ଶୁକ୍ରଦେବ ଏହି ରାଶି ଉପରେ କରନ୍ତି ବିଶେଷ କୃପା, ଫିଲ୍ମ ଏବଂ ମିଡିଆ କ୍ଷେତ୍ରରେ କମାଇଥାନ୍ତି ବେଶ୍‌ ନାମ

ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ରହିଛି। ଏହିସବୁ ରାଶି ସହିତ ଜଡିତ ଲୋକଙ୍କ କ୍ୟାରିଅର ଏବଂ ପ୍ରକୃତି ପ୍ରତ୍ୟେକ ଲୋକଙ୍କର ଭିନ୍ନ ରହିଥାଏ। ସବୁ ରାଶିରେ ଅଲଗା ଅଲଗା ଗ୍ରହର ଆଧିପତ୍ୟ ରହିଥାଏ। କିନ୍ତୁ ଏହି ଦୁଇଟି ରାଶିର ଲୋକ ମିଡିଆ ଏବଂ ଫିଲ୍ମ ଲାଇନରେ ଭଲ ନାମ କମାଇପାରିବେ। ଏହି ଲୋକଙ୍କ ଉପରେ ଶୁକ୍ର ଦେବଙ୍କ ବିଶେଷ କୃପା ରହିବା ଯୋଗୁଁ ଏପରି ହୋଇଥାଏ। ଶୁକ୍ର ଦେବ ଭୌତିକ ସୁଖ, ବିଳାସପୂର୍ଣ୍ଣ ଜୀବନ, ଧନ, ବୈଭବ ଏବଂ ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି। ତେବେ ଜାଣିବା କେଉଁ ରାଶିର ଲୋକଙ୍କୁ କ’ଣ ମିଳିଥାଏ ଲାଭ । ଫଳରେ ଏମାନେ ଅଧିକ ମାତ୍ରାରେ ଉପକୃତ ହେବେ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶୁକ୍ର ଦେବଙ୍କର ବିଶେଷ କୃପା ଯୋଗୁ ଏମାନଙ୍କ ଭାଗ୍ୟ ଚମକିବ ।

ବୃଷ ରାଶି : ବୃଷ ରାଶିର ସ୍ୱାମୀ ଧନ ଏବଂ ବୈଭବ ଦାତା ହେଉଛନ୍ତି ଶୁକ୍ର। ଏହି ରାଶିର ଲୋକ ଦେଖିବାକୁ ଆକର୍ଷଣୀୟ ଏବଂ ସୁନ୍ଦର ହୋଇଥାନ୍ତି। ଏହାସହିତ ଲୋକ ଶାନ୍ତ ଏବଂ କୋମଳ ହୋଇଥାନ୍ତି। ସବୁବେଳେ ଭଲ ଡ୍ରେସ ପିନ୍ଧିବାକୁ ଚାହାନ୍ତି। ପ୍ରତି ପରିସ୍ଥିତିରେ ଜୀବନକୁ ଉପଭୋଗ କରନ୍ତି। ଏମାନେ ନିଜ ଜୀବନସାଥି ପ୍ରତି ସଂପୂର୍ଣ୍ଣ ସମବେଦନା ରଖନ୍ତି। ଏହାସହିତ ଜୀବନସାଥିଙ୍କ ପ୍ରତ୍ୟେକ କଥା ମାନନ୍ତି।

ଏହି ଲୋକ ସ୍ୱଭାବିକ ଭାବେ କଠୋର ହୋଇଥାନ୍ତି। ଏମାନେ କଳା ପ୍ରେମୀ ହୋଇଥାନ୍ତି। ଫିଲ୍ମ ଏବଂ ମିଡିଆ ଲାଇନରେ ନାମ କରନ୍ତି। ଏହି ଲୋକ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ଚାହାନ୍ତି। ଏମାନଙ୍କ ଉପରେ ଶୁକ୍ରଦେବଙ୍କ ପ୍ରଭାବ ବେଶି ରହିଥାଏ। ବେପାରରେ ଏମାନେ ବିଲଡର, ସୁନା ଦୋକାନୀ, ଲୁଗା ଦୋକାନୀ ହୋଇପାରନ୍ତି।

ତୁଳା ରାଶି : ଏହି ରାଶିରେ ମଧ୍ୟ ଶୁକ୍ର ଦେବଙ୍କ ଆଧିପତ୍ୟ ରହିଥାଏ। ଏହି ରାଶିର ଲୋକଙ୍କ ସ୍ୱଭାବ କୂଟନୀତିଜ୍ଞ ହୋଇଥାଏ। ଏମାନେ ଅଧିକ ସାମାଜିକ, ଖୁସି ମିଜାଜର ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ହାସଲ କରିଥାନ୍ତି। ଏମାନେ ନିଷ୍ପତ୍ତି ନେବାରେ ଟିକେ ବିଳମ୍ବ କରନ୍ତି। ରିଲେସନସିପକୁ ନେଇ ଅଧିକ ରୋମାଣ୍ଟିକ ହୋଇଥାନ୍ତି। ରିଲେସନସିପରେ ସ୍ଥିରତା ଚାହାନ୍ତି।

ଏମାନେ ନିଜ ଲଭ ପାଟର୍ନରଙ୍କ ଭାବନାକୁ ସମ୍ମାନ ଜଣାନ୍ତି। ଏହାସହିତ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ପସନ୍ଦ କରନ୍ତି। ସାମାଜିକ ଚଳଣୀକୁ ପସନ୍ଦ କରନ୍ତି। ପ୍ରତି ପରିସ୍ଥିତିରେ ବିନ୍ଦାସ ରୁହନ୍ତି। ଏମାନେ ଫିଲ୍ମ, ଫ୍ୟାଶନ ଡିଜାଇନଂ, ମିଡିଆ, ଲେଖକ, ସଂଗୀତ କ୍ଷେତ୍ରରେ ଭଲ ନାମ କମାନ୍ତି। ଭଲ ଖାଇବା, ଭଲ ପିନ୍ଧିବାକୁ ପସନ୍ଦ କରନ୍ତି। ଏମାନଙ୍କ ସ୍ୱଭାବ ଭଲ ହୋଇଥାଏ।

Also Read : ୨୫ ଅକ୍ଟୋବରରେ ହେବ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଏହି ୬ରାଶିର ବ୍ୟକ୍ତିତ୍ୱଙ୍କୁ ମିଳିପାରେ ଅଧିକ କଷ୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.