ମନସ୍କାମନା ପୂରଣ କରିବାକୁ ଏଠାରେ ପୂଜା କରନ୍ତିନି, ଧାରଣାରେ ବସନ୍ତି ଶ୍ରଦ୍ଧାଳୁ

କଥାରେ ଅଛି ବିଶ୍ୱାସ ମୂଳେ ସର୍ବସିଦ୍ଧି। ଅର୍ଥାତ ଯେଉଁଠି ବିଶ୍ୱାସ ରହିଛି ସେଠି ସବୁକିଛି ସମ୍ଭବ। ଭାରତରେ ମଧ୍ୟ ଏଭଳି ଅନେକ ମନ୍ଦିର ରହିଛି ଯେଉଁଠାକୁ ଭକ୍ତ କେବଳ ଆସ୍ଥା ଓ ବିଶ୍ୱାସରେ ଆସିଥାନ୍ତି। ଭଗବାନଙ୍କ ପ୍ରତି ବିଶ୍ୱାସ ରହିବା ବି ଠିକ। ତେବେ ଦେଶରେ ଏମିତି ଏକ ପୀଠ ରହିଛି ଯେଉଁଠି ମନ୍ଦିର ବାହାରେ ଧାରଣା ଦେବାର ପରମ୍ପରା ରହିଛି। ଆଜି ବି ଏଠାରେ ଭକ୍ତମାନେ ଧାରଣା ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ସେପରି ଏକ ମନ୍ଦିର ସଂପର୍କରେ ଯାହା ଅନ୍ୟ ମନ୍ଦିରଠୁ ସମ୍ପୂର୍ଣ୍ଣ ଭିନ୍ନ…

ସାରା ଦେଶରେ ଭୋଳାନାଥଙ୍କର ମନ୍ଦିର ରହିଛି। ଭୋଳାନାଥଙ୍କୁ ନେଇ ଭକ୍ତଙ୍କ ମନରେ ଅଜସ୍ର ଆସ୍ଥା ମଧ୍ୟ ରହିଛି। କିନ୍ତୁ ଆସ୍ଥା ଓ ଭକ୍ତି ବ୍ୟତୀତ କିଛି ପରମ୍ପରା ଏବଂ କିମ୍ବଦନ୍ତୀ ଏମିତି ରହିଛି ଯାହା ସେହି ମନ୍ଦିରକୁ ଅନ୍ୟଠାରୁ ସ୍ୱତନ୍ତ୍ର କରିଥାଏ।ଏଭଳି ଏକ ମନ୍ଦିର ରହିଛି ଝାଡଖଣ୍ଡରେ। ଝାଡଖଣ୍ଡରେ ଭଗବାନ ଶିବଙ୍କର ଏକ ପ୍ରସିଦ୍ଧ ମନ୍ଦିର ରହିଛି, ଯେଉଁଠି ଭକ୍ତ ଭଗବାନଙ୍କୁ ଦର୍ଶନ କରି ଧାରଣା ଦେଇ ବସିଥାନ୍ତି। ମନ୍ଦିର ବାହାରେ ଧାରଣା ଦେବାର ପରମ୍ପରା ଏଠାରେ ବହୁ ପୁରାତନ। ତେବେ ଜାଣିଛନ୍ତି ଏପରି କରିବା ପଛରେ କେଉଁ ବିଶ୍ୱାସ ତାଙ୍କୁ ବାନ୍ଧି ରଖିଛି।

jharkhand78

pc: patrikaଏହି ପ୍ରସିଦ୍ଧ ମନ୍ଦିର ଝାଡଖଣ୍ଡର ଦୁମକାରେ ଅବସ୍ଥିତ। ଏଠାରେ ବୈଦ୍ୟନାଥଙ୍କ ନାମରେ ବାବା ଭୋଳାନାଥ ପୂଜା ପାଇଥାନ୍ତି। ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ବହୁ ଦୂରରୁ ଭକ୍ତ ଆସିଥାନ୍ତି। ପରମ୍ପରା ଅନୁଯାୟୀ ନିଜ ମନସ୍କାମନା ପୂରଣ ପାଇଁ ମନ୍ଦିର ବାହାରେ ଧାରଣାରେ ବସିଥାନ୍ତି। ମାନ୍ୟତା ରହିଛି ଯେ, ଏହି ମନ୍ଦିରରେ ଯେଉଁ ଲୋକ ଧାରଣାରେ ବସେ ତା’ର ମନସ୍କାମନା ଶୀଘ୍ର ପୂରଣ ହୁଏ।

କେତେକ ଭକ୍ତଙ୍କ ଠାରୁ ଏହି ବିଶ୍ୱାସକୁ ନେଇ ପ୍ରମାଣ ମିଳିଛି। ଏଠାରେ ଧାରଣା ଦେଲେ ଯେକୌଣସି ରୋଗ ହେଉ ନା କାହିଁକି ତାହା ମଧ୍ୟ ଶରୀରରୁ ଦୂର ହୋଇଯାଏ। ପ୍ରତିବର୍ଷ ଶ୍ରାବଣ ମାସରେ ଏହି ମନ୍ଦିରରେ ବଡ ମେଳା ଲାଗିଥାଏ। ବିଶ୍ୱାସ ରହିଛି ଯେ ଏହି ମନ୍ଦିରକୁ ନିଃସନ୍ତାନ ଦମ୍ପତି ଆସିଲେ ତାଙ୍କର ସନ୍ତାନ ଲାଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.