ଏହି ଦେଶରେ ୫୦ ଛୁଇଁବା କ୍ଷଣି ଲୋକଙ୍କୁ କରି ଦିଆଯାଏ ହତ୍ୟା ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଲୋକେ ୫୦ ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିପାରନ୍ତି ନାହିଁ। କେତେବେଳେ ସେମାନଙ୍କୁ ମରଣାନ୍ତକ ରୋଗ ହୋଇଥାଏ ତ କେତେବେଳେ ସେମାନଙ୍କୁ ହତ୍ୟା କରିଦିଆଯାଏ। ଆଜିକା ସମୟରେ ସମସ୍ତ ପ୍ରକାର ରୋଗର ଚିକିତ୍ସା ପଦ୍ଧତି ବାହାରିଲାଣି ସତ, କିନ୍ତୁ ଆଫ୍ରିକାରେ ଲୋକେ ୪୬ ବର୍ଷରୁ ଅଧିକ ବଞ୍ଚିପାରନ୍ତି ନାହିଁ।
ଏହାର ମୁଖ୍ୟ କାରଣ ହେଉଛି, ଏଠାକାର ଲୋକେ ବହୁତ ଗରିବ। ଏହି ଦେଶରେ HIV / AIDS ଏବଂ ଆହୁରି ବି ଅନେକ ପ୍ରକାରର ଜୀବନନାଶକ ରୋଗ ମାଡ଼ିବସିଥାଏ, ଯେଉଁଥିପାଇଁ ସେମାନଙ୍କ ମୃତ୍ୟୁ ବହୁତ ଶୀଘ୍ର ହୋଇଯାଇଥାଏ। ଯେଉଁମାନଙ୍କର ଜୀବନ ଏହି ରୋଗ କବଳରୁ ବର୍ତ୍ତିଯାଏ, ସେମାନଙ୍କୁ ଲୋକେ ହିଁ ମାରିଦେଇଥାନ୍ତି। କାରଣ, ସେମାନଙ୍କୁ ଡର ଲାଗିଥାଏ ଯେ ସେହି ରୋଗ କାଳେ ସେମାନଙ୍କୁ ହୋଇଯିବ। ଆସନ୍ତୁ ଜାଣିବା ଅନ୍ୟ ଦେଶଗୁଡ଼ିକ ବିଷୟରେ କିଛି ରୋଚକ କଥା।
୧. ଆଫଗାନିସ୍ତାନରେ ବହୁତ ଲମ୍ବା ସମୟ ଧରି ଲୋକେ ଯୁଦ୍ଧ ସହ ଜୁଝି ହେଉଛନ୍ତି। ଏଠାରେ ରହିବା କୌଣସି ବିପଦଠାରୁ କମ ନୁହେଁ। ଏହା ଦୁନିଆର ସବୁଠୁ ଗରିବ ଦେଶରେ ଗଣା ହୋଇଥାଏ। ଏହି ଦେଶ ଦୁର୍ନୀତିରେ ବି ସବୁବେଳେ ଉପରେ ରହିଛି। ଏଠାରେ ଲୋକେ ୪୮ ବର୍ଷରେ ମୃତ୍ୟୁବରଣ କରିଥାନ୍ତି।
୨. The Democratic Republic of Congo ପ୍ରାକୃତିକ ସମ୍ପଦରେ ବହୁତ ଧନୀ। କିନ୍ତୁ ଅନ୍ତର୍ନିମାଣ ଏବଂ ରାଜନୈତିକତା ଅସ୍ଥିରତା ଯୋଗୁ ଏଠାକାର ଲୋକେ ୪୮ରୁ ଅଧିକ ବର୍ଷ ବଞ୍ଚିପାରନ୍ତି ନାହିଁ।
୩. ଲେସୋଥୋ ଏକ ଛୋଟିଆ ଦେଶ। ଏଠାକାର ମୋଟ ଜନସଂଖ୍ୟା ୨୦ ଲକ୍ଷ ହେବ। ଏହି ଦେଶରେ ଅନେକ ଲୋକ HIV ପଜିଟିଭ। ତେଣୁ ସେମାନଙ୍କ ଅଧା ବୟସରେ ହିଁ ମୃତ୍ୟୁ ହୋଇଯାଇଥାଏ।
୪. ସ୍ୱାଜିଲାଣ୍ଡ, ଦକ୍ଷିଣ ଆଫ୍ରିକାରେ ଥିବା ଏକ ଛୋଟିଆ ଦେଶ, ଯାହାକି ଧୀରେ ଧୀରେ ବିକଶିତ ହେଉଛି। କିନ୍ତୁ ଏଠାରେ ମଧ୍ୟ HIV ପଜିଟିଭ ଲୋକେ ଥିବାରୁ ଜନସଂଖ୍ୟା କମିବାରେ ଲାଗୁଛି।