ଜୀବନକୁ ମୁକ୍ତ ଭାବେ ଉପଭୋଗ କରନ୍ତି ଏହି ତାରିଖରେ ଜନ୍ମିତ ବ୍ୟକ୍ତି, ଆର୍ଥିକ ସ୍ଥିତି ହୋଇଥାଏ ମଜବୁତ ।

ଅଙ୍କ ଜ୍ୟୋତିଷ ମାଧ୍ୟମରେ କୌଣସି ବ୍ୟକ୍ତିର ସ୍ୱଭାବ ସମ୍ପର୍କରେ ବହୁତ କିଛି ଜାଣି ପାରିବେ । ଏଠାରେ ଆମେ କହୁଛୁ ୪ ଅଂକରେ ଜନ୍ମିତ ବ୍ୟକ୍ତିଙ୍କ ସମ୍ପର୍କରେ । ଯେଉଁ ବ୍ୟକ୍ତିଙ୍କର ଜନ୍ମ ତାରିଖ ୪ ଅର୍ଥାତ ୪,୧୩, ୨୨ ଓ ୩୧ ସେମାନଙ୍କର ମୂଳ ଅଂକ ୪ ହୋଇଥାଏ । ଏହି ମୂଳାଙ୍କର ବ୍ୟକ୍ତି ପଇସା କମାଇବାରେ ବା ରୋଜଗାର କରିବାରେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଥରେ ଯେଉଁ କାମକୁ କରିବା ପାଇଁ ଚିନ୍ତା କରିଥାନ୍ତି ସଫଳତା ତାଙ୍କର ପାଦ ଛୁଇଁଥାଏ ।

ମୂଳାଙ୍କ ୪ ର ବ୍ୟକ୍ତି ନିଜର କାମ ପାଇଁ ଅନ୍ୟକୁ ଚକିତ କରିଦେଇଥାନ୍ତି । ଏମାନେ କେବେ କ’ଣ କରିବେ ତାଙ୍କ କଥାକୁ କେହି ଅନୁମାନ କରି ପାରନ୍ତି ନାହିଁ । ଏମାନେ ନିଜ ଜୀବନକୁ ନିଜ ହିସାବରେ ଜିଇଁବାକୁ ପସନ୍ଦ କରିଥାନ୍ତି । ଜୀବନରେ କାହାର ଅନୁପ୍ରବେଶକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କ ଭିତରେ କିଛି ଘମଣ୍ଡ ମଧ୍ୟ ଦେଖିବାକୁ ମିଳିଥାଏ । ଏମାନେ ଧନବାନ ହୋଇଥାନ୍ତି ।
ଏହି ଅଂକର ସ୍ୱାମୀ ଗ୍ରହ ରାହୁ ହୋଇଥାନ୍ତି । ଏମାନଙ୍କ ଜୀବନରେ ଅସୁବିଧା ଲାଗିରହିଥାଏ ।

ହେଲେ ଏମାନେ ସବୁ ଅସୁବିଧାକୁ ଦୃଢ଼ ଭାବେ ସାମନା କରିଥାନ୍ତି । ଏମାନଙ୍କ ଜୀବନରେ ଅଧିକ ଧୋକା ମିଳିବାର ସମ୍ଭାବନାଥାଏ । ଏମାନଙ୍କ ଭିତରେ ବିଶେଷତା ଯେ ଏମାନେ ଶୀଘ୍ର ବନ୍ଧୁ ବନାଇ ନିଅନ୍ତି । ହେଲେ ଏମାନଙ୍କୁ ପ୍ରେମ ସମ୍ପର୍କରେ କିଛି ଅସୁବିଧାର ସାମନା କରିବାକୁ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.