ। ଟିକାକରଣ ସତ୍ତ୍ୱେ ବିଶ୍ୱରେ କରୋନାର ତୃତୀୟ ଲହର ପିକ୍‌ ଉପରେ ଅଛି। ଏମିତିରେ ପ୍ରଥମରୁ ହିଁ ଲୋକେ କରୋନା ପାଇଁ ଘରୋଇ ଉପଚାର ଗ୍ରହଣ କରି ଆସୁଛନ୍ତି। ଭାରତରେ ଯେଉଁଠି ଲୋକମାନେ ପ୍ରଚୁର ମାତ୍ରାରେ କାଢା ସେବନ କରୁଛନ୍ତି, ସେଠି ବିଦେଶରେ ଅଲଗା ଅଲଗା ପ୍ରକାରର ଘରୋଇ ଉପଚାର ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ନିକଟରେ ସୋସିଆଲ ମିଡିଆ ସାଇଟରେ ଏମିତି ହିଁ ଏକ ଉପଚାର ଖୁବ୍‌ ସେୟାର କରାଯାଉଛି। କିନ୍ତୁ ଆପଣଙ୍କୁ କହି ରଖୁଛୁ, ଏହା ଅତ୍ୟନ୍ତ ବିପଜ୍ଜନକ ରହିଛି।

ଟିକ୍‌ଟକରେ ଏମିତି ଅନେକ ଭିଡିଓ ଦେଖିବାକୁ ମିଳୁଛି, ଯେଉଁଥିରେ ଲୋକେ ଚିକେନ୍‌କୁ କଫ୍‌ ସିରପରେ ରାନ୍ଧି ଖାଉଛନ୍ତି। ଦାବି କରାଯାଉଛି କି, ଏହି ପ୍ରତିକାର ଦ୍ୱାରା ଥଣ୍ଡା, କାଶ, ସର୍ଦ୍ଦିରୁ ଆରାମ ମିଳିଥାଏ। କିନ୍ତୁ ଡାକ୍ତରମାନେ ଏହି ଉପଚାରକୁ ନେଇ ଚେତାବନୀ ଜାରି କରିଛନ୍ତି। ଡାକ୍ତରମାନେ ସ୍ପଷ୍ଟ କହିଛନ୍ତି ଯେ ଯଦି ଆପଣ ଏହାକୁ ଖାଇବେ, ତ ଫୁଡ୍‌ ପଏଜନିଙ୍ଗ୍‌ ବା ଖାଦ୍ୟ ବିଷାକ୍ତୀକରଣ ହେବା ସୁନିଶ୍ଚିତ। ଏହି ଭିଡିଓ ଦେଖିବା ପରେ ଜଣେ ଡାକ୍ତର ନିଜେ ଟିକ୍‌ଟକ ମାଧ୍ୟମରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି।

ଏମିତି ପ୍ରସ୍ତୁତି କରୁଛନ୍ତି ମାଂସ

ରିପୋର୍ଟ ମୁତାବକ, ଏହି ବିପଦପୂର୍ଣ୍ଣ ଟ୍ରେଣ୍ଡ ବର୍ଷ ଆରମ୍ଭରୁ ହିଁ ଭାଇରାଲ ହେଉଛି। ଏହାକୁ ‘wellness hack’ ନାମରେ ସେୟାର କରାଯାଉଛି। ଏଥିରେ ଲୋକମାନେ ଏକ ପାତ୍ରରେ ଚିକେନ୍‌ ଖଣ୍ଡ ରଖି ତାହାକୁ କଫ୍‌ ସିରପ୍‌ରେ ଭରି ଦେଉଛନ୍ତି। ଏହାପରେ ଚିକେନ୍‌କୁ କଫ୍‌ ସରପ୍‌ରେ ରନ୍ଧାଯାଉଛି। ତେବେ ଜଣେ ଡାକ୍ତର ଆରୋନ ହାର୍ଟମନ କହିଛନ୍ତି ଯେ ଏହି ଟ୍ରେଣ୍ଡ ବହୁତ ବିପଜ୍ଜନକ, ଯାହା ଆପଣଙ୍କୁ ଅସୁସ୍ଥ କରି ଦେଇପାରେ।

ଅତ୍ୟନ୍ତ ବିପଜ୍ଜନକ ଖାଦ୍ୟ

ଏକ ସାକ୍ଷାତକାରରେ ଡାକ୍ତର ହାର୍ଟମନ କହିଛନ୍ତି, ଯେତେବେଳେ ଆପଣ କଫ୍‌ ସିରପ୍‌ରେ ପାଣି ଓ ମଦ ମିଶାଇ ଚିକେନକୁ ରାନ୍ଧିବେ, ତ ଅନେକ ମାତ୍ରାରେ ମାଂସ କଞ୍ଚା ରହିଯିବ। ଯଦି ଆପଣ ଭଲ ଭାବରେ ରନ୍ଧା ହୋଇଥିବା ଚିକେନ୍ ଖଣ୍ଡ ଖାଇବେ, ତ ବୁଝିଯିବେ କି, ଆପଣ ଅଧା ବୋତଲ କଫ୍‌ ସିରପ ପିଉଛନ୍ତି। ଏହା ଅତ୍ୟନ୍ତ ବିପଜ୍ଜନକ। ଏହାକୁ ଖାଇବା ପରେ ଥଣ୍ଡା, କାଶ ନୁହେଁ, ବରଂ ଆପଣଙ୍କ ପେଟ ନିଶ୍ଚିତ ଭାବରେ ଖରାପ ହୋଇଯିବ। ସୋସିଆଲ ମିଡିଆରେ ଏହି ଟ୍ରେଣ୍ଡର ଭିଡିଓ ଖୁବ୍‌ ସେୟାର କରାଯାଉଛି। ଏଥିରେ ଚିକେନକୁ କଫ୍‌ ସିରପ ଓ ମଦ ସହିତ ୩୦ ମିନିଟ୍ ପାଇଁ ରନ୍ଧା ଯାଉଛି। ଏହାକୁ ଖାଇବା ପରେ ବଢ଼ିଆ ନିଦ ମଧ୍ୟ ଆସି ଯାଉଛି। ସେପଟେ ଚିକେନ୍ ଖାଇବା ପରେ ବଳକା ସିରପକୁ ଲୋକମାନେ ସୁପ୍‌ ଭଳି ପିଇ ଯାଉଛନ୍ତି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago