ଖର୍ଚ୍ଚ କରିବାରେ ସବୁଠୁ ଆଗରେ ଥାଆନ୍ତି ଏହି ୩ ରାଶିର ଲୋକେ; ସଞ୍ଚୟ କ’ଣ ଜାଣନ୍ତିନି…ଜାଣନ୍ତୁ ଏମାନଙ୍କ ବିଷୟରେ ଖାସ୍‌ କଥା

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ ରାଶି ଏବଂ ୨୭ ନକ୍ଷତ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ୧୨ଟି ରାଶି ଉପରେ କାହାର ନା କାହାର ଆଧିପତ୍ୟ ରହିଥାଏ, ଯାହାର ପ୍ରଭାବ ଏହି ରାଶିଗୁଡ଼ିକ ସହ ଜଡିତ ଲୋକଙ୍କ ଉପରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କେତୋଟି ରାଶି ବିଷୟରେ କହିବୁ, ଯେଉଁମାନେ ମୁକ୍ତ ଭାବରେ ଖର୍ଚ୍ଚ କରନ୍ତି ଅର୍ଥାତ୍‌ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରି ଦିଅନ୍ତି। ଏମାନଙ୍କୁ ବହୁତ କିଣାକିଣି କରିବାକୁ ପସନ୍ଦ ଲାଗିଥାଏ। ଏଥିପାଇଁ ଅନେକ ବାର ସେମାନେ ନିଜ ବଜେଟ ଉପରେ ମଧ୍ୟ ଧ୍ୟାନ ଦେଇ ନ ଥାଆନ୍ତି, ଯାହାଫଳରେ କି, ଏହି ଲୋକମାନେ ବହୁତ କମ୍ ସଞ୍ଚୟ କରିପାରି ଥାଆନ୍ତି। ଆସନ୍ତୁ ଜାଣିବା ସେମାନେ କେଉଁ ରାଶିର ଲୋକ…

ମେଷ:

ଏହି ରାଶିର ଲୋକମାନେ ଟଙ୍କା ଖର୍ଚ୍ଚ କରିବାରେ ଆଗରେ ଥାଆନ୍ତି। ଏଥି ସହିତ ଏହି ଲୋକମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ଭଲ ପାଆନ୍ତି। ଏମାନେ ନିର୍ଭୀକ ଏବଂ ସାହସୀ ମଧ୍ୟ ହୋଇଥାଆନ୍ତି। ତା’ ଛଡ଼ା କୌଣସି ବି ରିସ୍କ ନେବାକୁ ଭୟ କରନ୍ତି ନାହିଁ। ଏହି ଗୁଣର ଫାଇଦା ସେମାନେ ସେମାନଙ୍କ ବ୍ୟବସାୟରେ ଉଠାଇ ଥାଆନ୍ତି ଏବଂ ଭଲ ଅର୍ଥ ଉପାର୍ଜନ କରନ୍ତି। ଏହି ରାଶିର ଲୋକମାନଙ୍କର କୌଣସି ବଜେଟ୍ ନ ଥାଏ। ସେମାନେ ଜାଣି ନ ଥାଆନ୍ତି କି, ସେମାନଙ୍କୁ କେତେ ଖର୍ଚ୍ଚ କରିବା ଦରକାର। ଏହି ଲୋକମାନେ ସେଭିଂ କରିବାରେ ବହୁତ କମ୍ ବିଶ୍ୱାସ ରଖନ୍ତି। କାହିଁକି ନା, ଏମାନେ ବର୍ତ୍ତମାନରେ ବଞ୍ଚନ୍ତି। ଏହି ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ଗ୍ରହ, ଯିଏକି ସେମାନଙ୍କୁ ଏହି ଗୁଣ ଦେଇ ଥାଆନ୍ତି।

ତୁଳା:

ଏହି ରାଶିର ଲୋକମାନେ ମଧ୍ୟ ମୁକ୍ତ ଭାବରେ ପଇସା ଖର୍ଚ୍ଚ କରନ୍ତି। ଏମାନେ କଞ୍ଜୁସ୍‌ ହୋଇ ନ ଥାଆନ୍ତି, ତେଣୁ କଞ୍ଜୁସ୍‌ ଲୋକଙ୍କଠାରୁ ଦୂରେଇ ରୁହନ୍ତି। ଏହି ଲୋକମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ପସନ୍ଦ କରନ୍ତି। ଏଥିପାଇଁ ଏମାନେ ଯୁଆଡ଼େ ଯାଆନ୍ତି, ସେଠାରେ ମୁକ୍ତ ଭାବରେ ସପିଂ କରନ୍ତି। ଏହି ରାଶିର ଲୋକେ ଯେଉଁ ଜିନିଷ କିଣିବାକୁ ଚାହାଁନ୍ତି, ତାହାକୁ ହାସଲ କରି ହିଁ ରୁହନ୍ତି। ଦାମୀ କାର ଏବଂ ମହଙ୍ଗା ଘଣ୍ଟା ହେଉଛି ଏହି ରାଶିର ଲୋକଙ୍କର ପ୍ରମୁଖ ସଉକ। ତୁଳା ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର ଦେବ, ଯିଏ ସେମାନଙ୍କୁ ଏହି ଗୁଣ ପ୍ରଦାନ କରି ଥାଆନ୍ତି।

ସିଂହ:

ଏହି ରାଶିର ଲୋକେ ଟଙ୍କା ଖର୍ଚ୍ଚ କରିବାରେ ବେଶ୍‌ ମାହିର ଥାଆନ୍ତି। ସିଂହ ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ, ତେଣୁ ଏହି କାରଣରୁ ସେମାନଙ୍କୁ ନିଜ ପ୍ରତିଷ୍ଠା ଏବଂ ସମ୍ମାନ ପ୍ରତି ବହୁତ ଧ୍ୟାନ ରହିଥାଏ। ସେପଟେ ସୂର୍ଯ୍ୟ ଦେବ ହେଉଛନ୍ତି ଗ୍ରହମାନଙ୍କର ରାଜା। ଏଥିପାଇଁ ଏହି ଲୋକମାନେ ରାଜାଙ୍କ ପରି ଜୀବନ ଜିଅଁନ୍ତି। ଏତିକି ନୁହେଁ, ଏହି ରାଶିର ଲୋକେ ସବୁବେଳେ ଟଙ୍କା ରୋଜଗାର କରିବା ବିଷୟରେ ଭାବନ୍ତି। ଏମାନେ ସ୍ୱାଭିମାନୀ ମଧ୍ୟ ହୋଇଥାଆନ୍ତି ଏବଂ ଏହି କାରଣରୁ ସେମାନେ ଲୋକଙ୍କ ଭିତରେ ଟଙ୍କା ଖର୍ଚ୍ଚ କରିବାକୁ ଆଗେଇ ଆସନ୍ତି। ଏହି ଲୋକମାନେ ବସ୍ତୁବାଦୀ ଜିନିଷ ଉପରେ ଖୁବ୍‌ ଟଙ୍କା ଖର୍ଚ୍ଚ କରନ୍ତି।

Leave A Reply

Your email address will not be published.