ସ୍ପେଶାଲ

ଭାଙ୍ଗ ପିଇବା ପରେ କାହିଁକି ଅଧିକ ହସନ୍ତି ବା କାନ୍ଦନ୍ତି ବ୍ୟକ୍ତି, ଜାଣନ୍ତୁ ଏହାର କାରଣ

ବର୍ତ୍ତମାନ ଭାରତ ସହ ଅନ୍ୟ ଦେଶରେ ମଧ୍ୟ ଗଞ୍ଜେଇ ବହୁଳ ପରିମାଣରେ ବ୍ୟବହାର କରାଯାଉଛି । କେତେକ ଦେଶରେ ଏହା ଲିଗାଲ ଥିବାବେଳେ କେତେକ ଦେଶରେ ଏହାର ବ୍ୟବହାରକୁ ନେଇ କଠୋର ଦଣ୍ଡ ବିଧାନ ରହିଛି । ତେବେ ଭାରତରେ ମଧ୍ୟ ଗଞ୍ଜେଇର ବହୁଳ ବ୍ୟବହାର କରାଯାଏ । ଏଠାରେ ଲୋକମାନେ ଏହାକୁ ଭାଙ୍ଗ କହିଥାନ୍ତି । ଏହା ପ୍ରାୟତଃ ହୋଲି କିମ୍ବା କୌଣସି ପର୍ବରେ ସର୍ବତ ସହ ମିଶାଇ ପିଅନ୍ତି । ଭାଙ୍ଗ ପିଇବା ପରେ ଏହାର ପ୍ରଭାବ ଲୋକଙ୍କ ନିକଟରେ କିଛି ସମୟ ମଧ୍ୟରେ ଦେଖିବା ପାଇଁ ମିଳିଥାଏ । ଭାଙ୍ଗ ପିଇବା ପରେ ଲୋକ ଅଧିକ ଖୁସି ହେଇଥାଏ ନଚେତ ବହୁତ ସମୟ ପର୍ଯ୍ୟନ୍ତ ଦୁଃଖୀ ହୋଇଯାଏ।

ସିଧାସଳଖ ମସ୍ତିଷ୍କ ଉପରେ ପ୍ରଭାବ ପଡେ:
ଭାଙ୍ଗ ଅଧିକ ପିଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ଏହାର ପ୍ରଭାବ ସିଧା ମସ୍ତିଷ୍କରେ ପଡିଥାଏ । ଅନ୍ୟ ନିଶା ଦ୍ରବ୍ୟ ପରି ଭାଙ୍ଗ ତୁରନ୍ତ ପ୍ରଭାବ ପକାଏ ନାହିଁ । ବ୍ୟକ୍ତି ଭାଙ୍ଗ ପିଇବାର ପ୍ରାୟ ୩୦ ମିନିଟ୍‌ ପରେ ଏହାର ପ୍ରଭାବ ଦେଖାଯାଏ ।

କଣ ପାଇଁ ଲୋକ ହସିଥାନ୍ତି କିମ୍ବା କାନ୍ଦିଥାନ୍ତି :
ଭାଙ୍ଗ ପିଇବା ପରେ ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ଖୁସି ହୁଅନ୍ତି । ପ୍ରକୃତରେ ଏହାର କାରଣ ଡୋପାମାଇନ୍‌ ହରମୋନ୍‌ ବା ଯାହାକୁ ଖୁସି ହରମୋନ୍‌ ମଧ୍ୟ କୁହାଯାଏ । ଏହି ହରମୋନ୍‌ ବଢିବା ବା କମିବା ଦ୍ୱାରା ବ୍ୟକ୍ତିର ବ୍ୟବହାର ବଦଳିଥାଏ । ଯାହା ଦ୍ୱାରା ବ୍ୟକ୍ତି ଅଧିକ ଖୁସି ହୋଇ ହସିଥାନ୍ତି ନହେଲେ ଅଧିକ ଦୁଃଖରେ କାନ୍ଦିଥାନ୍ତି ।

ଭାଙ୍ଗ ଅଧିକ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ :
ଭାଙ୍ଗ ଲୋକଙ୍କ ନର୍ଭ ସିଷ୍ଟମ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ଯାହା ପରେ ଲୋକ ବାରମ୍ବାର ଗୋଟିଏ ହିଁ କାମ କରିବାକୁ ଲାଗିଥାଏ । ନିଶାରେ ଥିବା ବ୍ୟକ୍ତି ଯାହା କରିଥାଏ ପରେ ସେ ଏହା ଭୁଲି ଯାଏ । ଯାହା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଏବଂ ହାର୍ଟ ଆଟାକ ହେବାର ସମ୍ଭାବନା ମଧ୍ୟ ରହିଥାଏ । କିଛି ଦେଶରେ ଭାଙ୍ଗକୁ ମେଡିସିନ୍‌ ଭାବେ ମଧ୍ୟ ବ୍ୟବହାର କରାଯାଏ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

5 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

6 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

8 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

9 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

9 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

9 hours ago