ଏହି ୩ଟି ରାଶିର ବ୍ୟକ୍ତି ହୀରା ପିନ୍ଧିବା ଅନୁଚିତ୍‌, ଡାଇମଣ୍ଡ ପିନ୍ଧୁଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହାକୁ ଧାରଣ କରିବା ନିୟମ

ସମସ୍ତଙ୍କ ଜୀବନରେ ଜ୍ୟୋତିଷଶାସ୍ତ୍ର ଓ ରତ୍ନଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜ୍ୟୋତିଷଙ୍କ ମୁତାବକ ବ୍ୟକ୍ତିଙ୍କ ଜୀବନର ସବୁ ସମସ୍ୟାର ସମାଧାନ ଏହି ଦୁଇଟି ଶାସ୍ତ୍ରରେ ରହିଛି। ଲୋକମାନଙ୍କୁ ସବୁବେଳେ ନିଜ ରାଶି ଅନୁସାରେ ରତ୍ନ ଧାରଣ କରିବା ଉଚିତ। ଏହା ଭାଗ୍ୟ ବଦଳାଇବାରେ ସାହାଯ୍ୟ କରେ। ତେବେ ଯେଉଁମାନେ ହୀରା ଧାରଣ କରିଛନ୍ତି ଆଜି ଆମେ ତାଙ୍କ ବିଷୟରେ କହିବାକୁ ଯାଉଛୁ।

Testing the Hope Diamond | Science | Smithsonian Magazine

ଜ୍ୟୋତିଷଶାସ୍ତ୍ର ଅନୁସାରେ ହୀରା ହିଁ ଏକ ଏଭଳି ରତ୍ନ ଯାହାକୁ ସମସ୍ତେ ଧାରଣ କରିବା ଅନୁଚିତ। କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ହୀରା ମାନେ ନାହିଁ। ଯଦି କାହା ରାଶିକୁ ହୀରା ସୁଟ୍‌ କରେ ନାହିଁ, ତେବେ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ମୁତାବକ ଶୁକ୍ର ଗ୍ରହର ସମ୍ପର୍କ ହୀରା ସହ ରହିଛି। ଶୁକ୍ର ଗ୍ରହ କ୍ୟାରିୟରକୁ ନିଜ ଆୟତ୍ତରେ ରଖିଥାଏ।

Which finger to wear ring for good luck | Fabulously

ଶାସ୍ତ୍ର ମୁତାବକ କନ୍ୟା ଓ ତୁଳା ରାଶିର ବ୍ୟକ୍ତିଙ୍କୁ ସବୁବେଳେ ହୀରା ଧାରଣ କରିବା ଉଚିତ। କାରଣ ସେମାନଙ୍କୁ ଏହା ଶୁଭଫଳ ପ୍ରଦାନ କରିଥାଏ। ଅନ୍ୟପଟେ ମେଷ, ମୀନ, ବୃଷ ରାଶିର ବ୍ୟକ୍ତିଙ୍କୁ ହୀରା ପିନ୍ଧିବାକୁ ବାରଣ କରାଯାଇଛି। ଏହି ତିନି ରାଶି ପାଇଁ ହୀରା ଅଶୁଭ ହୋଇଥାଏ। ଏହି ରାଶିର ବ୍ୟକ୍ତିମାନେ ହୀରା ଧାରଣ କଲେ ସେମାନଙ୍କ ଜୀବନ ପ୍ରତି ବିପଦ ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.