ଯେତେ ଟଙ୍କା ଥିଲେ ବି ଏହି ରାଶିର ଲୋକ ଭୁଲରେ ବି ପିନ୍ଧନ୍ତୁନି ହୀରା, ଜୀବନ ପ୍ରତି ବି ଆସିପାରେ ବିପଦ

ହୀରା ଏକ ଦାମୀ ରତ୍ନ। ଏହାକୁ କେବଳ ଟଙ୍କା ଥିବା ତଥା ଧନୀ ଲୋକମାନେ ହିଁ ପିନ୍ଧି ପାରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ହୀରାର ସମ୍ପର୍କ ଧନ ଓ ବୈଭବର ଦେବତା ଶୁକ୍ର ଦେବଙ୍କ ସହ ରହିଛି ବୋଲି ବର୍ଣ୍ଣନା କରାଯାଇଛି। ଏହି ରତ୍ନ ପ୍ରତିଟି ବ୍ୟକ୍ତିଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ତେବେ ସୌନ୍ଦର୍ଯ୍ୟ ବଢ଼ାଇବା ସହ ଏହାର କେତେକ ଅନ୍ୟ ଲାଭ ଓ କ୍ଷତି ମଧ୍ୟ ରହିଛି। ହୀରାକୁ କେବେ ବି ଜ୍ୟୋତିଷଙ୍କ ବିନା ପରାମର୍ଶରେ ଧାରଣ କରିବା ଉଚିତ୍‌ ନୁହେଁ। ଜ୍ୟୋତିଷ ଶାସ୍ତ୍ରରେ ଏଭଳି ୫ଟି ରାଶି ରହିଛି, ଯେଉଁମାନେ ହୀରା ପିନ୍ଧିବା ଅଶୁଭ ହୋଇଥାଏ। ଆସନ୍ତୁ ଜାଣିବା ସେ ରାଶି ବିଷୟରେ…

ମେଷ:

ଜ୍ୟୋତିର୍ବିତ୍‌ଙ୍କ ମତରେ ମେଷ ରାଶିର ବ୍ୟକ୍ତି କେବେ ବି ହୀରା ପିନ୍ଧିବା ଉଚିତ୍‌ ନୁହେଁ। ଏମାନେ ହୀରା ପିନ୍ଧିଲେ ଜୀବନ ପ୍ରତି ବିପଦ ଆସିଥାଏ। ଧନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଘରେ ମଧ୍ୟ କଳହ ଲାଗିବା ଆଶଙ୍କା ରହିଛି।

କର୍କଟ:

ସେହିଭଳି କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ହୀରା ପିନ୍ଧିବା ଅଶୁଭ ହୋଇଥାଏ। ଯଦି ଲୋକଙ୍କୁ ଦେଖାଇବା ପାଇଁ ଏମାନେ ହୀରା ପିନ୍ଧନ୍ତି, ତେବେ ଏହା ଦୁର୍ଭାଗ୍ୟର କାରଣ ହୋଇପାରେ। କିନ୍ତୁ ଯଦି ଶୁକ୍ର ମହାଦଶା ଚାଲିଥାଏ, ତେବେ ଜ୍ୟୋତିଷଙ୍କୁ ପଚାରି କର୍କଟ ରାଶିର ଲୋକ ହୀରା ପିନ୍ଧିପାରିବେ।

diamond pic

ସିଂହ:

ସିଂହ ରାଶିର ଲୋକମାନେ ବି ହୀରା ପିନ୍ଧିବା ଭଲ ନୁହେଁ। ଏମାନେ ହୀରା ପିନ୍ଧିଲେ ଜୀବନରେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଥାଏ। ଏଣୁ ହୀରା ପିନ୍ଧିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନିହାତି ନିଅନ୍ତୁ।

ବିଛା:

ବିଛା ରାଶିର ସ୍ୱାମୀ ମଙ୍ଗଳ ଓ ମଙ୍ଗଳ-ଶୁକ୍ରଙ୍କ ମଧ୍ୟରେ ସବୁବେଳେ ତିକ୍ତତା ରହିଥାଏ। ଏହି କାରଣରୁ ବିଛା ରାଶିର ଲୋକଙ୍କୁ ହୀରା ସୁଟ୍‌ କରିନଥାଏ। ହୀରା ଗହଣା ପିନ୍ଧିବା ଆଗରୁ ଜ୍ୟୋତିଷଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

ମୀନ:

ମୀନ ରାଶିରେ ଶୁକ୍ର ତୃତୀୟ ଓ ଅଷ୍ଟମ ଘରର ସ୍ୱାମୀ ହୋଇଥାନ୍ତି। କିନ୍ତୁ ମୀନ ରାଶିରେ ଲଗ୍ନର ସ୍ୱାମୀ ବୃହସ୍ପତି ହୋଇଥାନ୍ତି। ବୃହସ୍ପତି ଦେବ ଓ ଶୁକ୍ର ଦୈତ୍ୟଙ୍କ ଗୁରୁ। ଏହି କାରଣରୁ ଏହି ରାଶିର ଲୋକ ହୀରା ପିନ୍ଧିବା ଅନୁଚିତ୍‌। ଏହା ଦ୍ୱାରା ଅଶୁଭ ଫଳ ମିଳେ।

Also Read: ଆଜିର ଭାଗ୍ୟ ! ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Leave A Reply

Your email address will not be published.